Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Crime In Odisha / ଗୋରୁ ମାଫିଆଙ୍କ ସହ ମିଶି ପୋଲିସକୁ ଦେଉଥିଲା ଧୋକା, ରେଡ୍ ପୂର୍ବରୁ କରୁଥିଲା ସୂଚନା ଲିକ୍

Sushanta Sahoo
Browse all articles by Sushanta Sahoo
·7 months ago·2 min read
ଗୋରୁ ମାଫିଆଙ୍କ ସହ ମିଶି ପୋଲିସକୁ ଦେଉଥିଲା ଧୋକା, ରେଡ୍ ପୂର୍ବରୁ କରୁଥିଲା ସୂଚନା ଲିକ୍

Key Points

ପୋଲିସ କେବେ ବି ଭାବି ନଥିଲା ଢୋଲ ଭିତରେ ମୂଷା ଛପିଛି । କାରଣ ସେହି ଥାନାରେ କାର୍ଯ୍ୟରତ କନଷ୍ଟେବଳ ହିଁ ସବୁ ତଥ୍ୟ ପ୍ରଘଟ କରୁଥିଲା ।
କେନ୍ଦୁଝର: ପୋଲିସକୁ ବାନ୍ଧିଲା ପୋଲିସ । ଗୋରୁ ମାଫିଆଙ୍କ ସହ ଥିଲା ଲିଙ୍କ୍ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଗୋରୁ ମାଫିଆଙ୍କୁ ସହ ସମ୍ପୃକ୍ତି ଅଭିଯୋଗରେ ପୋଲିସ କନଷ୍ଟେବଳଙ୍କ ହାତରେ ହାତକଡ଼ି ପିନ୍ଧାଇଛି କେନ୍ଦୁଝର ଜିଲ୍ଲା ତେଲକୋଇ ପୋଲିସ ।

ମିଳିଥିବା ସୂଚନା ଅନୁସାରେ, ଗିରଫ ଗୌରହରି ପାତ୍ର ହେଉଛନ୍ତି ପୋଲିସ କନଷ୍ଟେବଳ । ସେ ତେଲକୋଇ ଥାନାରେ କାର୍ଯ୍ୟ କରନ୍ତି । ଗୋରୁ ମାଫିଆଙ୍କ ସହ ସମ୍ପର୍କ ସହ ଗୁଇନ୍ଦା ତଥ୍ୟ ପ୍ରଘଟ ଅଭିଯୋଗରେ ତେଲକୋଇ ପୋଲିସ ସେହି ଥାନାର କନଷ୍ଟେବଳ ଗୌରହରି ପାତ୍ରକୁ ଗିରଫ କରିଛି ।

ଏଥିସହ ପଢ଼ନ୍ତୁ: ହତ୍ୟା ଦୋଷୀ ସାବ୍ୟସ୍ତ ପରେ ପାରୋଲ୍‌ରେ ଯାଇ ହୋଇଥିଲା ଫେରାର୍; ୩ ଦଶନ୍ଧି ପରେ ଖୋଲିଲା ଗୁମର

ଗୋରୁ ମାଫିଆଙ୍କ ସହିତ ଜଡ଼ିତ ଥିଲେ ଗୌରହରି । ବିଭିନ୍ନ ସମୟରେ ପୋଲିସର ଗତିବିଧି ଓ ଚଢ଼ାଉ ନେଇ ଗୌରହରି ଆଗକୁ ଗୋରୁ ମାଫିଆଙ୍କୁ ସୂଚନା ଦେଇ ସତର୍କ କରାଉଥିଲେ । ଫଳରେ ଅଧିକାଂଶ ସମୟରେ ଗୌରହରିଙ୍କ ଠାରୁ ସୂଚନା ପାଇ ପୋଲିସକୁ ଚକ୍‌ମା ଦେଇ ଖସି ପଳାଇବାରେ ସକ୍ଷମ ହେଉଥିଲେ ଗୋରୁ ମାଫିଆ ।

ହେଲେ ପୋଲିସ କେବେ ବି ଭାବି ନଥିଲା ଢୋଲ ଭିତରେ ମୂଷା ଛପିଛି । କାରଣ ସେହି ଥାନାରେ କାର୍ଯ୍ୟରତ କନଷ୍ଟେବଳ ହିଁ ସବୁ ତଥ୍ୟ ପ୍ରଘଟ କରୁଥିଲା । ଆଉ ପୋଲିସ ଗୁଇନ୍ଦା ବିଭାଗର ଖୋଳତାଡ଼ ପରେ ସତ ସାମ୍ନାକୁ ଆସିଛି ।

ପୋଲିସ ଗୁଇନ୍ଦା ବିଭାଗ ତୀକ୍ଷଣ୍ ନଜର ରଖାଯିବା ସହିତ ମୋବାଇଲ୍ ଟ୍ରାକ୍ କରିଥିଲା । ଆଉ ଫୋନ୍ ଟ୍ରାକ୍ ବେଳେ ରାଡାରକୁ ଆସିଥିଲେ କନଷ୍ଟେବଳ ଗୌରହରି । ପୋଲିସ ଗୌରହରିଙ୍କ ବିରୋଧରେ ପ୍ରମାଣ ପାଇବା ପରେ ତେଲକୋଇ ଥାନାରେ ୩୨୨/୨୫ ନମ୍ବରରେ ମାମଲା ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରିଛି । ଏବେ ଏହି ମାମଲା କେନ୍ଦୁଝର ପୋଲିସ ସହ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଲୋକେ କହୁଛନ୍ତି, ବାଡ଼ ଫସଲ ଖାଉଥିଲା ।

ଏଥିସହ ପଢ଼ନ୍ତୁ: ଆଉ ଅଟକିବନି ଭାରତ... ଦ୍ଵିତୀୟ କ୍ଵାର୍ଟରରେ ଅନୁମାନଠୁ ଅଧିକ ଅଭିବୃଦ୍ଧି ହାର

ତେଲକୋଇ ପୋଲିସ କନଷ୍ଟେବଳ ଗୌରହରିଙ୍କୁ ଗିରଫ କରିଥିବା ବେଳେ ସେ କେତେ ଜଣ ଗୋରୁ ମାଫିଆଙ୍କ ସହ ସମ୍ପର୍କ ଥିଲେ ? ଗୌରହରିଙ୍କ ନେଟୱର୍କ କେବଳ ଜିଲ୍ଲା ଭିତର ମାଫିଆ ନା ପଡ଼ୋଶୀ ଜିଲ୍ଲା ସହ ପଡ଼ୋଶୀ ରାଜ୍ୟକୁ ବ୍ୟାପିଛି ? କେବଳ ଗୌରହରି ନା ତାଙ୍କ ସହ ଏଥିରେ ଆଉ କିଏ ସାମିଲ୍ ? ସେନେଇ ପୋଲିସ ସ୍ପଷ୍ଟ ସୂଚନା ଦେଇ ନଥିବା ବେଳେ ଢୋଲ୍ ଭିତରେ ଆହୁରି ମୂଷା ଲୁଚିଥିବା ଆଶଙ୍କାରେ ତଦନ୍ତକୁ ଆହୁରି ଶାଣିତ କରିବାକୁ ଦାବି କରିଛନ୍ତି ଗୋ-ରକ୍ଷକ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Keonjhar Constable Arrested for Leaking Police Raids to Cow Mafia | Argus News | Argus News