Pregnant woman Murder / ଦୁଇ ଦୁଇଟା ପ୍ରାଣ ନେଇଗଲା ଜହ୍ଲାଦ ସ୍ଵାମୀ; ୮ ମାସର ଗର୍ଭବତୀଙ୍କୁ ହତ୍ୟା
·5 months ago·2 min read

Key Points
କଳାହାଣ୍ଡିରେ ଚାଞ୍ଚଲ୍ୟକର ଘଟଣା
୮ ମାସର ଗର୍ଭବତୀଙ୍କୁ ହତ୍ୟା ଅଭିଯୋଗ
ସ୍ଵାମୀ ନେଲା ଦୁଇ ଦୁଇଟା ଜୀବନ
୮ ମାସର ଗର୍ଭବତୀଙ୍କୁ ହତ୍ୟା ଅଭିଯୋଗ
ସ୍ଵାମୀ ନେଲା ଦୁଇ ଦୁଇଟା ଜୀବନ
ଆଉ କିଛି ମାସ ପରେ ଘରକୁ ଆସିଥାନ୍ତା କୁନି ଅତିଥି । ଘରେ ଖେଳିଯାଇଥାନ୍ତା ଖୁସିର ଲହରୀ । ମହିଳା ଜଣକ ମାତୃତ୍ଵ ଲାଭ କରିଥାନ୍ତେ । କାରଣ ପ୍ରାୟ ୮ ମାସ ଧରି ସେ ପେଟରେ କୁନି ଜୀବନଟିକୁ ପାଳୁଥିଲେ । ହେଲେ ଯାହା ଘଟିଛି ତାହା ସମସ୍ତଙ୍କ ହୃଦୟକୁ ଥରାଇ ଦେଇଛି । କଳାହାଣ୍ଡିରେ ୮ ମାସର ଗର୍ଭବତୀଙ୍କୁ ତାର ଜହ୍ଲାଦ ସ୍ଵାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି ।
ଜହ୍ଳାଦ ସ୍ବାମୀ ନିଜ ସାଙ୍ଗ ସହ ମିଶି ଗର୍ଭବତୀ ସ୍ତ୍ରୀକୁ ହତ୍ୟା ପରେ ଫାର୍ମ ହାଉସରେ ପୋତି ଦେଇଥିବା ଅଭିଯୋଗ ହୋଇଛି । ଭବାନୀପାଟଣା ସଦର ଥାନା ସରଲାଞ୍ଜି ଗ୍ରାମର ଯୁବକ ଲଲିତ ପଟେଲ ନିଜ ସ୍ତ୍ରୀ ସହ ଭବାନୀପାଟଣା ସହରରେ ୨୦୨୩ ରହୁଥିଲେ । ହେଲେ ସ୍ଵାମୀଙ୍କ ପରକିୟାପ୍ରୀତି ବିଷୟରେ ସ୍ତ୍ରୀ ଜାଣିବା ପରେ ଦୁଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଯାହାକୁ ନେଇ ଲଲିତ ପୂର୍ବ ଯୋଜନା ମୁତାବକ ସାଙ୍ଗ ଦୁଷ୍ମନ୍ତ ଗଉଡ ସହ ମିଶି ୨୬ ଜାନୁଆରୀ ରାତି ୮ଟାରୁ ୯ଟା ସମୟ ସଦର ଥାନା ଶ୍ରୀପୁର ଫାର୍ମହାଉସକୁ ନେଇ ବେକରେ ରସି ସାହାଯ୍ୟରେ ସ୍ତ୍ରୀକୁ ହତ୍ୟା କରିଥିଲେ ।
ଏହା ପରେ ମୃତଦେହକୁ ୨ଫୁଟ ଗାତ ଖୋଲି ପୋତି ଦେଇଥିଲେ । ଗତ ସୋମବାର ଦିନ ଫାର୍ମ ହାଉସ ଜଗୁଆଳି ସଫା କରିବା ସମୟରେ ହାତ ଦେଖା ଯିବାରୁ ପୋଲିସକୁ ଖବର ଦେବାପରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପରବର୍ତ୍ତୀ ସମୟରେ ମୃତ ମହିଳାଙ୍କ ପରିବାର ଲୋକେ ସଦର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।
ଆଜି ଲଲିତକୁ ଗିରଫ ପରେ ସହଯୋଗୀ ଦୁଷ୍ମନ୍ତକୁ ଧରିଛି ପୋଲିସ । ଏହାପରେ ଉଭୟଙ୍କୁ ଘଟଣାସ୍ଥଳରେ ସିନ୍ ରିକ୍ରେସନ ପରେ ଦୁଇ ଅଭିଯୁକ୍ତଙ୍କୁ ସଦର ଥାନାରେ ଅଟକ ରଖାଯାଇଛି । ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି କଳାହାଣ୍ଡି ଏସପି ସୂଚନା ଦେଇଛନ୍ତି ।
ଏଥିସହ ପଢନ୍ତୁ: ଅଜବ ପ୍ରେମ ସମ୍ପର୍କ: ପ୍ରଥମେ ଜ୍ବାଇଁ ଆଉ ଏବେ ଭିଣୋଇ ସହ ଶାଶୁ ଫେରାର

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories