Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Pritiranjan Gharai / ପ୍ରୀତିରଞ୍ଜନ ଘଡେଇଙ୍କ ଘରେ ଚଢାଉ, ରେଡ୍‌ ବେଳେ କେୟାରଟେକର ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
ପ୍ରୀତିରଞ୍ଜନ ଘଡେଇଙ୍କ ଘରେ ଚଢାଉ, ରେଡ୍‌ ବେଳେ କେୟାରଟେକର ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି

Key Points

ବିଜେଡି ନେତା ପ୍ରୀତିରଞ୍ଜନ ଘଡେଇଙ୍କ ଘରେ ଚଢାଉ। ନୂଆପଡ଼ା ଖଡ଼ିଆଳ ରୋଡ ଥିବା ଘରେ ରେଡ୍ । ବିଜେଡିର ନିର୍ବାଚନ ପ୍ରଚାରରେ ଅଛନ୍ତି ପ୍ରୀତିରଞ୍ଜନ ଘଡ଼େଇ ।
ନୂଆପଡ଼ା ଉପନିର୍ବାଚନ ମାହୋଲ ସରଗରମ ହେବାରେ ଲାଗିଛି । ତିନି ରାଜନୈତିକ ଦଳ ପକ୍ଷରୁ ଜୋରଦାର ପ୍ରଚାର ଜାରି ରହିଛି । ଏହାରି ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବିଜେଡି ନେତା ପ୍ରୀତିରଞ୍ଜନ ଘଡ଼େଇଙ୍କ ଘରେ ଚଢ଼ାଉ ହୋଇଛି । ନୂଆପଡ଼ା ଖରିଆର୍ ରୋଡ୍‌ରେ ରହୁଥିବା ଘରେ ପୋଲିସ ଚଢ଼ାଉ କରିଛି । ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରଚାର ଦାୟିତ୍ବରେ ଅଛନ୍ତି ପ୍ରୀତିରଞ୍ଜନ ।

ସେପଟେ ନୂଆପଡ଼ା ଉପ-ନିର୍ବାଚନରେ ଜମୁଛି ପ୍ରଚାର । ପ୍ରଚାର ପାଇଁ ପରସ୍ପରକୁ ଟକ୍କର ଦେଉଛନ୍ତି ଦଳୀୟ ପ୍ରାର୍ଥୀ । ବିଜେପି ପକ୍ଷରୁ ବିଧାୟକ, ମନ୍ତ୍ରୀ, ସାଂସଦ ମାନେ ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭା କରୁଥିବା ବେଳେ ମିଶ୍ରଣ ପର୍ବ ଓ ଡୋର ଟୁ ଡୋର କ୍ୟାମ୍ପେନିଂ କରୁଛନ୍ତି । ବିଜେପିର ବିଧାୟକ ପ୍ରାର୍ଥୀ ଜୟ ଢୋଲକିଆ ଘରକୁ ଘର ବୁଲି ନିଜ ପାଇଁ ଭୋଟ ମାଗିଛନ୍ତି ।

ସେହିପରି କଂଗ୍ରେସର ବିଧାୟକ ପ୍ରାର୍ଥୀ ଘାସିରାମ ମାଝୀ ଧାନ ବିଲରେ ଧାନ କାଟୁଥିବାର ଚିତ୍ର ଦେଖିବାକୁ ମିଳିଛି । କ୍ଷେତରେ ପହଞ୍ଚି ପୁସିଙ୍ଗ କାର୍ଡ ଦେଇ ଚାଷୀ ମାନଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କରିଛନ୍ତି ଘାସିରାମ । ସେପଟେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଧରି ବିଜେଡିର ବହୁ ହେଭିୱେଟ ନେତା ବିଜେଡି ପାଇଁ ଭୋଟ ମାଗୁଛନ୍ତି ।

ସେପଟେ ନୂଆପଡ଼ା ଉପନିର୍ବାଚନରେ ତିନି ଦଳର ଫୋକସରେ ଆଦିବାସୀ ମତଦାତା । ଏହି ନିର୍ବାଚନ ମଣ୍ଡଳୀରେ ମୋଟ୍ ଭୋଟରଙ୍କ ସଂଖ୍ୟା ୨ ଲକ୍ଷ ୫୩ ହଜାର ୬୨୪ । ସେମାନଙ୍କ ମଧ୍ୟରୁ ୪୦ ପ୍ରତିଶତ ହେଉଛନ୍ତି ଆଦିବାସୀ । ଅର୍ଥାତ ୧ ଲକ୍ଷରୁ ଅଧିକ ଅଛନ୍ତି ଆଦିବାସୀ ଭୋଟର । କୋମନା ବ୍ଳକରେ ୫୦ ହଜାର, ନୂଆପଡ଼ା ବ୍ଳକରେ ୪୦ ହଜାର ଆଦିବାସୀ ମତଦାତା ଥିବା ବେଳେ ନୂଆପଡ଼ା ଓ ଖରିଆର ଏନଏସିରେ ସେମାନଙ୍କ ସଂଖ୍ୟା ପ୍ରାୟ ୧୦ ରୁ ୧୫ ହଜାର । ଏହି ସଂଖ୍ୟାକୁ ଆଖି ଆଗରେ ରଖି ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । କାରଣ ଘାସିରାମ ଆଦିବାସୀ ସମାଜରୁ ଆସୁଛନ୍ତି । ହେଲେ ଆଦିବାସୀ ସଂଘର ଅସହଯୋଗ ଘାସିରାମଙ୍କ ପାଇଁ ସୃଷ୍ଟି କରିଛି ଅଡୁଆ ।

ମୋଦି ସରକାରଙ୍କ ଆଦିବାସୀ କଲ୍ୟାଣ ଯୋଜନାକୁ ଭରସା କରିଛି ବିଜେପି । ଏଥିସହ କେନ୍ଦୁପତ୍ର ଉପରୁ ଜିଏସଟି ଛାଡ଼ ପରେ ଆଦିବାସୀ ଭୋଟରଙ୍କ ବ୍ୟାପକ ସମର୍ଥନ ମିଳିବା ନେଇ ଆଶାବାଦୀ ବିଜେପି । ଦେଶର ରାଷ୍ଟ୍ରପତି ଓ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦରେ ଆଦିବାସୀଙ୍କୁ ବସାଇ ମୋଦି ସରକାର ଆଦିବାସୀଙ୍କୁ ଯେଉଁଭଳି ସମ୍ମାନ ଦେଇଛନ୍ତି ତାହ ଦଳ ସପକ୍ଷରେ ଯିବ ବୋଲି ଆଶା ରଖିଛି ଶାସକ ଦଳ । ବିଜେଡି ମଧ୍ୟ ଆଦିବାସୀ ଭୋଟ୍ ହାତେଇବାକୁ ଆପଣାଉଛି ବିଭିନ୍ନ ରଣନୀତି । ତେବେ କାହା ରଣନୀତି କାମ କରୁଛି ଆଉ ଜନଜାତି ଭୋଟ୍, କାହା ସପକ୍ଷରେ ଯାଉଛି, ତାହା ନଭେମ୍ବର ୧୪ ଭୋଟ୍ ଗଣତି ପରେ ହୋଇଯିବ ସ୍ପଷ୍ଟ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Police Raid BJD Leader Pritiranjan Ghadei’s House Ahead of Nuapada By-Election | Argus News