Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଚୌଦ୍ଵାର ଜେଲ୍‌ରୁ କିଭଳି ଖସିଗଲେ ଦୁଇ ବିହାରୀ କଏଦୀ ? ତଦନ୍ତ ରିପୋର୍ଟରେ ଏମାନଙ୍କୁ ଦାୟୀ କଲେ ଡିଆଇଜି

Odisha

Chaudwar Jail / ଚୌଦ୍ଵାର ଜେଲ୍‌ରୁ କିଭଳି ଖସିଗଲେ ଦୁଇ ବିହାରୀ କଏଦୀ ? ତଦନ୍ତ ରିପୋର୍ଟରେ ଏମାନଙ୍କୁ ଦାୟୀ କଲେ ଡିଆଇଜି

Sushanta Sahoo
Browse all articles by Sushanta Sahoo
·8 months ago·3 min read
ଚୌଦ୍ଵାର ଜେଲ୍‌ରୁ କିଭଳି ଖସିଗଲେ ଦୁଇ ବିହାରୀ କଏଦୀ ? ତଦନ୍ତ ରିପୋର୍ଟରେ ଏମାନଙ୍କୁ ଦାୟୀ କଲେ ଡିଆଇଜି

Key Points

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦୁଇ କଏଦୀ ଫେରାର ଘଟଣାରେ ଜେଲ୍ ଅଧୀକ୍ଷକ ଓ ଜେଲର୍‌ଙ୍କ ଅବହେଳା ରହିଛି । ଚୌଦ୍ଵାର ଜେଲ୍‌ରେ ଜେଲ୍ ଡିଆଇଜି ୮ଟି ଦିଗକୁ ନେଇ ତଦନ୍ତ କରିଥିବା ବେଳେ ସାମ୍ନାକୁ ଆସିଛି ବେଶ ରୋଚକ ତଥ୍ୟ । 

ଭୁବନେଶ୍ଵର: ଦଶହରା ରାତିରେ ଚୌଦ୍ଵାର ମଣ୍ଡଳ କାରାଗାରରୁ କେମିତି ଚମ୍ପଟ ମାରିଲେ ୨ ବିହାରୀ କଏଦୀ । କଏଦୀ ଫେରାର୍ ଘଟଣା ତଦନ୍ତ ପରେ ଜେଲ ଡିଜିଙ୍କୁ ତଦନ୍ତ ରିପୋର୍ଟ ଦେଇଛନ୍ତି ଡିଆଇଜି । ରିପୋର୍ଟରେ ଅଧୀକ୍ଷକ ଓ ଜେଲରଙ୍କ ଅବହେଳା କଥା ରିପୋର୍ଟରେ କୁହାଯାଇଥିବା ସୂଚନା ମିଳିଛି ।


ଚୌଦ୍ଵାର ମଣ୍ଡଳ କାରାଗାରରୁ ଦୁଇ କୁଖ୍ୟାତ ଅପରାଧୀ ରାଜା ସାହାଣୀ ଓ ମଧୁକାନ୍ତ କୁମାର ଖସି ପଳାଇବା ପରେ ପୋଲିସ ଛାନଭିନ୍ ଜାରି ରଖିଛି । କଏଦୀ କେଉଁ ପରିସ୍ଥିତିରେ କିଭଳି ଖସିଗଲା ଏହାର ତଦନ୍ତ ଦାୟିତ୍ଵ ଡିଆଇଜି ଅନସୂୟା ଜେନାଙ୍କୁ ଦିଆଯାଇଥିଲା ।


ଏବେ ଡିଆଇଜି ଅନସୂୟା ଜେନା ତଦନ୍ତ ରିପୋର୍ଟ ଦେଇଛନ୍ତି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦୁଇ କଏଦୀ ଫେରାର ଘଟଣାରେ ଜେଲ୍ ଅଧୀକ୍ଷକ ଓ ଜେଲର୍‌ଙ୍କ ଅବହେଳା ରହିଛି । ଚୌଦ୍ଵାର ଜେଲ୍‌ରେ ଜେଲ୍ ଡିଆଇଜି ୮ଟି ଦିଗକୁ ନେଇ ତଦନ୍ତ କରିଥିବା ବେଳେ ସାମ୍ନାକୁ ଆସିଛି ବେଶ ରୋଚକ ତଥ୍ୟ । 


ଏଥିସହ ପଢ଼ନ୍ତୁ: ଦଶହରା ରାତିରେ ୨ ବିହାରୀ କଏଦୀ ଖସିଯିବା ଘଟଣା, ଚୌଦ୍ଵାର ଜେଲ୍ ଜେଲର୍‌ଙ୍କୁ କଣ୍ଟାବାଞ୍ଜି ବଦଳି


ବିଶେଷ କରି ଜେଲ୍‌ରେ ଲାଗିଥିବା ସିସିଟିଭି ଠିକ୍ ଭାବେ ଚାଲୁଛି କି ନାହିଁ । କାର୍ଯ୍ୟରେ କେଉଁମାନଙ୍କ ଅବହେଳା ରହିଥିଲା । ହାଇ ସିକ୍ୟୁରିଟି ସେଲ୍‌ରେ ସିସିଟିଭି ଚାଲୁଥିଲା କି ନାହିଁ । ସେ ଦିଗରେ ବିସ୍ତୃତ ଭାବେ ତଦନ୍ତ ପରେ ରିପୋର୍ଟ ଦେଇଛନ୍ତି ଡିଆଇଜି ।


କଡ଼ା ସୁରକ୍ଷା ଭେଦି ଦଶହରା ରାତିରେ ଚମ୍ପଟ୍ ମାରିଥିବା ୨ କୁଖ୍ୟାତ ଅପରାଧୀ ୪ ଓ ୭ନମ୍ବର ସେଲ୍‌ରେ ରହୁଥିଲେ । ୭ନମ୍ବର ସେଲ୍‌ର ସିସିଟିଭିକୁ ବୁଲାଇ ଦିଆଯାଇଥିବା ବେଳେ ୪ ନମ୍ବର ସେଲ୍‌ ସିସିଟିଭିକୁ ଅଭିଯୁକ୍ତ କପଡ଼ା ପକାଇ ଘୋଡ଼ାଇ ଦେଉଥିବା ଜଣାପଡ଼ିଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏପରିକି ଚୌଦ୍ଵାର ମଣ୍ଡଳ କାରାଗାର ବାହାରେ ଗେଟ୍‌ରେ ଲାଗିଥିବା ଦୁଇଟି ସିସିଟିଭି ମଧ୍ୟ କାମ କରୁନଥିଲା । ଜେଲ ଅଧୀକ୍ଷକ ଓ ଜେଲର୍‌ଙ୍କ କାର୍ଯ୍ୟାଳୟରେ ସିସିଟିଭି ଲିଙ୍କ୍ ରହିଥିବା ବେଳେ ସେମାନେ ଏହାକୁ ନିରୀକ୍ଷଣ କରିବା ସହ ସିସିଟିଭି ଦେଖିବା କଥା ।


ଆହୁରି ପଢ଼ନ୍ତୁ: ମହିଳାଙ୍କୁ ମିଳିବ ରୋଜଗାର, ବିନା ସୁଧରେ କାର କିଣିବା ଲାଗି ମିଳିବ ଋଣ


ଏଥିସହ ସେ ଦିନ ଡ୍ୟୁଟିରେ ଥିବା ୱାର୍ଡର ମାତ୍ର ଦୁଇ ଥର ବୁଲିଥିଲେ । ସେହିଭଳି ଚିଫ୍‌ ୱାର୍ଡର ରାତି ୧୧ଟାରେ ଥରେ ଓ କଏଦୀ ଫେରାର୍‌ ହେବା ପରେ ଆସିଥିବା ସିସିଟିଭିରୁ ଜଣାପଡ଼ିଛି । କାର୍ଯ୍ୟରେ ବଡ଼ଧରଣ ଅବହେଳା କରାଯାଇଥିବା ତଦନ୍ତରୁ ଜଣାପଡ଼ିଛି ।


ଜବତ ହୋଇଥିବା ଆରିପାତିଆରେ କଏଦୀ ସେଲ୍ କାଟି ଖସିଯିବା ଭଳି ଲାଗୁନି । ତେଣୁ ସନ୍ଦେହ ଆହୁରି ବଢ଼ିଛି । ପୂର୍ବରୁ ଦୁଇଥର ଖସିଯିବାକୁ ଦୁଇ କଏଦୀ ଉଦ୍ୟମ କରିଥିବା ବେଳେ ଦଶହରା ରାତିରେ ସଫଳ ହୋଇଥିଲେ । ଦୁଇ କୁଖ୍ୟାତ ଅପରାଧୀ ରାଜା ସାହାଣୀ ଓ ମଧୁକାନ୍ତ କୁମାରକୁ ଧରିବାକୁ ୧୧ଦିନ ହେବ ତନାଘନା ଜାରି ରହିଛି ।


ସେମାନଙ୍କୁ ପିଛା କରୁଥିବା ତଦନ୍ତକାରୀ ଦଳ ହାତରେ ବଡ଼ ସୁରାକ ଲାଗିଛି । ଫେରାର ପରେ ଦୁଇ କଏଦୀ ମୋବାଇଲ ଫୋନ୍‌ ବ୍ୟବହାର କରୁଛନ୍ତି । ଉଭୟ ରାଜ୍ୟ ବାହାରକୁ ଖସି ପଳାଇଥିବା ବେଳେ ପୋଲିସ ସେମାନଙ୍କୁ ପିଛା କରୁଛି ।


କଏଦୀ ଫେରାର ପଛରେ କାରାଗାରର କର୍ମଚାରୀଙ୍କ ଭୂମିକା ସନ୍ଦେହ ଘେରକୁ ଆସିଛି । ଚୌଦ୍ଵାର ମଣ୍ଡଳ କାରାଗାରର ୩ କର୍ମଚାରୀଙ୍କ ସମ୍ପୃକ୍ତି ସନ୍ଦେହ କରି ପଲିଗ୍ରାଫ୍‌ ଟେଷ୍ଟ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି ।


ଏହି ଘଟଣାରେ ପର ଦିନ ୩ ତାରିଖରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ ଜେଲ୍ ଡିଜି । କାର୍ଯ୍ୟରେ ଅବହେଳା ପାଇଁ ଜେଲ୍‌ର ଜଣେ ୱାର୍ଡରଙ୍କ ସହ ଚିଫ୍ ୱାର୍ଡରଙ୍କୁ ନିଲମ୍ବିତ କରିଥିଲେ । ସୋମବାର ଚୌଦ୍ଵାର ମଣ୍ଡଳ କାରାଗାରର ଜେଲର୍ ସନ୍ତୋଷିନୀ ଦାସଙ୍କୁ କଣ୍ଟାବାଞ୍ଜି ବଦଳି କରାଯାଇଛି । ସନ୍ତୋଷିନୀଙ୍କୁ କଣ୍ଟାବାଞ୍ଜି ଉପ କାରାଗାର ପ୍ରଶାସନିକ ଦାୟିତ୍ଵ ଦିଆଯାଇଛି ।

Related Topics

Explore more stories

Painting
Sponsored
DIG Report Reveals Negligence in Chaudwar Jail Escape | Argus News | Argus News