Puri Jagannath Temple / ଜଗା ଦର୍ଶନ ପାଇଁ ଆସି ମାଡ଼ ଖାଇଲେ ମା’–ପୁଅ, ଥାନାରେ ମାମଲା
·5 months ago·1 min read

Key Points
ମହାପ୍ରଭୁଙ୍କ ଦର୍ଶନକୁ ନେଇ ହିଂସା
ସାତପାହାଚ ନିକଟରେ ଉତ୍ତେଜନା
ମା’ ଓ ପୁଅ ଆହତ
ସାତପାହାଚ ନିକଟରେ ଉତ୍ତେଜନା
ମା’ ଓ ପୁଅ ଆହତ
ଶ୍ରୀମନ୍ଦିର ଭିତରେ ଭକ୍ତ ଭକ୍ତଙ୍କ ମଧ୍ୟରେ ହାତାହାତି ପାଟିତୁଣ୍ଡ । ସାତପାହାଚ ନିକଟ ବ୍ୟାରିକେଡ୍ ଭିତରେ ପାଟିତୁଣ୍ଡ ହାତାହାତି ହୋଇଥିବା ସୂଚନା ମିଳିଛି । ଜଗା ଦର୍ଶନ ପାଇଁ ଶ୍ରୀମନ୍ଦିର ଆସି ମାଡ଼ ଖାଇଲେ ଉଭୟ ମା ଓ ପୁଅ । ମା'ଙ୍କ ହାତ ଭାଙ୍ଗିଥିବା ବେଳେ ପୁଅର ଆଙ୍ଗୁଠି ଭାଙ୍ଗି ଯାଇଥିବା ଅଭିଯୋଗ ହୋଇଛି ।
ଶ୍ରୀମନ୍ଦିର ଭିତରେ ଦୁଇଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହେବା ପରେ ହାତାହାତି ପରିସ୍ଥିତି ଉପୁଜିଥିଲା । ବ୍ରହ୍ମପୁରରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ସପରିବାର ଆସିଥିବା ସୁନୀତା ନାୟକ ଏବଂ ତାଙ୍କ ପୁଅ ଦୀପକ ନାୟକଙ୍କୁ କିଛି ଭକ୍ତ ମାଡ଼ ମାରିଥିବା ସିଂହଦ୍ଵାର ଥାନାରେ ଅଭିଯୋଗ ହୋଇଛି । ସାତପାହାଚ ନିକଟ ବ୍ୟାରିକେଡ୍ ଭିତରେ ସୁନୀତା ଏବଂ ତାଙ୍କ ପୁଅ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲାଇନରେ ଠିଆ ହୋଇଥିବା ବେଳେ ଅନ୍ୟ କିଛି ପୁରୁଷ ଭକ୍ତ ଲାଇନ୍ ଭାଙ୍ଗି ତାଙ୍କ ଆଗକୁ ଆସିବାରୁ ସୁନିତା ନାୟକ ବିରୋଧ କରିଥିଲେ ।
ଏଥିରେ ଉତକ୍ଷିପ୍ତ ହୋଇ ପୁରୁଷ ଭକ୍ତମାନେ ସୁନୀତା ଏବଂ ତାଙ୍କ ପୁଅଙ୍କ ସହ ପାଟିତୁଣ୍ଡ କରିବା ସହ ମାଡ ମାରିଥିବା ଅଭିଯୋଗ ହୋଇଛି । ହାତାହାତିରେ ସୁନୀତାଙ୍କ ହାତ ଓ ତାଙ୍କ ପୁଅ ଦୀପକର ଆଙ୍ଗୁଠି ଭାଙ୍ଗିଯାଇଥିବା ଅଭିଯୋଗ ହୋଇଛି । ଏନେଇ ଉଭୟ ପକ୍ଷର ଭକ୍ତମାନଙ୍କୁ ସିଂହଦ୍ଵାର ଥାନାକୁ ନେଇ ତଦନ୍ତ ଆରମ୍ଭ ହୋଇଥିବା ବେଳେ ସୁନୀତା ଗଣ୍ଡଗୋଳରେ ସମ୍ପୃକ୍ତ ଚାରିଜଣଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଛନ୍ତି । ସିଂହଦ୍ଵାର ଥାନା ପୋଲିସ୍ ଏହି ଘଟଣାର ତଦନ୍ତ ଜାରି ରଖିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories