Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Nuapada By Election / କାଲି ଆସିବ ନୂଆପଡ଼ା ଉପନିର୍ବାଚନ ଜନାଦେଶ; ସକାଳ ୮ରୁ ୧୪ଟି ଟେବୁଲ୍‌ରେ ଭୋଟ୍ ଗଣତି

Sushanta Sahoo
Browse all articles by Sushanta Sahoo
·8 months ago·2 min read
କାଲି ଆସିବ ନୂଆପଡ଼ା ଉପନିର୍ବାଚନ ଜନାଦେଶ; ସକାଳ ୮ରୁ ୧୪ଟି ଟେବୁଲ୍‌ରେ ଭୋଟ୍ ଗଣତି

Key Points

ଇଭିଏମ୍ ଷ୍ଟ୍ରଙ୍ଗରୁମ୍‌ରେ ରଖାଯାଇଥିବା ବେଳେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ରଖା ଯାଇଛି । ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ହୋଇଛି । ଭୋଟ୍ ଗଣତି ବେଳେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । କାଉଣ୍ଟିଂ ହଲ୍‌କୁ କେବଳ ଅନୁମତି ପାଇଥିବା ବ୍ୟକ୍ତି ପରିଚୟପତ୍ର ଦେଖାଇ ପ୍ରବେଶ କରିପାରିବେ ।
ନୂଆପଡ଼ା: ଗଣତି ପୂର୍ବରୁ ତାଲିମ । ନୂଆପଡ଼ା ଉପନିର୍ବାଚନ ଭୋଟ୍ ଗଣତି ପାଇଁ ଅଧିକାରୀଙ୍କୁ ତାଲିମ ଦିଆଯାଇଛି । କାଉଣ୍ଟିଂରେ ସାମିଲ ହେବାକୁ ଥିବା ଅଧିକାରୀଙ୍କୁ ଟ୍ରେନିଂ ଦେଇଛନ୍ତି ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ।

ଏନେଇ ନୂଆପଡ଼ା ଜିଲ୍ଲାପାଳ କହିଛନ୍ତି, "କାଉଣ୍ଟିଂରେ ସାମିଲ୍ ହେବାକୁ ଥିବା ଅଧିକାରୀଙ୍କୁ ଚୂଡ଼ାନ୍ତ ତାଲିମ ଦିଆଯାଇଛି । ଭୋଟ୍ ଗଣତିରେ କାଉଣ୍ଟିଂ ଆସିଷ୍ଚାଣ୍ଟ, କାଉଣ୍ଟିଂ ସୁପରଭାଇଜର ଓ ମାଇକ୍ରୋ ଅବଜରଭର ସାମିଲ ହେବେ । ମୋଟ ୧୪ଟି ଟେବୁଲରେ ପ୍ରାୟ ୨୬ ରାଉଣ୍ଡ ଗଣତି ହେବ । ପ୍ରତ୍ୟେକ ଟେବୁଲ୍‌ରେ ୩ ଜଣ ଅଧିକାରୀ ରହିବେ ।"

ଏବେ ଇଭିଏମ୍ ଷ୍ଟ୍ରଙ୍ଗରୁମ୍‌ରେ ରଖାଯାଇଥିବା ବେଳେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ରଖା ଯାଇଛି । ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭୋଟ୍ ଗଣତି ବେଳେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । କାଉଣ୍ଟିଂ ହଲ୍‌କୁ କେବଳ ଅନୁମତି ପାଇଥିବା ବ୍ୟକ୍ତି ପରିଚୟପତ୍ର ଦେଖାଇ ପ୍ରବେଶ କରିପାରିବେ ।

ଏଥିସହ ପଢ଼ନ୍ତୁ: ଦିଲ୍ଲୀ ସମେତ ୪ ସହର ହୋଇଥାନ୍ତା ବିସ୍ଫୋରଣ ! ଏକକାଳୀନ ବିସ୍ଫୋରଣ ପାଇଁ ଯୋଜନା କରିଥିଲେ ଆତଙ୍କବାଦୀ

ଆସନ୍ତାକାଲି ସକାଳ ୮ରୁ ଆରମ୍ଭ ହେବ ଭୋଟ୍ ଗଣତି । ପ୍ରଥମେ ପୋଷ୍ଟାଲ୍ ବାଲଟ୍ ଗଣତି ପରେ ସାଢ଼େ ୮ଟାରେ ଖୋଲିବ ଇଭିଏମ୍ । ପ୍ରତି ରାଉଣ୍ଡ ଗଣତି ପରେ ଡାକବାଜି ଯନ୍ତ୍ର ମାଧ୍ୟମରେ ଗଣତି ଫଳ ପ୍ରଚାର କରାଯିବ ବୋଲି କହିଛନ୍ତି ନୂଆପଡ଼ା ଜିଲ୍ଲାପାଳ ।

