Women Employment / ମହିଳାଙ୍କୁ ମିଳିବ ରୋଜଗାର, ବିନା ସୁଧରେ କାର କିଣିବା ଲାଗି ମିଳିବ ଋଣ

Key Points
ସରକାର ମହିଳାଙ୍କୁ କାର୍ ଡ୍ରାଇଭିଂ ତାଲିମ୍ ଦେବା ସହ ଗାଡ଼ି କିଣାଇ ଦେବେ । ଏଥିପାଇଁ ସରକାର ଶୂନ ସୁଧରେ ଋଣ ଦେବାକୁ ଯୋଜନା କରିଛନ୍ତି । ଟ୍ୟାକ୍ସି ଚଳାଇ ମହିଳା ଆୟ କରିବା ଦିଗରେ ସରକାର ଆଗୁକୁ ବଢ଼ୁଛନ୍ତି ।
ଭୁବନେଶ୍ଵର: ସଶକ୍ତ ହେବେ ମହିଳା । ଗାଡ଼ି ଚାଳନା ବୃତ୍ତିରେ ହଟିବ ପ୍ରଭେଦ । ମହିଳାଙ୍କୁ ମିଳିବ ଅଧିକ ସୁଯୋଗ । ମହିଳାମାନଙ୍କ ମଧ୍ୟରେ ଥିବା ପ୍ରତିଭାକୁ ବିକଶିତ କରିବାକୁ ଯାଇ ଓଡ଼ିଶା ସରକାର ଆରମ୍ଭ କରିବାକୁ ଯାଉଛନ୍ତି ଆତ୍ମନିର୍ଭର ମହିଳା ସୁବାହାକ (ଆମ ସୁବାହାକ) ଯୋଜନା ।
ଏହି ଯୋଜନାରେ ସରକାର ମହିଳାଙ୍କୁ କାର୍ ଡ୍ରାଇଭିଂ ତାଲିମ୍ ଦେବା ସହ ଗାଡ଼ି କିଣାଇ ଦେବେ । ଏଥିପାଇଁ ସରକାର ଶୂନ ସୁଧରେ ଋଣ ଦେବାକୁ ବଡ଼ ଯୋଜନା କରିଛନ୍ତି । ଟ୍ୟାକ୍ସି ଚଳାଇ ମହିଳା ଆୟ କରିବା ଦିଗରେ ସରକାର ଆଗୁକୁ ବଢ଼ୁଛନ୍ତି । ୪ ବର୍ଷରେ ଏହି ଯୋଜନାରେ ୧୧୦୦ ଜଣ ମହିଳାଙ୍କୁ ଉପକୃତ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।
ଏଥିସହ ପଢ଼ନ୍ତୁ: ନବୀନଙ୍କ ନାଁ ନେଇ BJD ନେତାଙ୍କୁ ଠକୁଥିଲେ ପାଣ୍ଡିଆନ୍, ଶ୍ରୀମୟୀ ଖୋଲିଦେଲେ ସବୁ ଗୁମର
ସରକାରଙ୍କ ଯୋଜନା ଅନୁସାରେ, ପ୍ରଥମ ବର୍ଷରେ ୨୦୦, ଦ୍ଵିତୀୟ ବର୍ଷରେ ୨୫୦, ତୃତୀୟ ବର୍ଷରେ ୩୦୦ ଓ ଚତୁର୍ଥ ବର୍ଷରେ ୩୫୦ ମହିଳା ଏଥିରେ ଉପକୃତ ହେବେ । ୫ ବର୍ଷର ଋଣ ପରିଶୋଧ ଅବଧିରେ ମହିଳାଙ୍କୁ ଶୂନ ସୁଧରେ କାର୍ କିଣିବା ଲାଗି ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବ ।
ଏଥିସହ ମହିଳାଙ୍କୁ ମାଗଣା ଡ୍ରାଇଭିଂ ତାମିଲ୍ ସହ ଗ୍ରାହାକ ସେବା, ଗାଡ଼ି ରକ୍ଷଣାବେକ୍ଷଣ ଆଦି ଶିକ୍ଷା ଦିଆଯିବ । ଏଥିସହ ବ୍ୟାଟେରି ଚାଳିତ କାର୍ କିଣିଲେ ଇଭି ନୀତି ଅନୁସାରେ, ସରକାର ଅତିରିକ୍ତ ୨ ଲକ୍ଷ ଟଙ୍କାର ପ୍ରୋତ୍ସାହନ ଦେବା ସହ ରୋଡ୍ ଟ୍ୟାକ୍ସ ଓ ପଞ୍ଜୀକରଣ ଦେୟ ମଧ୍ୟ ଛାଡ଼ କରିବେ ।
📱 Get Argus News App
✨କାହାକୁ ମିଳିବ ଲାଭ ?
ଓଡ଼ିଶା ସରକାରଙ୍କ ଆତ୍ମନିର୍ଭର ମହିଳା ସୁବାହାକ ଯୋଜନାର ଲଭା ୨୧ରୁ ୪୦ ବର୍ଷ ବୟସ୍କ ମହିଳା ଉଠାଇ ପାରିବେ । ଏଥିପାଇଁ ଆବେଦନକାରୀଙ୍କ ନିକଟରେ ଏକ ବୈଧ ଡ୍ରାଇଭିଂ ଲାଇସେନ୍ସ ଥିବା ଦରକାର । ମହିଳା ଜଣଙ୍କ ସରକାରଙ୍କ ଡ୍ରାଇଭିଂ ଟ୍ରେନିଂ ପ୍ରତିଷ୍ଠାନରୁ ତାଲିମ୍ ନେଇଥିବା ଆବଶ୍ୟକ ।
ଏଥିସହ ପଢ଼ନ୍ତୁ: ଭାରତକୁ ଭଲ ବନ୍ଧୁ କହି ପିଏମ୍ ମୋଦିଙ୍କୁ ପ୍ରଶଂସା କଲେ ଆମେରିକା ରାଷ୍ଟ୍ରପତି, ମଞ୍ଚରେ ହଁ କହିଲେ ଶେହବାଜ
ଏଥିସହ ଆବେଦନକାରୀଙ୍କ ପରିବାରର ଆୟ ୩ ଲକ୍ଷ ପର୍ଯ୍ୟନ୍ତ ହୋଇଥିବ । ଅତି କମ୍ରେ ମହିଳା ଜଣଙ୍କ ୫ ବର୍ଷ ପର୍ଯ୍ୟନ୍ତ ଟ୍ୟାକ୍ସି ଚଲାଇବେ ବୋଲି ପ୍ରତିଶ୍ରୁତି ଦେବେ । ଏଥିରେ OSRTC, CRUT ବସ୍ ଚଲାଉଥିବା ମହିଳାଙ୍କ ସହ ସ୍ଵୟଂ ସହାୟିକା ଗୋଷ୍ଠୀର ମହିଳା ଓ ସୁଭଦ୍ରା ହିତାଧିକାରୀଙ୍କୁ ପ୍ରାଥମିକତା ଦିଆଯିବ ।
ଏନେଇ ସରକାର ବିଭିନ୍ନ ବ୍ୟାଙ୍କ ସହ ଆଲୋଚନା କରୁଛନ୍ତି । ଆସନ୍ତା ୨୩ ତାରିଖରେ ଏନେଇ ବାଣିଜ୍ୟ ଓ ପରିବହନ ବିଭାଗର ବୈଠକ ରହିଛି । ଯେଉଁଥିରେ ଯୋଜନାର ରୂପରେଖକୁ ଆହୁରି ସରଳୀକରଣ କରାଯିବ ।
Related Topics
Explore more stories
