Paddy Procurement / ବରଗଡ଼ରୁ ଆରମ୍ଭ ହେବ ଖରିଫ ଧାନ କିଣା, ୨୦ ହଜାର ୫୦୦ କୋଟି କୃଷି ଋଣ ନେଇଛନ୍ତି ଚାଷୀ
·8 months ago·2 min read

Key Points
ବରଗଡ଼ରୁ ଖରିଫ ଧାନ କିଣା ଆରମ୍ଭ କରିବେ ରାଜ୍ୟ ସରକାର । ଆସନ୍ତା ୨୦ ତାରିଖରୁ ଖରିଫ ଧାନ କିଣା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ।
ଭୁବନେଶ୍ଵର: ଆରମ୍ଭ ହେବ ଖରିଫ ଧାନ କିଣା । ବରଗଡ଼ରୁ ଖରିଫ ଧାନ କିଣା ଆରମ୍ଭ କରିବେ ରାଜ୍ୟ ସରକାର । ଆସନ୍ତା ୨୦ ତାରିଖରୁ ଖରିଫ ଧାନ କିଣା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ।
ଏଥିସହ ପଢ଼ନ୍ତୁ: କାଲି ଆସିବ ନୂଆପଡ଼ା ଉପନିର୍ବାଚନ ଜନାଦେଶ; ସକାଳ ୮ରୁ ୧୪ଟି ଟେବୁଲ୍ରେ ଭୋଟ୍ ଗଣତି
ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି, "ଧାନ ସଂରକ୍ଷଣ ପାଇଁ ମଣ୍ଡିରେ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି । ଦୁଇ ବର୍ଷ ମଧ୍ୟରେ ୧୦୦ଟି ମଡେଲ ମଣ୍ଡି ହେବ । ପ୍ରଥମ ପର୍ଯାୟରେ ୩୮ଟି ମଡେଲ ମଣ୍ଡି ସ୍ଥାପନ ହେବ । ଏଥିପାଇଁ ୩୧୩ କୋଟି ପ୍ରଦାନ ହୋଇଛି । ଟେଣ୍ଡର ହୋଇ କାମ ହେବ । ଆଗାମୀ ୨ ବର୍ଷରେ ଆଉ ୬୨ଟି ମଡେଲ୍ ମଣ୍ଡି ହେବ ।"
ଚଳିତ ଆର୍ଥିକ ବର୍ଷରେ ୮୦ଟି ସମବାୟ ସମିତିରେ ୨୦୦ ମେଟ୍ରିକ ଟନ୍ କ୍ଷମତା ବିଶିଷ୍ଟ ଗୋଦାମ ଗୃହ ନିର୍ମାଣ ପାଇଁ ୨୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ବୋଲି କହିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ।
ଏଥିସହ ପଢ଼ନ୍ତୁ: ବଦଳିବ RCBର ହୋମ୍ ଗ୍ରାଉଣ୍ଡ ! ଚିନ୍ନାସ୍ବାମୀ ନୁହେଁ ଏହି ଷ୍ଟାଡିୟମରେ ଖେଳାଯାଇପାରେ ବାଙ୍ଗାଲୋର ମ୍ୟାଚ୍
୯୭୩ଟି ସମବାୟ ସମିତି, RMCର ଭିତ୍ତିଭୂମି ବିକାଶ ଲାଗି ୫୧୬ କୋଟି ଟଙ୍କା ବ୍ୟୟ କରାଯାଇଛି । ଏହି ବ୍ୟୟ ବରାଦ ଦ୍ଵାରା ଗ୍ରାମାଞ୍ଚଳରେ ଭିତ୍ତିଭୂମି ବିକଶିତ ହେବା ସହ କୃଷକଙ୍କ ଲାଗି ବଜାର ସୁବିଧା ବଢ଼ିବ ବୋଲି ଆଶା କରାଯାଉଛି । ସମବାୟ ସମିତି ମାଧ୍ୟମରେ ୨୦୨୫-୨୬ ଆର୍ଥିକ ବର୍ଷରେ ୩୭ ଲକ୍ଷ ଚାଷୀଙ୍କୁ ୨୦ ହଜାର ୫୦୦ କୋଟି ଟଙ୍କା କୃଷି ଋଣ ପ୍ରଦାନ କରାଯାଇଥିବା ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories