Crime In Odisha / ପେଟ୍ରୋଲ୍ ପମ୍ପ ସାମ୍ନାରୁ କାର୍ ଅଟକାଇ ଟେକି ନେଇଥିଲେ, ପାରାଦୀପରୁ ୪ ଜଣଙ୍କୁ ବାନ୍ଧିଲା ପୁରୀ ପୋଲିସ

Key Points
କୋଣାର୍କ ଥାନା ଅନ୍ତର୍ଗତ ବନାଖଣ୍ଡ ଛକ ନିକଟ ପେଟ୍ରୋଲ୍ ପମ୍ପ ନିକଟରୁ ଅପହରଣ ମାମଲାରେ ସଫଳତା । ମଙ୍ଗଳବାର ସନ୍ଧ୍ୟାରେ ଅପହରଣ କରଯାଇଥିବା ବେଳେ ବୁଧବାର ପୁରୀ ପୋଲିସ ଅପହରଣକାରୀଙ୍କୁ ଧରିବା ସହ ଅପହୃତଙ୍କୁ ଉଦ୍ଧାର କରିଛି ।
ପୁରୀ: ଅପହରଣର ୨୪ ଘଣ୍ଟା ମଧ୍ୟରେ ଉଦ୍ଧାର । ୪ ଅପହରଣକାରୀଙ୍କୁ ବାନ୍ଧିଲା ପୋଲିସ । କୋଣାର୍କ ଥାନା ଅନ୍ତର୍ଗତ ବନାଖଣ୍ଡ ଛକ ନିକଟ ପେଟ୍ରୋଲ୍ ପମ୍ପ ନିକଟରୁ ଅପହରଣ ମାମଲାରେ ସଫଳତା । ମଙ୍ଗଳବାର ସନ୍ଧ୍ୟାରେ ଅପହରଣ କରଯାଇଥିବା ବେଳେ ବୁଧବାର ପୁରୀ ପୋଲିସ ଅପହରଣକାରୀଙ୍କୁ ଧରିବା ସହ ଅପହୃତଙ୍କୁ ଉଦ୍ଧାର କରିଛି ।
ସୂଚନା ଅନୁସାରେ, ବନାଖଣ୍ଡି ଛକ ନିକଟରେ ଥିବା ପେଟ୍ରୋଲ ପମ୍ପ ନିକଟରୁ ମଙ୍ଗଳବାର ସନ୍ଧ୍ୟାରେ ୩୫ ବର୍ଷୀୟ ଜୟ ଚକ୍ରବର୍ତ୍ତୀଙ୍କୁ ଅପହରଣ କରି ନେଇଥିଲେ ଦୁର୍ବୃତ୍ତ । ଭୁବନେଶ୍ୱରରୁ ଜୟ ଚକ୍ରବର୍ତ୍ତୀ ନିଜ ବନ୍ଧୁ ଅଶୋକ ସାହୁଙ୍କ ସହ ପୁରୀ, କୋଣାର୍କ ପରିଭ୍ରମଣ କରି ସନ୍ଧ୍ୟାରେ ଫେରୁଥିବା ସମୟରେ ବନାଖଣ୍ଡି ନିକଟ ଏଚ୍ପି ପେଟ୍ରୋଲ ପମ୍ପରେ ତେଲ ପକାଇଥିଲେ । ଆଉ ଜୟ ମୁଖ୍ୟ ରାସ୍ତାକୁ ଆସିବା ସମୟରେ ତାଙ୍କ କାର୍ ଆଗରେ ବୁଲେଟ୍ ରଖି ଦେଇଥିଲେ ଦୁର୍ବୃତ୍ତ ।
ଏଥିସହ ପଢ଼ନ୍ତୁ: ପୋଲିସ ହାତରେ ଗୁରୁତ୍ଵପୂର୍ଣ୍ଣ ସୁରାକ; ରେକି କଲେ ଜଣେ, ଗୁଳି କଲା ଆଉ ଜଣେ
ଜୋର ଜବରଦସ୍ତି ଦୁର୍ବୃତ୍ତ କାର୍ ଭିତରୁ ଜୟ ଚକ୍ରବର୍ତ୍ତୀଙ୍କୁ ଉଠାଇ ଏକ ନାଲି ରଙ୍ଗର କାରରେ ଅପହରଣ କରି ନେଇଥିଲେ । ଏ ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଥିଲା । ଏ ନେଇ କୋଣାର୍କ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ପୋଲିସ ସିସିଟିଭି ଫୁଟେଜ୍କୁ ତଦନ୍ତ ପରିସରଭୁକ୍ତ କରି ଦୁର୍ବୃତ୍ତଙ୍କୁ ଖୋଜିଥିଲା । ଅପହୃତ ଯୁବକଙ୍କୁ ପାରାଦୀପ ଅଞ୍ଚଳରୁ ଉଦ୍ଧାର କରାଯାଇଥିବା ବେଳେ ଏଥିରେ ସମ୍ପୃକ୍ତ ୪ ଜଣ ଦୁର୍ବୃତ୍ତଙ୍କୁ ଗିରଫ କରାଯାଇଛି ।
📱 Get Argus News App
✨
ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁରୀ ଏସ୍ପି ପ୍ରତୀକ ସିଂ ।ଗିରଉ ୪ ଦୁର୍ବୃତ୍ତ ହେଉଛନ୍ତି ପାରାଦୀପ ଅଞ୍ଚଳର ନିର୍ଭୟ ମହାରଥୀ, ପଶ୍ଚିମବଙ୍ଗ କସାରପୁର ସେକ ବାକି ବୁଲା, ସୁଲତାନ ଅହମଦ ଖାଁ, ଚଞ୍ଚଲ ଜାନା । ଅପହରଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଚଞ୍ଚଳ ଜାନା । ଅଭିଯୁକ୍ତଙ୍କ ଠାରୁ ପୋଲିସ ୪ଟି ମୋବାଇଲ ଫୋନ୍ ସହିତ ଗୋଟିଏ କାର ଜବତ କରିଛି ।
ଏଥିସହ ପଢ଼ନ୍ତୁ: ୧୮ ଲକ୍ଷ ଖର୍ଚ୍ଚ ପରେ ଧୋକା; ଦେଖା କରିବାକୁ ଡାକି ମୁହଁକୁ ଛେଚି ବ୍ୟାରେଜ୍ ତଳେ ଫିଙ୍ଗିଦେଲା
ପୁରୀ ଏସ୍ପି କହିଛନ୍ତି, ଜୟ ଚକ୍ରବର୍ତ୍ତୀ ୨୦୧୦ ମସିହାରୁ ଭୁବନେଶ୍ଵର ରହୁଥିବା ବେଳେ ମାର୍କେଟିଂ କାମ କରୁଥିଲେ । ପୋଲିସ ଅପହରଣ ମାମଲାକୁ ଗୁରୁତ୍ଵ ଦେଇ ବିଭିନ୍ନ ସିସିଟିଭି ଯାଞ୍ଚ ସହ ଜୟ ଚକ୍ରବର୍ତ୍ତୀଙ୍କ ଫୋନ୍ କଲ୍ ସିଡିଆର ଅନୁଧ୍ୟାନ କରିଥିଲା । କୋଣାର୍କ ପୋଲିସ ସ୍ୱତନ୍ତ୍ର ଟିମ୍ ବୁଧବାର ପାରାଦୀପ ଅଞ୍ଚଳର ଏକ ଘରୁ ଅପହୃତ ଯୁବକ ଜୟ ଚକ୍ରବର୍ତ୍ତୀଙ୍କୁ ଉଦ୍ଧାର କରିଛି । ବ୍ୟବସାୟିକ ଶତ୍ରୁତାରୁ ଅପହରଣ କରାଯାଇଥିବା ପୁରୀ ଏସ୍ପି ସୂଚନା ଦେଇଛନ୍ତି ।