Deomali / ଏଣିକି ନିଜେ ଟେଣ୍ଟ ନେଇ ମନ ଇଚ୍ଛା ଦେଓମାଳିରେ ନାଇଟ୍ ଷ୍ଟେ କରିପାରିବେନି ପର୍ଯ୍ୟଟକ !

Key Points
ଅଫିସରଙ୍କ କହିବା କଥା, ଦେଓମାଳି ପର୍ବତ ପ୍ରତ୍ୟେକ ଦିନ ୧୦୦ରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ।
ଏଥିରେ ଓଡ଼ିଶା ସମେତ ଓଡ଼ିଶା ବାହାରର ଅନେକ ପର୍ଯ୍ୟଟକ ମଧ୍ୟ ସାମିଲ ଥାନ୍ତି ।
ଦେଓମାଳିରେ କଟକଣା ଲଗାଇଲା ପ୍ରଶାସନ । ସ୍ଥାନୀୟ ପ୍ରଶାସନ ଓ ଟୁରିଜିମ୍ ଡିପାର୍ଟମେଣ୍ଟ ପକ୍ଷରୁ ସିଧା ସିଧା କୁହାଯାଇଛି ଏଣିକି ଆଉ ଟେଣ୍ଟ ଲାଗିପାରିବ ନାହିଁ । ଯେଉଁମାନେ ବାହାରୁ ଟେଣ୍ଟ କିଣି ଦେଓମାଳିରେ ରହୁଥିଲେ ସେମାନଙ୍କୁ ଏଣିକି ବାରଣ କରାଯିବ । ସେମାନେ ଆଉ ନିଜ ଇଚ୍ଛାରେ ଟେଣ୍ଟ ପକାଇ ରତିରେ ନାଇଟ୍ ଷ୍ଟେ କରିପାରିବେ ନାହିଁ । ଦେଓମାଳି ହେଉଛି ଓଡ଼ିଶା ସବୁଠାରୁ ଉଚ୍ଚତମ ପର୍ବତ ଶୃଙ୍ଗ । ଯାହାକି କୋରାପୁଟର ପଟାଙ୍ଗି ବ୍ଲକ୍ରେ ରହିଛି ।
ସ୍ଥାନୀୟ ସବ୍-ଡିଭିଜନାଲ ମାଜିଷ୍ଟ୍ରେଟ୍ଙ୍କ ପକ୍ଷରୁ ଏନେଇ ଏକ ନୋଟିସ ଜାରି କରାଯାଇଛି । ଏଥିରେ ମନ ଇଚ୍ଛା କୌଣସି ପର୍ଯ୍ୟଟକ ନିଜେ ଟେଣ୍ଟ ଆଣି ଦେଓମାଳିରେ ନାଇଟ୍ ଷ୍ଟେ କରିପାରିବେ ନାହିଁ ବୋଲି ସ୍ପଷ୍ଟ ଉଲ୍ଲେଖ ରହିଛି । ଏମିତି କରିବାର ମୂଳ ଲକ୍ଷ୍ୟ ହେଉଛି, କ୍ୟାମ୍ପିଂ ବ୍ୟବସ୍ଥାକୁ ସଠିକ୍ ଢଙ୍ଗରେ ଚଳାଇବା ଏବଂ ସମସ୍ତ ପର୍ଯ୍ୟଟକଙ୍କ ସୁରକ୍ଷା ପ୍ରତି ଗୁରୁତ୍ୱ ଦେବା ।
ଏହାସହ ପଢ଼ନ୍ତୁ:- ଆଇନ୍ ଜାଲରେ ମୁକେଶ ଅମ୍ବାନୀଙ୍କ ଭାଇ, ଗିରଫ ହେଲେ CFO !
ଅଫିସରଙ୍କ କହିବା କଥା, ଦେଓମାଳି ପର୍ବତ ପ୍ରତ୍ୟେକ ଦିନ ୧୦୦ରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । ଏଥିରେ ଓଡ଼ିଶା ସମେତ ଓଡ଼ିଶା ବାହାରର ଅନେକ ପର୍ଯ୍ୟଟକ ମଧ୍ୟ ସାମିଲ ଥାନ୍ତି । ସେମାନେ ଦେଓମାଳିରେ ପ୍ରକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଆସିଥାନ୍ତି । ରାତି ସମୟରେ ଦେଓମାଳିର ଥଣ୍ଡା, ସେଠାକାର ପରିବେଶ ଓ ଆକାଶରେ ଥିବା ତାରା ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରୁଛି ।
ଏଠାରେ ନାଇଟ୍ ଷ୍ଟେ କରିବାକୁ ଆସୁଥିବା ଅଧିକାଂଶ ପର୍ଯ୍ୟଟକ ନିଜ ନିଜର ଟେଣ୍ଟ ନେଇ ଆସିଥାନ୍ତି । ଏହା ଏକ ପ୍ରକାର ଅଭ୍ୟାସରେ ପରିଣତ ହେଲାଣି । ସେମାନେ ନିଜ ଟେଣ୍ଟରେ ରୁହନ୍ତି, ସେଠାରେ ରୋଷେଇ କରି ଖାଆନ୍ତି । ଆଉ ସକାଳର ସୂର୍ଯ୍ୟ ଉଦୟର ସୌନ୍ଦର୍ଯ୍ୟ ଦେଖି ଉପଭୋଗ କରିଥାନ୍ତି ।
ଏବେ କିନ୍ତୁ ଏହି ସବୁ ଆଉ ଚାଲିବ ନାହିଁ । ପର୍ଯ୍ୟଟକମାନେ ନିଜ ନିଜ ଟେଣ୍ଟ ନେଇ ଏଠାରେ ନାଇଟ୍ ଷ୍ଟେ କରିପାରିବେ ନାହିଁ । କୋଟିଆ ଗ୍ରାମ ପଞ୍ଚାୟତ ତରଫରୁ ଏହି ଟେଣ୍ଟ ସୁବିଧା ଯୋଗାଇ ଦିଆଯିବ ଓ କ୍ୟାମ୍ପିଂର ସମସ୍ତ ଆୟୋଜନ କରାଯିବ । ପର୍ଯ୍ୟଟକଙ୍କୁ ସୁହାଇଲା ଭଳି ଅର୍ଥରାଶି ଧାର୍ଯ୍ୟ ରହିବ । ପର୍ଯ୍ୟଟକଙ୍କ ସୁରକ୍ଷାକୁ ମଧ୍ୟ ସୁନିଶ୍ଚିତ କରାଯିବ ।
📱 Get Argus News App
✨Related Topics
Explore more stories