Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଝିଅ ବାହାଘରରେ ମୁଖ୍ୟମନ୍ତ୍ରୀ ଦେବେ ଉପହାର, ସରକାର ବାଣ୍ଟିବେ...

Odisha

Mukhyamantri Kanya Vivah Yojana / ଝିଅ ବାହାଘରରେ ମୁଖ୍ୟମନ୍ତ୍ରୀ ଦେବେ ଉପହାର, ସରକାର ବାଣ୍ଟିବେ...

Banajyotshna Ray
Browse all articles by Banajyotshna Ray
·4 months ago·2 min read
ଝିଅ ବାହାଘରରେ ମୁଖ୍ୟମନ୍ତ୍ରୀ ଦେବେ ଉପହାର, ସରକାର ବାଣ୍ଟିବେ...
Mukhyamantri Kanya Vivah Yojana

Key Points

ସରକାର ବାଣ୍ଟିବେ ଶାଢୀ, ଚୁଡ଼ି, ପାଉଁଜି, ବିନ୍ଦି
ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ଝିଅ ମାନଙ୍କୁ ମିଳିବ ଉପହାର
ଉତ୍କଳିକା ସହ ବୁଝାମଣା ପତ୍ର ସ୍ବାକ୍ଷରିତ କଲା ମହିଳା ଓ ଶିଶୁ ବିକାଶ ବିଭାଗ
ବିରୋଧୀ କହିଲେ ଦେଢ଼ ବର୍ଷରେ ଘଟିଲାଣି ୪୧ ହଜାର ମହିଳା ଅପରାଧ
ଶାଢ଼ୀ ଚୁଡ଼ି ବଣ୍ଟା ଛାଡ଼ି ମହିଳା ସୁରକ୍ଷାକୁ ସୁନିଶ୍ଚିତ କରନ୍ତୁ ସରକାର
ସେପଟେ ସୁଭଦ୍ରା ହିତାଧିକାରୀଙ୍କୁ ନୂଆ ବର୍ଷ ଭେଟି ଦେବାକୁ ଯାଉଛନ୍ତି ରାଜ୍ୟ ସରକାର
ଏଇ ସପ୍ତାହରେ ୪ ଲକ୍ଷ ୫୭ ହଜାର ମହିଳା ଙ୍କୁ ମିଳିବ ସୁଭଦ୍ରା ଟଙ୍କା
ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ବିବାହ ଉପହାର ସାମଗ୍ରୀର ଯୋଗାଣ ପାଇଁ ଉତ୍କଳିକା ଓ ମହିଳା ଓ ଶିଶୁ ବିକାଶ ବିଭାଗ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି । ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ଝିଅ ମାନଙ୍କୁ ଶାଢୀ, ଚୁଡ଼ି, ପାଉଁଜି, ବିନ୍ଦି ଭଳି ବ୍ୟବହାର ସାମଗ୍ରୀ ମିଳିବ । ଏହି ସବୁ ସାମଗ୍ରୀର ଉତ୍କଳିକା ମାଧ୍ୟମରେ ହିତାଧିକାରୀଙ୍କୁ ଯୋଗାଇବେ ସରକାର । ଏହା ଦ୍ବାରା ଓଡ଼ିଶାର ହସ୍ତଶିଳ୍ପ ଓ ହସ୍ତକଳା କ୍ଷେତ୍ରକୁ ମଧ୍ଯ ପ୍ରୋତ୍ସାହନ ମିଳିବ ବୋଲି କୁହାଯାଇଛି । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଉପସ୍ଥିତିରେ MOU ସ୍ବାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ମୋଟ ୫୧ ହଜାର ଟଙ୍କା ସହାୟତା ରାଶି ଦେବେ ସରକାର ।

ବାହାଘର ପଞ୍ଜିକରଣ ହେବାର ୭ ଦିନ ପରେ ହିତାଧିକାରୀଙ୍କ ଆକାଉଣ୍ଟ କୁ ଯିବ ୩୫ ହଜାର ଟଙ୍କା। ଉପହାର ପାଇଁ ୧୦ ହଜାର ଓ ସାଜ ସଜା ପାଇଁ ୬ ହଜାର ଟଙ୍କା ଦେବେ ସରକାର। ପୂର୍ବରୁ ମୁଖ୍ୟମନ୍ତ୍ରୀ କନ୍ୟା ଵିଵାହ ଯୋଜନା ପାଇଁ ଗାଇଡଲାଇନ ଆସିଥିବା ବେଳେ ଆଜି ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି । ଯାହାକୁ ନେଇ ବିରୋଧୀ କହିଛନ୍ତି ଦେଢ଼ ବର୍ଷରେ ଘଟିଲାଣି ୪୧ ହଜାର ମହିଳା ଅପରାଧ । ଶାଢ଼ୀ ଚୁଡ଼ି ବଣ୍ଟା ଛାଡ଼ି ମହିଳା ସୁରକ୍ଷାକୁ ସୁନିଶ୍ଚିତ କରନ୍ତୁ ସରକାର । ସେପଟେ ସୁଭଦ୍ରା ହିତାଧିକାରୀଙ୍କୁ ନୂଆ ବର୍ଷ ଭେଟି ଦେବାକୁ ଯାଉଛନ୍ତି ରାଜ୍ୟ ସରକାର । ଏଇ ସପ୍ତାହରେ ୪ ଲକ୍ଷ ୫୭ ହଜାର ମହିଳା ଙ୍କୁ ମିଳିବ ସୁଭଦ୍ରା ଟଙ୍କା । ନୂଆ 1 ଲକ୍ଷ 78 ହଜାର 398 ଜଣଙ୍କୁ ସାମିଲ କରାଯାଇଥିବାରୁ ସେମାନେ ପାଇବେ ପ୍ରଥମ କିସ୍ତି ।

ଏଥିସହ ପଢ଼ନ୍ତୁ: ମହାକାଶରେ କାନ୍ଦିଲେ କ'ଣ ହୁଏ, କୁଆଡେ ଯାଏ ଆଖିର ଲୁହ ?

ପ୍ରଥମ ଓ ଦ୍ୱତୀୟ କିସ୍ତିରୁ ବାଦ ପଡ଼ିଥିବା 2 ଲକ୍ଷ 55 ହଜାର 265 ଜଣଙ୍କୁ ସାମିଲ କରାଯାଇଛି । ସେମାନେ ବି ଏକା ବେଳକେ ପାଇବେ ଦୁଇଟି କିସ୍ତି । ସେହିପରି ଅଭିଯୋଗ ଶୁଣାଣି ରେ 24 ହଜାର 18 ଜଣ ହିତାଧିକାରୀ ଙ୍କୁ ସୁଭଦ୍ରା ରେ ସାମିଲ କରାଯାଇଛି । 250 କୋଟି ଟଙ୍କା ର ସମାହାୟତା ରାଶି ଖାତାକୁ ଯିବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ । ବଢୁଥିବା ମହିଳା ବିରୋଧୀ ହିଂସା ବିରୋଧୀ ପ୍ରସଙ୍ଗ କରୁଥିବା ବେଳେ ସରକାରଙ୍କ ଶାଢୀ, ଚୁଡ଼ି, ପାଉଁଜି, ବିନ୍ଦି ବାଣ୍ଟିବା ଯୋଜନା ଲୋକଙ୍କୁ କେତେ ପ୍ରଭାବିତ କରୁଛି ତାହା ଉପରେ ନଜର।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: 


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Mukhyamantri Kanya Vivah Yojana: Girls to Receive Special Gifts | Argus News | Argus News