ନୂଆପଡ଼ା ନ୍ୟାସନାଲ କଲେଜରେ ଭୋଟ୍ ଗଣତି ନେଇ ନୂଆପଡ଼ା ଏସ୍‌ପି ଅମ୍ରିତ ପାଲ ସିଂ କହିଛନ୍ତି, "ଭୋଟ୍ ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କାଉଣ୍ଟିଂ ହଲ୍‌କୁ ପ୍ରବେଶ ପୂର୍ବରୁ ୩ଟି ସ୍ଥାନରେ ଯାଞ୍ଚ କରାଯିବ । ଆବଶ୍ୟକ ପଡ଼ିଲେ ସୁରକ୍ଷା କର୍ମୀ ବଢ଼ାଯିବ ।"

୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ ଲାଗି ମତଦାନ ହୋଇଥିଲା । ୮୩.୪୫ ପ୍ରତିଶତ ମତଦାନ ସହ ଏହା ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି । ପୁରୁଷଙ୍କ ତୁଳନାରେ ଅଧିକ ସଂଖ୍ୟକ ମହିଳା ଭୋଟ ଦେଇଛନ୍ତି । ବଡ଼ ପ୍ରଶ୍ନ ହେଲା କାହା ସପକ୍ଷରେ ଯିବ ମହିଳା ଭୋଟ୍ । ଉଭୟ ବିଜେପି ଓ ବିଜେଡିର ଦାବି ମହିଳା ଭୋଟ୍ ଆମ ସପକ୍ଷରେ ଯିବ ।

ଏଥିସହ ପଢ଼ନ୍ତୁ: ନୂଆପଡ଼ା ଉପ ନିର୍ବାଚନରେ ନୂଆ ରେକର୍ଡ, ପୁରୁଷଙ୍କ ତୁଳନାରେ ଅଧିକ ଭୋଟ ଦେଲେ ମହିଳା

ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ, ନୂଆପଡ଼ାରେ ୨ ଲକ୍ଷ ୫୪ ହଜାର ୪୯୭ ଜଣ ଭୋଟର ଥିବା ବେଳେ ମତ ସାବ୍ୟସ୍ତ କରିଛନ୍ତି ୨ ଲକ୍ଷ ୧୨ ହଜାର ୩୮୫ ଜଣ । ଅର୍ଥାତ ମତଦାନ କ୍ଷେତ୍ରରେ ୮୩.୪୫ ଭୋଟିଂ ସହ ନୂଆପଡ଼ା ସୃଷ୍ଟି କରିଛି ନୂଆ ଇତିହାସ । ସେହିପରି ମତ ସାବ୍ୟସ୍ତ କରିବାରେ ପୁରୁଷଙ୍କଠୁ ବହୁ ଆଗରେ ରହିଛନ୍ତି ମହିଳା ।

ତଥ୍ୟ ଅନୁଯାୟୀ, ନୂଆପଡ଼ାରେ ୧ ଲକ୍ଷ ୩ ହଜାର ୮୧୭ ଜଣ ପୁରୁଷ ନିଜର ମତ ସାବ୍ୟସ୍ତ କରିଥିବା ବେଳେ ସେହି ତୁଳନାରେ ମହିଳା ସଂଖ୍ୟା ହେଉଛି ୧ ଲକ୍ଷ ୮ ହଜାର ୫୬୩ । ଅର୍ଥାତ ପୁରୁଷଙ୍କ ସଂଖ୍ୟା ତୁଳନାରେ ଅଧିକ ୪ ହଜାର ୭୪୬ ଜଣ ମହିଳା ଭୋଟ ଦେଇଛନ୍ତି । ତେବେ ମହିଳାଙ୍କ ଅଧିକ ମତଦାନ କାହା ସପକ୍ଷରେ ଯାଉଛି ଆଉ ନୂଆପଡା ହାରଜିତର ଗଣିତ ରାଜ୍ୟ ରାଜନୀତିକୁ କେମିତି ପ୍ରଭାବିତ କରୁଛି ତାହା ଉପରେ ରାଜ୍ୟବାସୀଙ୍କ ନଜର ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Nuapada By-Election Result Tomorrow: Counting Begins 8 AM with Tight Security | Argus News | Argus News