Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Nuapada By Election / ଓଡ଼ିଆ କହି ପାରୁନଥିବାରୁ ନବୀନ ସୁନାବେଡା ଆସିନଥିଲେ: ମୁଖ୍ୟମନ୍ତ୍ରୀ

Banajyotshna Ray
Browse all articles by Banajyotshna Ray
·8 months ago·2 min read
ଓଡ଼ିଆ କହି ପାରୁନଥିବାରୁ ନବୀନ ସୁନାବେଡା ଆସିନଥିଲେ: ମୁଖ୍ୟମନ୍ତ୍ରୀ

Key Points

ସୁନାବେଡା ଅଭୟାରଣ୍ୟର ଚକୋଟିଆ ଭୁଞ୍ଜିଆଙ୍କ ପାଖରେ ପହଁଞ୍ଚିଲେ ମୁଖ୍ୟମନ୍ତ୍ରୀ
ସମସ୍ୟାର ପାହାଡ଼ ଭିତରେ ଥିବା ଆଦିମ ଅଧିବାସୀଙ୍କ ଦୁଃଖ ଦୂର ପାଇଁ ଦେଲେ ପ୍ରତିଶ୍ରୁତି
ପ୍ରଥମଥର ପାଇଁ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ଦେଖି ଖୁସି ଚକୋଟିଆ ଭୁଞ୍ଜିଆ
ନୂଆପଡ଼ାରୁ ଖରିଆର ପର୍ଯ୍ୟନ୍ତ ରୋଡ ଶୋ କରି ଜୟଙ୍କ ପାଇଁ ମାଗିଲେ ଭୋଟ
ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ବି ପ୍ରଚାର ମଇଦାନରେ ଲଗାଇଲେ ଜୋର୍
ଯେଉଁଠି କେବେ କେଉଁ ମୁଖ୍ୟମନ୍ତ୍ରୀଙ୍କ ପାଦ ପଡିନଥିଲା। 3 ହଜାର ଫୁଟ ଉଚ୍ଚରେ ରହୁଥିବା ସୁନାବେଡା ଅଭୟାରଣ୍ୟର ଚକୋଟିଆ ଭୁଞ୍ଜିଆଙ୍କ ପାଖରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଚକୋଟିଆଙ୍କ ଅଧିଷ୍ଠାତ୍ରୀ ଦେବୀ ମାଆ ସୁନାଦେଇଙ୍କ ପାଖରେ କରିଥିଲେ ପୂଜାର୍ଚ୍ଚନା। ପରେ ସାଧାରଣ ସଭାରେ ଆଦିମ ଅଧିବାସୀଙ୍କୁ ସେମାନଙ୍କ ସମସ୍ୟା ଦୂର ପାଇଁ ଦେଇଥିଲେ ଭରସା। ସୁନାବେଡା ଓ ସୋସଙ୍ଗ ପଞ୍ଚାୟତରେ ରହୁଥିବା ଲୋକଙ୍କ ପାଖରେ କାହିଁକି ପହଁଞ୍ଚିପାରିନି ମୌଳିକ ସୁବିଧା । ଏହାସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଲମ୍ବା ସମୟ ଶାସନ ଗାଦିରେ ଥିବା ନବୀନଙ୍କୁ ପଚାରିଥିଲେ ପ୍ରଶ୍ନ। ଓଡ଼ିଆ କହି ପାରୁନଥିବାରୁ ନବୀନ ସୁନାବେଡା ଆସିନଥିଲେ ବୋଲି କହି ଟାର୍ଗେଟ କରିଥିଲେ ମୋହନ ।

ଏହାସହ ସୁନାବେଡାରେ ଚକୋଟିଆ ଭୁଞ୍ଜିଆ ସଂପ୍ରଦାୟର ନକୁଳ ରାମ ମାଝୀଙ୍କ ଘରେ ମୁଖ୍ୟମନ୍ତ୍ରୀ କରିଥିଲେ ମଧ୍ୟାହ୍ନ ଭୋଜନ। ପ୍ରଥମଥର ପାଇଁ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଆତିଥ୍ୟ ଦେଇ ବେଶ ଖୁସି ଚକୋଟିଆ ଭୁଞ୍ଜିଆ ଆଦିମ ଅଧିବାସୀ । ସୁନାବେଡାରୁ ନୂଆପଡା ଫେରି ମୁଖ୍ୟମନ୍ତ୍ରୀ କରିଥିଲେ ବିରାଟ ରୋଡ ଶୋ । ଖରିଆର ରୋଡ ପର୍ଯ୍ୟନ୍ତ ରୋଡ ଶୋ କରି ଜୟଙ୍କ ପାଇଁ ଭୋଟ ମାଗିଥିଲେ ମୋହନ ମାଝୀ।

ଏପଟେ ଆଜି ପ୍ରଚାର ମଇଦାନରେ ଝାଳ ବୁହାଥିଲେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ। କୋମନା, ବେଲଟୁକୁରୀ, କୋନାବେରାରେ ପ୍ରଚାର କରିଥିଲେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗୀନି ଛୁରିଆ। ହାତରେ କମ ସମୟ ଥିବାରୁ ଘର ଘର ବୁଲି ପ୍ରଚାର କରିବା ସହ ପଥପ୍ରାନ୍ତ ସଭାକରି ସ୍ନେହାଙ୍ଗୀନି ମାଗିଥିଲେ ଭୋଟ। ସେହିପରି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି ମଧ୍ୟ ଅନ୍ୟ ନେତାଙ୍କ ସହ ମିଶି ବିଭିନ୍ନ ସ୍ଥାନରେ କରିଥିଲେ ପ୍ରଚାର। କାଲି ପ୍ରଚାରର ଶେଷ ଦିନ। ତେଣୁ ତିନି ଦଳ ଏବେ ପ୍ରଚାର ମଇଦାନରେ ଦିନରାତି ଏକ କରିଦେଇଛନ୍ତି।

ଏଥିସହ ପଢ଼ନ୍ତୁ:  ସରିଆସୁଛି ପ୍ରଚାର, ହାତରେ ମାତ୍ର ଆଉ ଗୋଟିଏ ଦିନ...

କମ୍ପୁଛି ନୂଆପଡ଼ା ପ୍ରଚାର ମଇଦାନ । ଶନିବାର ପୁଣି ରଣଭୂମିକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ । ରୋଡ୍‌ ଶୋ ସହ ଜନସଭା କରିଛନ୍ତି ମୋହନ ମାଝୀ । ଶେଷ ଦୁଇ ଦିନ ପ୍ରଚାରରେ ବିରୋଧୀ ବିଜେଡି ଓ କଂଗ୍ରେସ ବି ଲଗାଇବେ ସବୁ ବଳ । ମତଦାନ ତାରିଖ ପାଖେଇ ଆସୁଥିବାବେଳେ ମଇଦାନରେ ବଳ କଷୁଛନ୍ତି ସବୁ ଦଳର ମୁଖିଆ । ଗତକାଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପ୍ରଚାର ପରେ ଶନିବାର ପୁଣି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜୟ ଢୋଲକିଆଙ୍କୁ ଧରି ପ୍ରଚାର କରିଛନ୍ତି । ବିଭିନ୍ନ ସ୍ଥାନରେ ରୋଡ୍ ଶୋ ସହ ଜନସଭାକୁ କରିଛନ୍ତି ସମ୍ବୋଧନ । ସେପଟେ କଂଗ୍ରେସ ମଧ୍ୟ ଜାରି ରଖିଛି ପ୍ରଚାର । ନୂଆପଡ଼ାର ବିଭିନ୍ନ ଗାଁରେ ଡେରା ପକାଇଛନ୍ତି ପିସିସି ସଭାପତି, ପୂର୍ବତନ ସଭାପତିଙ୍କ ସମେତ ବହୁ ଛାମୁଆ ନେତା ।

ଅଧିକ ପଢ଼ନ୍ତୁ ରାଜନୀତି ଖବର:
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Nuapada By Election | Naveen Patnaik Skipped Sunabeda Visit Due to Language Barrier, Says Chief Minister | Argus News | Argus News