|
logo
Live
Argus News App
GET APP

Argus News - ଜାଡ଼ରେ ଥୁରୁଥୁରୁ ଓଡ଼ିଶା; ସ୍ଵାଭାବିକ ଠାରୁ ୫ରୁ ୭ ଡିଗ୍ରୀ ତଳେ ପାରଦ

Odisha

Cold Wave / ଜାଡ଼ରେ ଥୁରୁଥୁରୁ ଓଡ଼ିଶା; ସ୍ଵାଭାବିକ ଠାରୁ ୫ରୁ ୭ ଡିଗ୍ରୀ ତଳେ ପାରଦ

Sushanta Sahoo
Browse all articles by Sushanta Sahoo
·2 months ago·2 min read
ଜାଡ଼ରେ ଥୁରୁଥୁରୁ ଓଡ଼ିଶା; ସ୍ଵାଭାବିକ ଠାରୁ ୫ରୁ ୭ ଡିଗ୍ରୀ ତଳେ ପାରଦ
Odisha shivers under bone-chilling cold

Key Points

୬ ଡିଗ୍ରୀ ତଳେ ରହିଛି ୬ଟି ସ୍ଥାନର ତାପମାତ୍ରା । ୭ଟି ସ୍ଥାନରେ ପାରଦ ୬ରୁ ୮ ଡିଗ୍ରୀ ମଧ୍ୟରେ ରହିଛି । ଉପକୂଳରୁ ନେଇ ଉପାନ୍ତ ସବୁଠି ରାଜୁତି କରୁଛି ମାଘ ମାସର ବାଘୁଆ ଶୀତ ।
ଭୁବନେଶ୍ଵର: ରାଜ୍ୟରେ ଜାରି ରହିଛି ଅସହ୍ୟ ଜାଡ଼ । ତାପମାତ୍ରା ୨.୬ ଡିଗ୍ରୀକୁ ଖସିଛି । ୬ ଡିଗ୍ରୀ ତଳେ ରହିଛି ୬ଟି ସ୍ଥାନର ତାପମାତ୍ରା । ୭ଟି ସ୍ଥାନରେ ପାରଦ ୬ରୁ ୮ ଡିଗ୍ରୀ ମଧ୍ୟରେ ରହିଛି । ଉପକୂଳରୁ ନେଇ ଉପାନ୍ତ ସବୁଠି ରାଜୁତି କରୁଛି ମାଘ ମାସର ବାଘୁଆ ଶୀତ ।

ଗତ ୨୪ ଘଣ୍ଟାରେ ଅନୁଗୁଳ ଓ ଝାରସୁଗୁଡ଼ାରେ ଭୀଷଣ ଶୀତ ଅନୁଭୂତ ହୋଇଥିବା ବେଳେ ସୁନ୍ଦରଗଡ଼, ଖୋର୍ଦ୍ଧା ଓ କଟକରେ ଶୀତ ଲହରୀ ଲାଗି ରହିଛି । କଳାହାଣ୍ଡିରେ ଅଧିକ ରହିଛି କୁହୁଡ଼ିର ପ୍ରଭାବ । ପ୍ରାୟ ସ୍ଥାନରେ ତାପମାତ୍ରା ସ୍ଵାଭାବିକ ଠାରୁ ୫ରୁ ୭ ଡିଗ୍ରୀ ତଳେ ରହିଛି ।

ଏଥିସହ ପଢ଼ନ୍ତୁ: ପୁଅର ଦେହାନ୍ତ ପରେ ବେଦାନ୍ତ ଅଧ୍ୟକ୍ଷଙ୍କ ବଡ଼ ନିଷ୍ପତ୍ତି; ବାଣ୍ଟିଦେବେ ସବୁ ସମ୍ପତ୍ତି

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ଵରର ଆକଳନ ଅନୁସାରେ, ଆଜି ରାତିରେ ମଧ୍ୟ ଶୀତ ଲହରୀ ଅନୁଭୂତ ହେବ । ଆଉ ୨ ଦିନ ଲାଗି ରହିବ ହାଡ଼ ଭଙ୍ଗା ଜାଡ଼ । ଆଜି ରାତି ପାଇଁ ଝାରସୁଗୁଡ଼ା, ସୁନ୍ଦରଗଡ଼, କଟକ, ଖୋର୍ଦ୍ଧା ଓ ଅନୁଗୁଳ ଜିଲ୍ଲାକୁ ଶୀତ ଲହରୀ ନେଇ ୟେଲୋ ଆଲର୍ଟ ରହିଛି । ସେହିଭଳି ଶନିବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ ଓ ଢେଙ୍କାନାଳରେ ଶୀତ ଲହରୀ ଲଗି ରହିବ ।

ଆଗାମୀ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ୨୪ ଘଣ୍ଟାରେ ରାତି ତାପମାତ୍ରାରେ ସେଭଳି ବଡ଼ ପରିବର୍ତ୍ତନ ହେବ ନାହିଁ । ପରବର୍ତ୍ତୀ ୨ ଦିନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବା ସମ୍ଭାବନା ରହିଛି ।

ସେପଟେ ସମତଳ ଅଞ୍ଚଳ ମଧ୍ୟରେ ରାଉରକେଲାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୩.୬ ଡିଗ୍ରୀ ରହିଛି । ସର୍ବନିମ୍ନ ରାତି ତାପମାତ୍ରା ଅନୁଯାୟୀ ଦେଶର ଚତୁର୍ଥ ଥଣ୍ଡା ସହର ହେଉଛି ରାଉରକେଲା ।

ଏଥିସହ ପଢ଼ନ୍ତୁ: ୫୦୦ ଟଙ୍କା ପାର୍କିଂ ଫି' ନେଇ ଯୁକ୍ତି ରଖିଲା ଶ୍ରୀମନ୍ଦିର ପ୍ରଶାସନ; 'ହୋଟେଲ୍‌ଠୁ ଶସ୍ତାରେ ଦେଉଛୁ ରୁମ୍'


ସେହିଭଳି ଟ୍ଵିନ୍ ସିଟି ମଧ୍ୟ ଶୀତରେ ଥରୁଛି । ରାଜଧାନୀ ଭୁବନେଶ୍ଵର ଅପେକ୍ଷା କଟକରେ କମ୍ ରହିଛି ତାପମାତ୍ରା । ଭୁବନେଶ୍ଵରରେ ସର୍ବନିମ୍ନ ରାତି ତାପମାତ୍ରା ୯.୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ କଟକରେ ୮.୬ ଡିଗ୍ରୀ ରହିଛି । ଭୁବନେଶ୍ୱରରେ ଦୁଇଦିନ ଧରି ପାରଦ ଚତୁର୍ଥଥର ପାଇଁ ସର୍ବନିମ୍ନ ରହିଥିବା ବେଳେ କଟକରେ ଆଜି ଜାନୁଆରୀ ମାସର ତଥା ସର୍ବକାଳୀନ ପଞ୍ଚମ ସର୍ବନିମ୍ନ ରାତି ତାପମାତ୍ରା ରେକର୍ଡ କରାଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Cold Wave: ଜାଡ଼ରେ ଥୁରୁଥୁରୁ ଓଡ଼ିଶା; ସ୍ଵାଭାବିକ ଠାରୁ ୫ରୁ ୭ ଡିଗ୍ରୀ ତଳେ ପାରଦ | Argus News