Cry In Space / ମହାକାଶରେ କାନ୍ଦିଲେ କ'ଣ ହୁଏ, କୁଆଡେ ଯାଏ ଆଖିର ଲୁହ ?
·4 months ago·2 min read

Key Points
ମହାକାଶରେ କାନ୍ଦିଲେ କ'ଣ ହୁଏ ?
ସେଠାରେ କିପରି କାନ୍ଦନ୍ତି ମହାକାଶଚାରୀ?
କୁଆଡେ ଯାଏ ଆଖିର ଲୁହ ?
ସେଠାରେ କିପରି କାନ୍ଦନ୍ତି ମହାକାଶଚାରୀ?
କୁଆଡେ ଯାଏ ଆଖିର ଲୁହ ?
ପୃଥିବୀ ପୃଷ୍ଠରେ କେହି କାନ୍ଦିବା ସ୍ଵଭାବିକ କଥା । ହେଲେ ଆପଣମାନେ କେବେ ଭାବିଛନ୍ତି କି, ମହାକାଶଚାରୀ ମାନେ ମହାକାଶରେ କେବେ କାନ୍ଦିଥାନ୍ତି କି ନାହିଁ ? ଯଦି କାନ୍ଦିଥାନ୍ତି, ତେବେ କୁଆଡେ ଯାଏ ସେମାନଙ୍କ ଆଖିର ଲୁହ । ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ କି ମହାକାଶରେ ମଧ୍ୟ ମହାକାଶଚାରୀମାନେ କାନ୍ଦିଥାନ୍ତି । ପୃଥିବୀରେ ଯେମିତି ତାଙ୍କୁ ଦୁଃଖ, କଷ୍ଟ, ଯନ୍ତ୍ରଣା ଯୋଗୁଁ କାନ୍ଦ ଲାଗିଥାଏ । ସେଠାରେ ମଧ୍ୟ ପୃଥିବୀ ଛାଡିବାର ଦୁଃଖ, ସେଠାକାର ଅତ୍ୟଧିକ କାମର ଚାପ, ଚିଡଚିଡାପଣ, ଭାସମାନ ଧୁଳି ଯୋଗୁଁ ସେମାନଙ୍କ ଆଖିରେ ଲୁହ ଆସିଥାଏ । ହେଲେ ସେହି ଲୁହ ତଳକୁ ବୋହିପାରେ ନାହିଁ । ମହାକାଶରେ ମାଧ୍ୟାକର୍ଷଣ ଶକ୍ତି ନଥିବାରୁ ଲୁହ ତଳକୁ ନ ଗଡିଯାଇ ଆଖି ପାଖରେ ଜମା ହୋଇ ରହେ ।
ସେହି ଲୁହ ଏକ ପତଳା ଏବଂ ଗୋଲାକାର ଆସ୍ତରଣ ସୃଷ୍ଟି କରେ, ଯାହାକି ଆଖି ମିଟିମିଟି କଲେ ମଧ୍ୟ ତଳେ ପଡି ନଥାଏ । ଫଳରେ ସେହି ଲୁହ ଆଖି ଏବଂ ଆଖି ଚାରିପଟେ ଜମା ହୋଇ ଆଖିକୁ ଝାପସା ଦୃଶ୍ୟମାନ ହୁଏ । ହେଲେ ଏହାର କୌଣସି କୁପ୍ରଭାବ କିମ୍ବା ଯନ୍ତ୍ରଣା ଆଖି ଉପରେ ପଡି ନଥାଏ । ହେଲେ ଯେତେବେଳେ ପ୍ରଥମେ ଏମିତି ମହାକାଶଚାରୀଙ୍କ ସହ ହୁଏ, ସେମାନେ ସାମାନ୍ୟ ଅସହଜ ମନେ କରନ୍ତି । କିନ୍ତୁ ପରେ ପରେ ଏହା ଅଭ୍ୟାସରେ ପରିଣତ ହୋଇଯାଏ । କିନ୍ତୁ ଲୁହ, ଝାଳ, ପାଣି ଏସବୁ ଭାସୁଥିବା