Breaking News / ସିଙ୍ଗାପୁର ଯାଇ ଜାହାଜ ଭିତରେ ସାର୍ଥକକୁ ଖୋଜିବେ ମା'
·5 months ago·2 min read

Key Points
ସାର୍ଥକକୁ ନିଖୋଜ ହେବାର ବିତିଗଲାଣି ୯ ଦିନ
ନିଖୋଜ ଓଡ଼ିଆ ନାବିକ ସାର୍ଥକ ମହାପାତ୍ରଙ୍କୁ ଖୋଜିବାକୁ ଯିବେ ମା’
ଆସନ୍ତା ୧୫ ତାରିଖରେ ସିଙ୍ଗାପୁର କୂଳରେ ଲାଗିବ ଯାହାଜ

ନିଖୋଜ ହେବାର ବିତିଗଲାଣି ୯ ଦିନ । ପୁଅର ଖବର ଶୁଣିବାକୁ ଛଟପଟ ହେଉଛି ମମତା । ଏବେ ନିଖୋଜ ଓଡ଼ିଆ ନାବିକ ସାର୍ଥକ ମହାପାତ୍ରଙ୍କୁ ଖୋଜିବାକୁ ଯିବେ ମା’ ଓ ମାମୁ। ଏଥିପାଇଁ ସିଙ୍ଗାପୁର ଗସ୍ତ କରିବେ ସାର୍ଥକଙ୍କ ମାଆ ରଶ୍ମିତା ଓ ମାମୁଁ। ସାର୍ଥକ ନେଇଥିବା ଜାହାଜ ଆସନ୍ତା ୧୫ ତାରିଖରେ ସିଙ୍ଗାପୁର କୂଳରେ ଲାଗିବ । ଏହାପରେ ମାଆ ଓ ମାମୁ ନିଜେ ଜାହାଜ ଭିତରକୁ ଯାଇ ପୁଅକୁ ଖୋଜିବେ। ଉଭୟଙ୍କ ସମସ୍ତ ଗସ୍ତ ଖର୍ଚ୍ଚ ବହନ କରିବ ଜାହାଜ କମ୍ପାନୀ। ଭିସା ଓ ଅନ୍ୟାନ୍ୟ ବ୍ୟବସ୍ଥା ସିଙ୍ଗାପୁର ଓ ଭାରତ ସରକାର କରିବେ। ମରିସସ୍ ନିକଟରେ ଗଭୀର ସମୁଦ୍ରରୁ ନିଖୋଜ ପରେ ସାର୍ଥକଙ୍କ ମିଳୁନି ପତ୍ତା। ମଝି ସମୁଦ୍ରରେ ରହସ୍ୟମୟ ଭାବେ ମର୍ଚଣ୍ଟ ନେଭି କାଡେଟ ସାର୍ଥକ ମହାପାତ୍ର ଗାୟବ ଘଟଣାକୁ ସପ୍ତାହେରୁ ଅଧିକ ଦିନ ବିତିଗଲାଣି।
ଗତ ୨ ତାରିଖରେ ମାଆଙ୍କ ସହ ଶେଷ ଥର ପାଇଁ କଲରେ କଥା ହୋଇଥିଲେ ସାର୍ଥକ । ହଟାତ 3 ତାରିଖ ଜାହାଜରେ ଡ୍ୟୁଟି ବେଳେ ସାର୍ଥକ ନିଖୋଜ ହୋଇଯାଥିଲେ। ରହସ୍ୟମୟ ଭାବେ ନିଖୋଜ ହୋଇ ଯାଇଥିବା ସାର୍ଥକ ମହାପାତ୍ର ଙ୍କୁ ଖୋଜିବା ପାଇଁ ପରିବାର ଲୋକଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମଧ୍ୟ ଅନେକ ପ୍ରୟାସ ଜାରି ରଖିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବନ୍ଦର, ସିପିଂ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଚିଠି ଲେଖିଥିଲେ। ଏହା ପରେ MRCC ମରିସସ ରେ ସନ୍ଧାନ କାର୍ଯ୍ୟକାରିଥିଲା। କିନ୍ତୁ ବର୍ତ୍ତମାନ ସାର୍ଥକ ଙ୍କ କୌଣସି ଖୋଜ ଖବର ମିଳି ପାରୁ ନାହିଁ। ବର୍ତ୍ତମାନ ପରିବାର ଲୋକେ ସରକାର ଙ୍କ ପାଖରେ ଗୁହାରି କରିଛନ୍ତି ଯେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଉ ଯେଉଁ ମାନେ ଏହି ଘଟଣା ର ତଦନ୍ତ କରିବେ।
ମେରାଇନ୍ ଇଞ୍ଜିନିୟର ସାର୍ଥକ ମହାପାତ୍ର ନିଖୋଜ ଘଟଣାରେ ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କୁ ଚିଠି ଲେଖିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସାର୍ଥକଙ୍କ ସନ୍ଧାନ ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ ପାଇଁ ଅନୁରୋଧ କରିଥିଲେ। । କେନ୍ଦ୍ର ବନ୍ଦର ଓ ଜାହାଜ ଚଳାଚଳ ମନ୍ତ୍ରୀଙ୍କୁ ବି ଚିଠି ଲେଖିଲେ ଧର୍ମେନ୍ଦ୍ର। କେନ୍ଦ୍ର ବନ୍ଦର ଓ ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କୁ ଅନୁରୋଧ କରିଥିଲେ।
ସାର୍ଥକଙ୍କ ମା’ ରଶ୍ମିତା ସାହୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ପରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଏହା ଉପରେ ବୃଦ୍ଧିତ କାର୍ଯ୍ୟାନୁଷ୍ଠାନ ପାଇଁ ଦିଲ୍ଲୀସ୍ଥିତ ଆବାସିକ କମିସନରଙ୍କୁ କୁହାଯାଇଥିଲା। ଆବାସିକ କମିସନର ବିଶାଲ ଗଗନ ସାର୍ଥକଙ୍କ ସମ୍ପର୍କର ତଥ୍ୟ ଦେବାକୁ ବନ୍ଦର, ସିଫି ଓ ଜଳପଥ ମନ୍ତ୍ରଣାଳୟ, ବୈଦେଶିକ ମନ୍ତ୍ରଣାଳୟ ଓ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ଚିଠିଲେଖି ଜଣାଇଥିଲେ | ତେବେ ସାର୍ଥକ ଶେଷଥର ପାଇଁ ୩ ଫେବ୍ରୁଆରି ସକାଳ ୬ଟା ୧୫ ମିନିଟ୍ (ସ୍ଥାନୀୟ ସମୟ)ଭୈ ଜାହାଜରେ ଦେଖିବାକୁ ମିଳିଥିଲେ ବୋଲି ଆଫ୍ଲୋ-ଇଷ୍ଟର୍ଣ୍ଣ ସିପିଂ ମ୍ୟାନେଜମେଣ୍ଟ (ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ପରିବାରଲୋକଙ୍କୁ ଅବଗତ କରାଯାଇଥିଲା ।
ଏଥିସହ ପଢ଼ନ୍ତୁ: ମେରାଇନ୍ ଇଞ୍ଜିନିୟର ସାର୍ଥକ ମହାପାତ୍ର ନିଖୋଜ ଘଟଣାରେ ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କୁ ଚିଠି ଲେଖିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories