Doctors Protest Called Off / ଆନ୍ଦୋଳନରୁ ଓହରିଲେ ଡାକ୍ତର ସଂଘ, ଆସନ୍ତାକାଲିଠୁ ସ୍ୱାଭାବିକ ହେବ ସ୍ୱାସ୍ଥ୍ୟସେବା
·8 months ago·2 min read

Key Points
ଆନ୍ଦୋଳନରୁ ଓହରିଲେ ଡାକ୍ତର ସଂଘ
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିଲେ
ଏନେଇ ସୂଚନା ଦେଲେ OMSA ସଭାପତି

ଗତ ଡିସେମ୍ବର ୨୬ ତାରିଖରୁ ଚାଲିଥିବା ଡାକ୍ତରଙ୍କ ଆନ୍ଦୋଳନ ସ୍ଥଗିତ ରହିଛି । ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସହ ବୈଠକ ପରେ ଆନ୍ଦୋଳନ ସ୍ଥଗିତ ରହିଛି । ଏନେଇ ଓମ୍ସା ପକ୍ଷରୁ ସୂଚନା ଦିଆଯାଇଛି । ସଂଘ ସଭାପତି କିଶୋର ମିଶ୍ର କହିଛନ୍ତ ମନ୍ତ୍ରୀଙ୍କ ସହିତ ସକାରାତ୍ମକ ଆଲୋଚନା ହୋଇଛି । ଦାବି ପୂରଣ ନେଇ ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟ ଦିନ ଆଲୋଚନା ଅପେକ୍ଷା ସରକାର ସକାରାତ୍ମକ ଅଛନ୍ତି । ଆଜି ସଂଧ୍ୟା ସୁଦ୍ଧା ଅନେକ ଦାବି ପୂରଣ ହୋଇଯିବ । ବର୍ତ୍ତମାନ୍ ପାଇଁ ଆନ୍ଦୋଳନ ସ୍ଥଗିତ ରଖାଗଲା। ଆସନ୍ତାକାଲିଠୁ ସବୁ କିଛି ସ୍ଵାଭାବିକ ହେବ ବୋଲି ଓମ୍ସା ସଭାପତି କହିଛନ୍ତି ।
ସୂଚନା ଅନୁସାରେ, ନଭେମ୍ବର ୨୬ରୁ ଘଣ୍ଟିକିଆ ଏବଂ ଗତ ୫ ତାରିଖରୁ ୨ ଘଣ୍ଟିଆ ଓପିଡି ବନ୍ଦ କରି ଆନ୍ଦୋଳନ କରୁଥିଲେ ଡାକ୍ତର ସଂଘ । ୧୦ଦଫା ଦାବି ନେଇ ଓପିଡି ବନ୍ଦ ଆନ୍ଦୋଳନ କରୁଥିଲେ ଡାକ୍ତର । ରୋଗୀସେବା ପ୍ରଭାବିତ ହେବାରୁ ESMA ଲଗାଇଥିଲେ ସରକାର ।
ସେପଟେ ଡାକ୍ତର ସଂଘ ସହ ଆଲୋଚନା ପରେ ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ଡାକ୍ତର ସଂଘ ସହ ସକାରାତ୍ମକ ଆଲୋଚନା ହୋଇଛି । ଆନ୍ଦୋଳନ ସ୍ଥଗିତ ରଖିବାକୁ ସଂଘ ନିଷ୍ପତି ନେଇଛନ୍ତି । ସେମାନଙ୍କ ଦାବି ପୂରଣ ନେଇ କମିଟି ଗଠନ କରିଛି । ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ସ୍ବାସ୍ଥ୍ୟ ବିଭାଗ, ଅର୍ଥ ବିଭାଗ, ଆଇନ ବିଭାଗ ସଚିବ ରହିଛନ୍ତି । ସେମାନଙ୍କ ଦାବିକୁ ବିଚାର କରି ପଦକ୍ଷେପ ନିଆଯିବ ।
ସେପଟେ ଡାକ୍ତରଙ୍କ ଆନ୍ଦୋଳନ ରୋକିବାକୁ ବଡ଼ ପଦକ୍ଷେପ ନେଇଥିଲେ ସରକାର । ସାରା ଓଡ଼ିଶାରେ ଡାକ୍ତରମାନେ ପ୍ରତିଦିନ ଦୁଇ ଘଣ୍ଟା ଧରି ଓପିଡିରେ ବସୁନଥିବାରୁ ଅତ୍ୟାବଶ୍ୟକ ସେବା ତଥା ରକ୍ଷଣାବେକ୍ଷଣ ଆଇନ, ୧୯୮୮ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି । ତେବେ ଏହି ନିୟମ ଅନୁଯାୟୀ ଛଅ ମାସ ପାଇଁ ରାଜ୍ୟର ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ଡାକ୍ତର, ନର୍ସ, ଫାର୍ମାସିଷ୍ଟ, ପାରାମେଡିକ୍ସ, ଟେକ୍ନିସିଆନ୍, ତୃତୀୟ ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ ଏବଂ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଧର୍ମଘଟକୁ ନିଷେଧ କରାଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏନେଇ ଗୃହ ବିଭାଗ ପକ୍ଷରୁ କଡ଼ା ନିର୍ଦ୍ଦେଶନାମା ଜାରି ହୋଇଥିଲା । ଜିଲ୍ଲା ମୁଖ୍ୟାଳୟ, ଉପଖଣ୍ଡ ଡାକ୍ତରଖାନା, ଏରିଆ ହସ୍ପିଟାଲ୍, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ମେଡିକାଲ କଲେଜ, ଆଚାର୍ଯ୍ୟ ହରିହର ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ୟାନସର, ଆଞ୍ଚଳିକ ମେରୁଦଣ୍ଡ ଆଘାତ କେନ୍ଦ୍ର, ଜେଲ୍ ଏବଂ ପୋଲିସ ହସ୍ପିଟାଲଗୁଡ଼ିକ ଉପରେ କାର୍ଯ୍ୟକାରୀ ହେବ ।
ରାଜ୍ୟରେ ସ୍ୱାସ୍ଥ୍ୟସେବାରେ ଯେପରି କୌଣସି ଅସୁବିଧା ନହୁଏ ଓ 'ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟି ରେ ରଖି ଏପରି ପଦକ୍ଷେପ ନିଆଯାଇଥିବା ସରକାର କହିଥିଲେ । ଏହି ଆଦେଶକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ପୋଲିସ କର୍ତ୍ତୃପକ୍ଷ, ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ଅଧିକାରୀମାନଙ୍କୁ ସୂଚନା ଦିଆଯାଇଛି ।

Related Topics
Explore more stories