Lingaraj Temple / ନିର୍ଦ୍ଧାରିତ ସମୟ ପୂର୍ବରୁ ଲିଙ୍ଗରାଜରେ ଉଠିଲା ମହାଦୀପ; ହୁଳହୁଳିରେ କମ୍ପିଲା ଦେବାଳୟ
·7 months ago·2 min read

Key Points
ବହୁ ପ୍ରତୀକ୍ଷାର ଘଟିଲା ଅନ୍ତ
ଲିଙ୍ଗରାଜରେ ଉଠିଲା ମହାଦୀପ
ଏଥର ସଅଳ ଉଠିଛି ମହାଦୀପ
ଲିଙ୍ଗରାଜରେ ଉଠିଲା ମହାଦୀପ
ଏଥର ସଅଳ ଉଠିଛି ମହାଦୀପ
ଜାଗର ବ୍ରତାଧାରୀଙ୍କ ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ଉଠିଲା ମହାଦୀପ । ଏଥର ସଅଳ ମହାଦୀପ ଉଠିଥିବା ବେଳେ ହୁଳହୁଳି, ହରିବୋଲରେ କମ୍ପିଲା ମନ୍ଦିର ପରିସର । ମହାଦୀପ ଉଠିବା ପାଇଁ ପୂର୍ବରୁ ରାତି ୧୦ଟା ରଖାଯାଇଥିଲା । କିନ୍ତୁ ସମସ୍ତ ନୀତିକାନ୍ତି ଶୀଘ୍ର ସରିଯିବାରୁ ରାତି ୮ଟା ୩୮ ମିନିଟରେ ମହାଦୀପ ଉଠିଛି । ନିର୍ଦ୍ଧାରିତ ସମୟ ପୂର୍ବରୁ ମହାଦୀପ ଉଠିଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହଭାବ ଦେଖିବାକୁ ମିଳିଛି ।
ସେବାୟତମାନେ ଶ୍ରୀଲିଙ୍ଗରାଜ ମନ୍ଦିରର ଚୂଡ଼ାକୁ ମହାଦୀପ ଉଠାଇଛନ୍ତି । ଏହି ଦିବ୍ୟ ଦୃଶ୍ୟକୁ ଦେଖିବାକୁ ବହୁ ସମୟରୁ ଭାବ ଓ ଆବେଗର ସହ ଅପେକ୍ଷା କରିଥିବା ଶ୍ରଦ୍ଧାଳୁମାନେ କୃତ୍ୟ କୃତ୍ୟ ହୋଇଛନ୍ତି । ମନ୍ତ୍ରଧ୍ଵନିରେ ପ୍ରକମ୍ପିତ ହୋଇଉଠିଛି ପୁରା ମନ୍ଦିର ପରିସର । ମହାଦୀପ ଉଠିବା ପରେ ବ୍ରତଧାରୀମାନେ ବ୍ରତ ଭାଙ୍ଗିଛନ୍ତି ।
ଏହା ବି ପଢନ୍ତୁ: ଆସୁଛି ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ; ଭାରତରେ ଦିଶିବ ନା ନାହିଁ ?
ଆଜି ଜାଗର ପାଇଁ ଏକାମ୍ର କ୍ଷେତ୍ର ଦିନସାରା ଚଳଚଞ୍ଚଳ ଥିଲା । ରାଜ୍ୟର ଏହି ପ୍ରମୁଖ ଶୈବ ପୀଠରେ ଭକ୍ତଙ୍କ ସମାଗମ ହୋଇଥିଲେ । ବହୁ ସଂଖ୍ୟାରେ ଭକ୍ତମାନେ ବଡ଼ି ଭୋରରୁ ପହଞ୍ଚି ମନ୍ଦିରରେ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିଥିଲେ । ଏପରିକି ଶନିବାର ରାତିରୁ ଭକ୍ତମାନେ ଲିଙ୍ଗରାଜ ଦର୍ଶନ ପାଇଁ ଧାଡ଼ି ବାନ୍ଧି ଅପେକ୍ଷା କରିଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆଜି ଦିନତମାମ ମହାଦେବଙ୍କ ଦର୍ଶନ ଲାଗି ରହିଥିଲା ଏବଂ ସନ୍ଧ୍ୟାରୁ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟା ହେବା ପରେ ମନ୍ଦିରରେ ଭକ୍ତଙ୍କ ଭିଡ଼ ଜମିଥିଲା । ବ୍ରତଧାରୀମାନେ ଦୀପକୁ ପ୍ରଜ୍ଜ୍ଵଳିତ କରି ମହାଦେବଙ୍କୁ ଆରାଧନା କରିଥିଲେ । ସେପଟେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ମନ୍ଦିର ପ୍ରଶାସନରୁ ଆରମ୍ଭ କରି ବିଏମ୍ସି ଓ କମିସନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା ।
ସେପଟେ କଟକରୁ କୋରାପୁଟ, ବଲାଙ୍ଗିରରୁ ବାଲେଶ୍ବର ସବୁ ଶୈବପୀଠରେ ଭକ୍ତଙ୍କ ଭିଡ଼ ଜମିଛି । ମନ୍ତ୍ର ଉଚ୍ଚାରଣ ସାଙ୍ଗକୁ ଭଜନ କୀର୍ତ୍ତନରେ ଗଗନ ପବନ କମ୍ପି ଉଠିଛି । ପୁରଠୁ ପଲ୍ଲୀ ସବୁଠି ମହାଦେବଙ୍କ ଆରାଧନାରେ ତଲୀନ ଭକ୍ତ । ଦୀପ ଜାଳି ମହାଦେବଙ୍କ ଆଶିଷ ଭିକ୍ଷା କରୁଛନ୍ତି ଭକ୍ତ ମଣ୍ଡଳୀ ।
ଅଧିକ ଖବର ପଢନ୍ତୁ...

Related Topics
Explore more stories