ଅବସ୍ଥାରେ ମହାକାଶଚାରୀମାନେ ଏହାକୁ ଅଣଦେଖା କରନ୍ତି ନାହିଁ । କାରଣ ମହାକାଶରେ ମାଧ୍ୟାକର୍ଷଣ ଶକ୍ତି ନଥିବାରେ ଏହି ସବୁ ବୁନ୍ଦା ଆକାରରେ ସେଠାରେ ବୁଲିଥାନ୍ତି, ଆଉ କୌଣସି ଭେଣ୍ଟ ସିଷ୍ଟମରେ ପଶିଗଲେ ଏହା କ୍ଷତି ପହଞ୍ଚାଇଥାଏ ।ସେଥିପାଇଁ ଆଖିରେ ଲୁହ ଆସିଲେ ମହାକାଶଚାରୀମାନେ ଏହାକୁ ଏକ କପଡା ସାହାଯ୍ୟରେ ପୋଛିଥାନ୍ତି । ଏହାଦ୍ଵାରା ସେମାନଙ୍କ ଆଖିକୁ କୌଣସି ପ୍ରକାର ଝାପସା ଦେଖାଯାଇ ନଥାଏ, ଏବଂ ମହାକାଶଯାନ ସୁରକ୍ଷିତ ରହିଥାଏ ।
ଏଥିସହ ପଢ଼ନ୍ତୁ: ପାଣ୍ଡ୍ୟାଙ୍କ ବଲ୍ରେ ବାଜିଲା ବଲ୍, ଶୁଭିଲା ଖାଲି ଛକା...ଆଉ ଛକା
ଯେତେବେଳେ ପ୍ରଥମ ଥର ପାଇଁ ମହାକାଶଚାରୀଙ୍କ ସହିତ ଏପରି କିଛି ହୋଇଛି। ସେମାନେ ଅସହଜ ଅନୁଭବ କରନ୍ତି ଏବଂ ଆଶ୍ଚର୍ଯ୍ୟ ହୋଇଯାଆନ୍ତି ମହାକାଶଚାରୀମାନେ ମହାକାଶଯାନରେ ଭାସୁଥିବା କୌଣସି ତରଳ ପଦାର୍ଥ ଯଥା- ପାଣି, ଝାଳ ଓ ଲୁହ ଆଦିକୁ ଅଣଦେଖା କରନ୍ତି ନାହିଁ। କାରଣ ମହାକାଶରେ ମାଧ୍ୟାକର୍ଷଣର ଅନୁପସ୍ଥିତି ଯୋଗୁଁ ତରଳ ପଦାର୍ଥ ବାୟୁମଣ୍ଡଳରେ ବୁନ୍ଦା ଆକାରରେ ଭାସିଥାଏ, ଯାହା ବିଭିନ୍ନ ଉପକରଣ ବା ଭେଣ୍ଟ ସିଷ୍ଟମ୍ରେ ପ୍ରବେଶ କରି କ୍ଷତି ପହଞ୍ଚାଇପାରେ। ତେଣୁ ମହାକାଶଚାରୀମାନେ ବିଶେଷ ଶୋଷକ କପଡ଼ା ସାହାଯ୍ୟରେ ସେମାନଙ୍କର ଲୁହକୁ ସାବଧାନତାର ସହିତ ପୋଛି ଦିଅନ୍ତି। ଏହା ଦ୍ବାରା ଉଭୟ ମହାକାଶଚାରୀ ଓ ମହାକାଶଯାନ ସୁରକ୍ଷିତ ରହିଥାନ୍ତି। ପୃଥିବୀ ପୃଷ୍ଠରେ କେହି କାନ୍ଦିଲେ ସ୍ବାଭାବିକ ଭାବେ ଆଖିରୁ ଲୁହ ଝରେ। ଏହା ଏକ ବଡ଼ କଥା ନୁହେଁ। ମାତ୍ର ମହାକାଶରେ କାନ୍ଦିବା ସଂପୂର୍ଣ୍ଣ ଭିନ୍ନ ଅଭିଜ୍ଞତା। ଆପଣ ଜାଣନ୍ତି କି ମହାକାଶରେ ମହାକାଶଚାରୀ କାନ୍ଦିଲେ କ’ଣ ହୋଇଥାଏ?
ଅଧିକ ପଢ଼ନ୍ତୁ ବିଦେଶ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories