Odisha BJP / ମନମୋହନଙ୍କ ନୂଆ ଟିମ୍ରେ କିଏ ? ୧୦ ଉପ ସଭାପତି, ୪ ସାଧାରଣ ସମ୍ପାଦକଙ୍କ ନାଁ ଘୋଷଣା

Key Points
ବିଜେପିର ନୂଆ ରାଜ୍ୟ ପଦାଧିକାରୀ ଭାବେ ୧୦ ଜଣ ଉପ ସଭାପତି, ୪ ଜଣ ସାଧାରଣ ସମ୍ପାଦକ, ୧୦ ଜଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଓ ଜଣେ ଯୁଗ୍ମ କୋଷାଧ୍ୟକ୍ଷଙ୍କ ନାଁ ଘୋଷଣା କରାଯାଇଛି ।
ଭୁବନେଶ୍ଵର: ରାଜ୍ୟରେ କ୍ଷମତାସୀନ ଥିବା ବିଜେପି ନୂଆ ରାଜ୍ୟ ପଦାଧିକାରୀଙ୍କ ନାଁ ଘୋଷଣା କରିଛି । ବିଜେପିର ନୂଆ ରାଜ୍ୟ ପଦାଧିକାରୀ ଭାବେ ୧୦ ଜଣ ଉପ ସଭାପତି, ୪ ଜଣ ସାଧାରଣ ସମ୍ପାଦକ, ୧୦ ଜଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଓ ଜଣେ ଯୁଗ୍ମ କୋଷାଧ୍ୟକ୍ଷଙ୍କ ନାଁ ଘୋଷଣା କରାଯାଇଛି ।
ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ନୂତନ ରାଜ୍ୟ ପଦାଧିକାରୀ ମାନଙ୍କ ନାମ ଘୋଷଣା କରାଯାଇଛି । ଏନେଇ ପ୍ରେସ୍ ବାର୍ତ୍ତା ମାଧ୍ୟମରେ ସୂଚନା ଦେଇଛନ୍ତି ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ (ସଂଗଠନ) ମାନସ କୁମାର ମହାନ୍ତି ।
ଏଥିସହ ପଢ଼ନ୍ତୁ: ଏଥରକ ହଜିଯିବ ଜାଡ଼ ! ସ୍ଵାଭାବିକ ଠାରୁ ଅଧିକ ରହିବ ରାତି ତାପମାତ୍ରା, ଡିସେମ୍ବରରେ ବି ବର୍ଷା ଆକଳନ
ଖୋର୍ଦ୍ଧା ଜିଲ୍ଲାର ଡ. ଯତୀନ ମହାନ୍ତିଙ୍କ ସହ ନୟାଗଡ଼ର ଅଶୋକ ମିଶ୍ର, ସୁନ୍ଦରଗଡ଼ର କୁସୁମ ଟେଟେ, ନବରଙ୍ଗପୁରର ରମେଶ ଚନ୍ଦ୍ର ସାହୁ, ଗଜପତିର କେ. ନାରାୟଣ ରାଓ, ବଲାଙ୍ଗିରର ଶିବାଜୀ ମହାନ୍ତି, କଳାହାଣ୍ଡିର ଭାବେନ୍ଦ୍ର କୁମାର ପଣ୍ଡା, ବାଲେଶ୍ଵରର ସିପ୍ରା ବାଜପେୟୀ, ରାଉରକେଲାର ସୁଦର୍ଶନ ଗୋଏଲ, କେନ୍ଦ୍ରାପଡ଼ାର ବିଷ୍ଣୁ ଦାସଙ୍କୁ ରାଜ୍ୟ ଉପ ସଭାପତି ନିଯୁକ୍ତ କରାଯାଇଛି ।
📱 Get Argus News App
✨
ସେହିଭଳି ପୁରୀର ବିରଞ୍ଚି ନାରାୟଣ ତ୍ରିପାଠୀ, ଭୁବନେଶ୍ଵରର ସାରଦା ପ୍ରସାଦ ଶତପଥୀ, ସମ୍ବଲପୁରର ସୀମାଞ୍ଚଳ ଖଟେଇ, କୋରାପୁଟର ପୂର୍ଣ୍ଣିମା ପ୍ରୀୟଦର୍ଶନୀ ନାୟକଙ୍କୁ ସାଧାରଣ ସମ୍ପାଦକ କରାଯାଇଛି । ଭୁବନେଶ୍ଵରର ଅଜୟ କୁମାର ଅଗ୍ରୱାଲଙ୍କୁ କୋଷାଧ୍ୟକ୍ଷ ଓ ପୁରୀର ଦୀବାକର ହରିଚନ୍ଦନଙ୍କୁ ଯୁଗ୍ମ କୋଷାଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି ।
ଏଥିସହ ପଢ଼ନ୍ତୁ: ବୌଦ୍ଧ ପୋଲିସ ପକ୍ଷରୁ ଟଙ୍କା ବର୍ଷା; ମାଓବାଦୀଙ୍କୁ ଧରାଇ ଦେଲେ ହୋଇଯିବେ କୋଟିପତି
୧୦ ଜଣଙ୍କୁ ରାଜ୍ୟ ବିଜେପିର ସମ୍ପାଦକ ଦାୟିତ୍ଵ ଦିଆଯାଇଛି । କଟକର ସରୋଜ କୁମାର କର, ଅନୁଗୁଳର କାଳନ୍ଦୀ ସାମଲ, କଟକର ସ୍ମୃତି ପଟ୍ଟନାୟକ, ପୁରୀର ଡ. ପ୍ରୀତି ପ୍ରତିଭା ଭୋଳ, କନ୍ଧମାଳର ଭଗବାନ ମହାନ୍ତି, ଭୁବନେଶ୍ଵରର ପିଙ୍କି ପ୍ରଧାନ, ମୟୂରଭଞ୍ଜ (ପଶ୍ଚିମ)ର ରାମଚନ୍ଦ୍ର ହାଁସଦା, କେନ୍ଦୁଝରର ମମତା ସିଂ, ଘୁମୁସର (ଆସିକା)ର ପୃଥ୍ଵୀବୀରାଜ ମହାପାତ୍ର, ଜଗତସିଂହପୁରର ସ୍ମିତା ପ୍ରଧାନଙ୍କୁ ରାଜ୍ୟ ସମ୍ପାଦକ ଦାୟିତ୍ଵ ଦିଆଯାଇଛି ।
Related Topics
Explore more stories