GDP / ଆଉ ଅଟକିବନି ଭାରତ... ଦ୍ଵିତୀୟ କ୍ଵାର୍ଟରରେ ଅନୁମାନଠୁ ଅଧିକ ଅଭିବୃଦ୍ଧି ହାର
·7 months ago·2 min read

Key Points
ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ଭାରତର ଅଭିବୃଦ୍ଧି ହାର ୮ ପ୍ରତିଶତ ରହିଛି । ଯାହାକି ଗତ ଆର୍ଥିକ ବର୍ଷର ପ୍ରଥମ ୬ ମାସର ଅଭିବୃଦ୍ଧି ହାର ୬.୧ ପ୍ରତିଶତରୁ ଅଧିକ ଅଟେ ।
ନୂଆଦିଲ୍ଲୀ: କମାଲ୍ କଲା ଭାରତ । ଦମ୍ ଦେଖାଇଲା ଜିଡିପି (GDP) । ୨୦୨୫-୨୬ ଆର୍ଥିକ ବର୍ଷର ଦ୍ଵିତୀୟ ତ୍ରୈମାସିକରେ ଭାରତର ଅର୍ଥବ୍ୟବସ୍ଥା ସମସ୍ତ ଅନୁମାନକୁ ପଛରେ ପକାଇ ଆଗକୁ ଦ୍ରୁତଗତିରେ ବଢ଼ିଛି ।
ସରକାରୀ ତଥ୍ୟ ଅନୁସାରେ, ୨୦୨୫-୨୬ ଆର୍ଥିକ ବର୍ଷର ଦ୍ଵିତୀୟ ତ୍ରୈମାସିକରେ ଭାରତର ଅଭିବୃଦ୍ଧି ହାର ୮.୨ ପ୍ରତିଶତ ରହିଛି । ଯେତେବେଳେ କି ୨୦୨୪-୨୫ ଆର୍ଥିକ ବର୍ଷର ସମାନ ଅବଧିରେ ଏହା ୫.୬ ପ୍ରତିଶତ ରହିଥିଲା ।
ଏଥିସହ ପଢ଼ନ୍ତୁ: ଆସିଲା ୧୭ ହଜାର ୪୪୦ କୋଟିର ଅତିରିକ୍ତ ବଜେଟ୍; ସୁଭଦ୍ରା ଯୋଜନା ପାଇଁ ୨୯୫ କୋଟି
ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (NSO) ପକ୍ଷରୁ ଜାରି ତଥ୍ୟ ଅନୁସାରେ- ଉତ୍ପାଦନ, ଭିତ୍ତିଭୂମି ଓ ଚାକିରି କ୍ଷେତ୍ରରେ ମଜଭୁତ ପାଇଁ ଏହି ଅଭିବୃଦ୍ଧି ସମ୍ଭବ ହୋଇଛି । ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକରେ ସ୍ଥିର ମୂଲ୍ୟ ଉପରେ ଜିଡିପି ୪୮ ଲକ୍ଷ.୬୩ ଲକ୍ଷ କୋଟି ରହିଛି । ଯାହାକି ବର୍ଷ ତଳେ ୪୪.୯୪ ଲକ୍ଷ କୋଟି ଟଙ୍କା ଥିଲା ।
ଉତ୍ପାଦ କ୍ଷେତ୍ରରେ ୯.୧ ପ୍ରତିଶତ, ନିର୍ମାଣ କ୍ଷେତ୍ରରେ ୭.୨ ପ୍ରତିଶତ ଅଭିବୃଦ୍ଧି ହାସଲ ହୋଇଛି । ଭାରତୀୟ ଅର୍ଥନୀତିରେ ଚାକିରି କ୍ଷେତ୍ର ଉନ୍ନତ ପ୍ରଦର୍ଶନ କରିଛି । ସର୍ଭିସ୍ କ୍ଷେତ୍ରରେ ଅଭିବୃଦ୍ଧି ୧୦.୨ ପ୍ରତିଶତ ରହିଥିବା ବେଳେ କୃଷି କ୍ଷେତ୍ରରେ ୩.୫ ପ୍ରତିଶତ ରହିଛି ।
ସରକାରଙ୍କ ପକ୍ଷରୁ ଜାରି ସୂଚନା ଅନୁସାରେ, ଲୋକଙ୍କ ଖର୍ଚ୍ଚ ବଢ଼ିଛି । ଅର୍ଥାତ୍ ଲୋକେ ନୂଆ ସାମଗ୍ରୀ କିଣିଛନ୍ତି । ରିଅଲ ପ୍ରାଇଭେଟ୍ ଫାଇନାଲ କଞ୍ଜମ୍ପସନ ଏକ୍ସପେଣ୍ଡିଚର (PFCE) ଦ୍ଵିତୀୟ ତ୍ରୈମାସିକରେ ୭.୯ ପ୍ରତିଶତ ରହିଛି । ଯେତେବେଳେ କି ଗତ ବର୍ଷ ସମାନ ଅବଧିରେ ଏହା ୬.୪ ପ୍ରତିଶତ ରହିଥିଲା ।
ଏଥିସହ ପଢ଼ନ୍ତୁ: ଭାରତର କଳାପାଣୀ-ଲିପୁଲେଖ-ଲିମ୍ପିଆଧୁରାକୁ ନେପାଳ କହୁଛି ମୋର
ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ଭାରତର ଅଭିବୃଦ୍ଧି ହାର ୮ ପ୍ରତିଶତ ରହିଛି । ଯାହାକି ଗତ ଆର୍ଥିକ ବର୍ଷର ପ୍ରଥମ ୬ ମାସର ଅଭିବୃଦ୍ଧି ହାର ୬.୧ ପ୍ରତିଶତରୁ ଅଧିକ ଅଟେ । ଦ୍ଵିତୀୟ ତ୍ରୈମାସିକରେ ଭାରତର ଅଭିବୃଦ୍ଧି ହାର ପୁଣି ଥରେ ଦୁନିଆର ପ୍ରମୁଖ ଅର୍ଥ ବ୍ୟବସ୍ଥା ଭାବେ ସ୍ଥିତିକୁ ମଜଭୁତ କରିଛି ।
୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଅଭିବୃଦ୍ଧି ହାର ୭.୮ ପ୍ରତିଶତ ଥିଲା । ଯାହାକି ଅନୁମାନଠୁ ଅଧିକ ଥିଲା । ସେତେବେଳେ ବିଶେଷଜ୍ଞଙ୍କ ଅନୁମାନ ଥିଲା, ସର୍ବାଧିକ ଜିଡିପି ୬.୭ ପ୍ରତିଶତ ରହିପାରେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories