ଚୋରା ମଦ କାରବାର ଉପରେ ରୋକ୍ ଲଗାଇବାକୁ ମୋହନ ସରକାରଙ୍କ ଉଦ୍ୟମ

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ଲାଗୁ ହେଲା ନୂଆ ଅବକାରୀ ନୀତି । ଗାଁ ଗାଁରେ ବେଆଇନ ମଦର ବନ୍ୟା କରିଥିଲେ ବିଜେଡି ସରକାର । ନୂଆ ଅବକାରୀ ନୀତି ମାଧ୍ୟମରେ ଚୋରା ମଦ କାରବାର ଉପରେ ରୋକ୍ ଲଗାଇବାକୁ ମୋହନ ସରକାରଙ୍କ ଉଦ୍ୟମ । ୧୬ଟି ଜିଲ୍ଲାରେ ଖୋଲିବ ୨୫ଟି ନୂଆ ଅବକାରୀ ଥାନା । ନୂଆ ଦୋକାନ ଖୋଲିବା ଉପରେ ରୋକ୍ ।
ଏହା ସହିତ ବାରରେ ଡ୍ୟାନ୍ସ ମନା, କେବଳ ସଙ୍ଗୀତ ପରିବେଷଣ ପାଇଁ ଅନୁମତି ମିଳିବ । ରାଜ୍ୟରେ ଚାଲିଥିବା ଚୋରା ଓ ବେଆଇନ ମଦ କାରବାର ରୋକିବା ଦିଗରେ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଚଳିତ ଆର୍ଥିକ ବର୍ଷରେ କୌଣସି ନୂଆ ମଦ ଦୋକାନ ଖୋଲାଯିବା ନାହିଁ ବୋଲି ନୂଆ ପଲିସିରେ ସ୍ପଷ୍ଟ କରାଯାଇଛି । ଏପରରିକି ଗ୍ରାମାଞ୍ଚଳରେ ବି ନୂଆ ଦୋକାନ ଖୋଲିବ ନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।
ବଡ କଥା ହେଉଛି ପୂର୍ବରୁ ନବୀକରଣ ହୋଇ ନଥିବା ୫୭ ଟି ମଦ ଦୋକାନର ଲାଇସନ୍ସ ଆଉ ନବୀକରଣ ହୋଇ ପାରିବ ନାହିଁ । ସେହିପରି ସବୁଠାରୁ ବେସି ବେଆଇନ ବିକ୍ରି ହେଉଥିବା ଭାଙ୍ଗ, ତାଡି ଓ ପୋଚ ପାଇଁ ଅବକାରୀ ବିଭାଗ ଠାରୁ ସ୍ବତନ୍ତ୍ର ଲାଇସେନ୍ସ ଆଣିବାକୁ ପଡିବ । ସେହିପରି ପର୍ଯ୍ୟଟନର ପ୍ରସାର ପାଇଁ ବେଳାଭୂମିରେ ଖୋଲିବ ମଦ କ୍ୟାବିନ୍ । ଯାହା ପର୍ଯ୍ୟଟନ ବିଭାଗର ପ୍ରତ୍ୟକ୍ଷ ତଦାରଖରେ ହେବ । ତେବେ ନିଶା ନିବାରଣ ପାଇଁ ଲୋକଙ୍କୁ ସଚେତନ କରିବାକୁ ୧୦୦ କୋଟିର ସ୍ବତନ୍ତ୍ର ପାଣ୍ଠି ଗଠନ କରାଯାଇଛି ।
📱 Get Argus News App
✨ବେଆଇନ ମଦ ବିକୁଥିବା ବେପାରୀ ଙ୍କୁ ସାବାଡ କରିବାକୁ ବଡ ପଦକ୍ଷେପ ନେଇଛି ଅବକାରୀ ବିଭାଗ । ରାଜ୍ୟର ୧୬ ଟି ଜିଲ୍ଲାରେ ଖୋଲିବ ୨୫ଟି ନୂଆ ଅବକାରୀ ଥାନା । ଗତ ୧୧ ଦିନ ମଧ୍ୟରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୧ ଲକ୍ଷ ୪୮ହଜାର ୨୨୫ ଲିଟର ବେଆଇନ ମଦ ଓ ୧୩ ଲକ୍ଷ ୬୯ ହଜାର ୩୮୦ କେଜି ମଦ ପ୍ରସ୍ତୁତି ସାମଗ୍ରୀ ଜବତ କରାଯାଇଛି ।
ଆହୁରି ପଢନ୍ତୁ ଓଡିଶା ଖବର...