PUCC Rule Withdrawn / PUCC ନ ଥିଲେ ପେଟ୍ରୋଲ୍ ମିଳିବନି ନିର୍ଦ୍ଦେଶ ପ୍ରତ୍ୟାହୃତ, ସମସ୍ତ ଚାଲାଣ ଭରିବାକୁ କରିପାରିବେନି ବାଧ୍ୟ
·2 months ago·1 min read

Key Points
PUCC ନ ଥିଲେ ପେଟ୍ରୋଲ୍ ମିଳିବନି ନିର୍ଦ୍ଦେଶ ପ୍ରତ୍ୟାହୃତ
ଏନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କଲେ ସରକାର
ପେଟ୍ରୋଲ ପମ୍ପ୍ଗୁଡ଼ିକ କେବଳ PUCC ପାଇଁ କହିପାରିବେ

PUCC ନ ଥିଲେ ପେଟ୍ରୋଲ୍ ମିଳିବନି ନିର୍ଦ୍ଦେଶ ପ୍ରତ୍ୟାହୃତ । ଏନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କଲେ ସରକାର । ପେଟ୍ରୋଲ ପମ୍ପ୍ଗୁଡ଼ିକ କେବଳ PUCC ପାଇଁ କହିପାରିବେ । କିନ୍ତୁ ପେଟ୍ରୋଲ ଦେବାକୁ ମନା କରିପାରିବେନି । ସେହିପରି ସମସ୍ତ ଚାଲାଣ ଭରିବାକୁ ବାଧ୍ୟ କରିପାରିବେ ନାହିଁ ସରକାର । ଏନେଇ ବାହାନ ପୋର୍ଟାଲରେ ସଂଶୋଧନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଅନ୍ୟପଟେ ସମସ୍ତ ଚାଲାଣ ଭରିବା ବାଧ୍ୟତାମୂଳକ ନୁହେଁ ବୋଲି କହିଛନ୍ତି ହାଇକୋର୍ଟ । ଚାଲାଣ ଥିଲେ ପ୍ରଦୂଷଣ ସାର୍ଟିଫିକେଟ ନ ମିଳିବା ନେଇ ପରିବହନ ବିଭାଗର ନିର୍ଦ୍ଦେଶକୁ ଖାରଜ କରିଛନ୍ତି ହାଇକୋର୍ଟ । କୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଏବେ ଚାଲାଣ ଥିଲେ ବି ପ୍ରଦୂଷଣ ସାର୍ଟିଫିକେଟ ହୋଇପାରିବ ।
ଏହା ସହ ବାହାନ ପୋର୍ଟାଲରେ ସଂଶୋଧନ କରି ଏ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଏମ.ଏସ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଛି । ଆସନ୍ତା ଏକ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ତେବେ ପ୍ରଦୂଷଣ ସାର୍ଟିଫିକେଟ ନ ଥିଲେ ପେଟ୍ରୋଲ ପମ୍ପରେ ପେଟ୍ରୋଲ ନ ଦେବା ପାଇଁ ସମସ୍ତ ପେଟ୍ରୋଲ ପମ୍ପ ମାଲିକଙ୍କୁ କିଛି ମାସ ତଳେ ନିର୍ଦ୍ଦେଶ ଦେଇଥିଲା ରାଜ୍ୟ ପରିବହନ ବିଭାଗ ।
ଏହା ସହ ଟ୍ରାଫିକ ନିୟମ ଉଲ୍ଲଙ୍ଘନ ଯୋଗୁଁ ଗାଡ଼ିର ଚାଲାଣ କଟିଥିଲେ ଉକ୍ତ ଗାଡ଼ିରେ ପ୍ରଦୂଷଣ ସାର୍ଟିଫିକେଟ ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି କରିଥିଲା ପରିବହନ ବିଭାଗ । ଯାହାକୁ ବିରୋଧ କରି ହାଇକୋର୍ଟରେ ଏକାଧିକ ଜନସ୍ବାର୍ଥ ମାମଲା ଦାୟର କରାଯାଇଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories