Parking Fee / ୫୦୦ ଟଙ୍କା ପାର୍କିଂ ଫି' ନେଇ ଯୁକ୍ତି ରଖିଲା ଶ୍ରୀମନ୍ଦିର ପ୍ରଶାସନ; 'ହୋଟେଲ୍ଠୁ ଶସ୍ତାରେ ଦେଉଛୁ ରୁମ୍'
·2 months ago·2 min read

Key Points
ପୁରୀ ଶ୍ରୀମନ୍ଦିର ପ୍ରଶାସନ ଅଧିନରେ ଥିବା ସମସ୍ତ ଭକ୍ତ ନିବାସରେ ଗାଡ଼ି ପାର୍କିଂ ହେଲେ ୨୪ ଘଣ୍ଟା ପାଇଁ ୫୦୦ ଟଙ୍କା ଦେୟ ଦେବାକୁ ପଡ଼ିବ । ବର୍ଦ୍ଧିତ ପାର୍କିଂ ଫି'କୁ ଯୁକ୍ତିଯୁକ୍ତ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ।
ପୁରୀ: କମିବନି ପାର୍କିଂ ଫି' । ପୁରୀ ଶ୍ରୀମନ୍ଦିର ପ୍ରଶାସନ ଅଧିନରେ ଥିବା ସମସ୍ତ ଭକ୍ତ ନିବାସରେ ଗାଡ଼ି ପାର୍କିଂ ହେଲେ ୨୪ ଘଣ୍ଟା ପାଇଁ ୫୦୦ ଟଙ୍କା ଦେୟ ଦେବାକୁ ପଡ଼ିବ । ବର୍ଦ୍ଧିତ ପାର୍କିଂ ଫି'କୁ ଯୁକ୍ତିଯୁକ୍ତ ବୋଲି ଦର୍ଶାଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, "ପାର୍କିଂ ଫି ବୃଦ୍ଧିକୁ ନେଇଥିବା ବିବାଦକୁ ଆମେ ଅନୁଶୀଳନ କରିଛୁ । ଦୈନିକ ଭକ୍ତ ନିବାସ ଗୁଡ଼ିକରେ ୫ରୁ ୧୦ଟି ଗାଡ଼ି ପାର୍କିଂ ହେଉଛି । ସୀମିତ ଜାଗାରେ ଗାଡ଼ି ରହିବାରୁ ସେଠାରୁ ରହୁଥିବା ଶ୍ରଦ୍ଧାଳୁଙ୍କୁ ଅସୁବିଧା ହେଉଛି ।"
ଏଥିସହ ପଢ଼ନ୍ତୁ: ଶବଦାହ ପାଇଁ ସ୍ଵର୍ଗଦ୍ଵାର ଆସିଥିଲେ; ବଚସାରୁ ତଣ୍ଟି କାଟି ମାରି ଦେଲେ
ପାର୍କିଂ ଫି ବୃଦ୍ଧି ପରେ କିଛି ଜଣ ଘରଭଡ଼ା ବଢ଼ାଇବାକୁ କହିଛନ୍ତି । ଯାହାକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, "ଆମେ ରୁମ୍ ଭଡ଼ା ବଢ଼ାଇବା ସପକ୍ଷରେ ନାହୁଁ । କାରଣ ପୁରୀରେ ଥିବା ସମସ୍ତ ଲଜିଂ ଓ ଭକ୍ତ ନିବାସ ଠାରୁ ଆମେ ସବୁଠୁ କମ୍ ଦରରେ ରୁମ୍ ଦେଇଥାଉ ।"
ଭକ୍ତ ନିବାସର ସିଙ୍ଗଲ୍ ବେଡ୍ ଏସି ରୁମ୍ ପାଇଁ ୧୩୭୩ ଟଙ୍କାରେ ଦେଉଛୁ । ଭକ୍ତ ନିବାସରେ ରହୁଥିବା ଅଧିକାଂଶ ଶ୍ରଦ୍ଧାଳୁ ୪ ଚକିଆ ନେଇ ଆସନ୍ତି ନାହିଁ । ଅନ୍ୟ ପରିବହନ ମାଧ୍ୟମରେ ଆସିଥାନ୍ତି । ଆମେ ରୁମ୍ ଭଡ଼ା ବଢ଼ାଇଲେ, ସାଧାରଣ ଭକ୍ତ ପ୍ରଭାବିତ ହେବେ । ଆମେ ରୁମ୍ ଦର ବଢ଼ାଇବା ସପକ୍ଷରେ ନାହୁଁ ।
ଏଥିସହ ପଢ଼ନ୍ତୁ: ଗରିବଙ୍କ ମୁଣ୍ଡକୁ ମିଳିବ ଛାତ; ଏଇ ମାସରେ ୧୦ ଲକ୍ଷ ପକ୍କା ଘର ବାଣ୍ଟିବେ ସରକାର
ଯଦି ରୁମ୍ ବଢ଼ା ୧୦୦ ଟଙ୍କା ବି ବଢ଼ାଇବୁ ସେଥିରୁ ୫ ହଜାରରୁ ୬ ହଜାର ଟଙ୍କା ଅଧିକ ମିଳିବ । ଆମର ଲକ୍ଷ୍ୟ ରାଜସ୍ଵ ବୃଦ୍ଧି ନୁହେଁ । ଭକ୍ତଙ୍କ ସୁବିଧା, ସୁଯୋଗ ପ୍ରାଥମିକତା ଦେଉଛୁ । ଯେଉଁମାନେ ୪ ଚକିଆ ଯାନ ନେଇ ଆସୁଛନ୍ତି, ସେମାନେ ପଇସାୱାଲା ଲୋକ । ସେମାନେ ୫୦୦ ଟଙ୍କା ଦେଇ ପାରିବେ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।
ଅନ୍ୟ ମାନେ ଚାହିଁଲେ ଜେବିପିସି ପାର୍କିଂରେ ଗାଡ଼ି ରଖି ପାରିବେ । ସେଠାରେ ୨୪ ଘଣ୍ଟା ଗାଡ଼ି ରଖିଲେ ୨୪୦ ଟଙ୍କା ଦେବାକୁ ପଡ଼ୁଛି । ସେହି ହିସାବରେ ସମସ୍ତେ ଏହାକୁ ଗ୍ରହଣ କରିବେ ବୋଲି ଆଶା ରଖିଛନ୍ତି । ଭକ୍ତ ନିବାସରେ ରୁମ୍ ବୁକିଂ କରିଥିଲେ ହିଁ ୫୦୦ ଟଙ୍କା ଦେଇ ସେମାନଙ୍କୁ ଗାଡ଼ି ରଖିବା ପାଇଁ ଅନୁମତି ଦିଆଯିବ । ଜାନୁଆରୀ ୭ ତାରିଖରୁ ପ୍ରଶାସନ ପାର୍କିଂ ଫି ବଢ଼ାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories