Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Death Penalty / ବନିତାଙ୍କୁ ମିଳିଲା ନ୍ୟାୟ; ହତ୍ୟାକାରୀ ସ୍ଵାମୀକୁ ଫାଶୀ ଦଣ୍ଡାଦେଶ ଶୁଣାଇଲେ କୋର୍ଟ

Debashree Debasmita Sahoo
Browse all articles by Debashree Debasmita Sahoo
·5 months ago·2 min read
ବନିତାଙ୍କୁ ମିଳିଲା ନ୍ୟାୟ; ହତ୍ୟାକାରୀ ସ୍ଵାମୀକୁ ଫାଶୀ ଦଣ୍ଡାଦେଶ ଶୁଣାଇଲେ କୋର୍ଟ
Death Penalty

Key Points

ଛଳନା କରି ଦ୍ଵିତୀୟ ବିବାହ କରିଥିଲେ
ପତ୍ନୀ ଜାଣିବା ପରେ ସ୍ଵାମୀଙ୍କ ଘର ଛାଡ଼ିଥିଲେ
ଏତିକିରେ ପତ୍ନୀଙ୍କୁ ଏସିଡ ମାଡ କରିଥିଲା ସ୍ଵାମୀ
ଏବେ ହତ୍ୟାକାରୀ ସ୍ଵାମୀକୁ ମିଳିଲା ଫାଶୀ ଦଣ୍ଡାଦେଶ
ପୂର୍ବରୁ ବିବାହିତ ହୋଇଥିଲେ ସୁଦ୍ଧା ଅନ୍ୟ ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଦ୍ୱିତୀୟ ବିବାହ କରିଥିଲେ । ପରେ ଧରାପଡ଼ିବା ପରେ ସ୍ଵାମୀ ପାଲଟିଯାଇଥିଲା ସଇତାନ । ମାରିଦେବା ପାଇଁ ଦ୍ଵିତୀୟ ସ୍ତ୍ରୀକୁ ଏସିଡ ମାଡ଼ କରିଥିଲା । ଏହାସହିତ ଅନ୍ୟ ଦୁଇଟି କୁନିକୁନି ପିଲା ସମେତ ୪ ଜଣ ଏହି ଏସିଡ ମାଡରେ ଗୁରୁତର ଭାବେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପରେ ଦ୍ୱିତୀୟ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାର ଆଜି କୋର୍ଟ ମୃତ୍ୟୁ ଦଣ୍ଡଭଳି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି ।

  • କଣ ଥିଲା ପୂରା ଘଟଣା ?
ବାଲେଶ୍ବର ଅଞ୍ଚଳର ବନିତା ସିଂଙ୍କ ସହ ନୀଳଗିରି ଥାନା ସନ୍ତରାଗଡ଼ିଆ ଅଞ୍ଚଳର ଚନ୍ଦନ ରଣାଙ୍କର ପ୍ରେମ ବିବାହ ହୋଇଥିଲା । ଚନ୍ଦନ ଭୀମପୁରା ଛକରେ ଏକ ସୁନାରି ଦୋକାନରେ କାମ କରୁଥିଲେ । ବିବାହ ପରେ ବନିତା ଜାଣିବାକୁ ପାଇଥିଲେ ଯେ ଚନ୍ଦନ ବିବାହିତ ଓ ତାଙ୍କର ସ୍ତ୍ରୀ ଏବଂ ଦୁଇଟି ପିଲା ଅଛନ୍ତି । ତା' ପରେ ଆରମ୍ଭ ହୋଇଥିଲା ବିବାଦ । ସେ ସ୍ଵାମୀଙ୍କୁ ଛାଡି ପଳାଇ ଆସି ନିଜ ବଡ଼ ଭଉଣୀ ବର୍ଷାଙ୍କ ସହ ବାଲେଶ୍ଵର ସହରରେ ରହୁଥିଲା । ଏହା ଜାଣିବା ପରେ ଚନ୍ଦନ ଆସି ଭଉଣୀଙ୍କ ଘରେ ପହଞ୍ଚି ବନିତାଙ୍କ ସହ ଯୁକ୍ତିତର୍କ କରିଥିଲା ।

ପଢନ୍ତୁ ଏହି ଖବର: ତ୍ରିକୋଣୀୟ ପ୍ରେମର କରୁଣ ପରିଣତି; ପ୍ରେମିକର ପ୍ରେମିକାକୁ ହତ୍ୟା

ପୂର୍ବ ପ୍ରସ୍ତୁତି ଅନୁସାରେ ସାଥିରେ ଆଣିଥିବା ଏସିଡକୁ ଦ୍ଵିତୀୟ ପତ୍ନୀଙ୍କ ମୁହଁକୁ ଫୋପାଡିଲା । ବନିତା ଏସିଡ୍ ଜ୍ଵାଳାରେ ଚିତ୍କାର କରୁଥିବା ବେଳେ ତାଙ୍କ ବଡ ଭଉଣୀ ଦୌଡି ଆସିଥିଲେ । ସେତେବେଳେ ହିତାହିତ ଜ୍ଞାନ ହରାଇ ବସିଥିବା ଚନ୍ଦନ ତାଙ୍କ ବଡ ଭଉଣୀକୁ ଏସିଡ ମାଡ଼ କରିବା ସହ ତାଙ୍କ ୮ ମାସର ପୁଅ ଓ ୩ ବର୍ଷର ଝିଅକୁ ବି ଏସିଡ ମାଡ଼ କରିଥିଲା । ବନିତାର ସ୍ଵାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଏସିବି ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ବଡ଼ ଭଉଣୀ ବର୍ଷା ସିଂ ଓ ତାଙ୍କର ଦୁଇ ପିଲା ବାଲେଶ୍ଵର ଫକୀର ମୋହନ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

  • କୋର୍ଟ ଶୁଣାଇଲେ ଫାଶୀ ଦଣ୍ଡ
ଏସିଡ ମାଡ଼ କରିବା ପରେ ମୋଟର ସାଇକେଲରେ କୁଆଡେ ଖସି ପଳାଇଥିଲା ଅଭିଯୁକ୍ତ । ଶେଷରେ ବନିତା ମୃତ୍ୟୁବରଣ କରିଥିଲା । ଏଭଳି ଲୋମ ଟାଙ୍କୁରା ଘଟଣାକୁ ନେଇ ୫୬/୨୩ ନମ୍ବର ମାମଲା ରୁଜୁ ହୋଇ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଶେଷରେ ଗତ ୪ ତାରିଖରେ ବାଲେଶ୍ଵର ସ୍ୱତନ୍ତ୍ର ଏସସିଏସଟି କୋର୍ଟର ବିଚାରପତି ଅବଦୁଲ ସମିମ ଅଖତର ୩୪ଟି ସାକ୍ଷୀ,୧୧୦ଟି ଦସ୍ତାବିଜ ଓ ୩୩ଟି ମେଟେରିଆଲ ଅବଜେକ୍ଟକୁ ଭିତ୍ତିକରି ଭାରତୀୟ ପିଙ୍ଗଳ ଦଣ୍ଡବିଧାନ ଆଇନର ଧାରା ୩୦୨, ୩୨୬(କ), ୪୧୭, ୪୫୨ ଓ ଅନ୍ୟ ଧାରାରେ ଅଭିଯୁକ୍ତ ସ୍ୱାମୀକୁ ଦୋଷୀ ସାବ୍ୟସ୍ତ କରିଥିଲେ । ଆଜି ଦଣ୍ଡବିଧାନର ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରି ଚନ୍ଦନକୁ ମୃତ୍ୟଦଣ୍ଡରେ ଦଣ୍ଡିତ କରିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Man gets death penalty for acid attack on second wife in Balasore | Argus News