Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Sejal John / ଆମେରିକାରୁ ଫେରି ବଦଳାଇଥିଲେ ବୟାନ; ଏବେ ପ୍ରଶାସନ ଖୋଜିବ କେମିତି ୧୨ ବର୍ଷରେ ହୋଇଥିଲେ ପୋଷ୍ୟ ସନ୍ତାନ

Sushanta Sahoo
Browse all articles by Sushanta Sahoo
·7 months ago·2 min read
ଆମେରିକାରୁ ଫେରି ବଦଳାଇଥିଲେ ବୟାନ; ଏବେ ପ୍ରଶାସନ ଖୋଜିବ କେମିତି ୧୨ ବର୍ଷରେ ହୋଇଥିଲେ ପୋଷ୍ୟ ସନ୍ତାନ

Key Points

୨୦୧୮ ମସିହାରେ ଭୁବନେଶ୍ଵରର ଏକ ସ୍ଵେଚ୍ଛାସେବୀ ସଂଗଠନରୁ ସେଜଲ୍‌ଙ୍କୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରି ଆମେରିକା ନେଇ ଯାଇଥିଲେ ଦମ୍ପତି । ମାତ୍ର ୧୨ ବର୍ଷ ବୟସରେ ସେଜଲ୍ ଆମେରିକା ପଳାଇଥିଲେ ।

ବାଲେଶ୍ଵର: ମୋତେ ନେଇଯାଅ, ଏଠି ନିର୍ଯାତନା ଦିଆଯାଉଛି । ମୋର ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରାଯାଉଛି... । ଆମେରିକାରେ ଥିବା ବେଳେ ଏଭଳି କାନ୍ଦି କାନ୍ଦି କହୁଥିଲେ ସେଜଲ୍ ଜୋନ ଓରଫ ପୂଜା । ଏବେ ଓଡ଼ିଶା ଫେରିବା ପରେ ବଦଳାଇଛନ୍ତି ତାଙ୍କ ବୟାନ ।

ସେଜଲ୍ ଓଡ଼ିଶା ଫେରି ବାଲେଶ୍ଵରରେ ପହଞ୍ଚିଛନ୍ତି ।  ତାଙ୍କୁ ବାଲେଶ୍ଵର ନାରୀ ସଂଘରେ ରଖାଯାଇଛି । ସେଜଲ୍ ଆମେରିକାରେ କହିଥିବା କଥା ଓଡ଼ିଶା ଫେରିବା ପରେ ବଦଳାଇଥିବାରୁ ତା'ର କାଉନସେଲିଂ କରାଯିବ । ଏନେଇ ସୂଚନା ଦେଇଛନ୍ତି ବାଲେଶ୍ଵର ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜ୍ୟୋତ୍ସ୍ନାରାଣୀ ମହାନ୍ତି ।

ଏଥିସହ ପଢ଼ନ୍ତୁ: ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ପରେ କେନ୍ଦ୍ର ସରକାରଙ୍କ ପଦକ୍ଷେପ; ଓଡ଼ିଶାରୁ ଧାନ କିଣା ଲକ୍ଷ୍ୟରେ ୮ ଲକ୍ଷ ମେଟ୍ରିକ୍ ଟନ୍ ବୃଦ୍ଧି

ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କହିଛନ୍ତି, "ପ୍ରଥମେ ସେଜଲଙ୍କୁ କାଉନସେଲିଂ କରାଯିବ । ବିଭିନ୍ନ ଉଦାହରଣ ଦେଇ ତାକୁ ବୁଝାଇବାକୁ ଚେଷ୍ଟା କରାଯିବ । ସେ ଅଧାରୁ ପାଠପଢ଼ା ଛାଡ଼ି ଫେରିଛି, ତାର ମନ ପରିବର୍ତ୍ତନ ପାଇଁ ତାକୁ କୌଣସି କାର୍ଯ୍ୟରେ ନିୟୋଜିତ କରାଯିବ ।"

ଅମର ଓ ଆମେରିକା ଫେରନ୍ତା ସେଜଲ୍ ଜୋନଙ୍କୁ କାଉନସେଲିଂ କରାଯିବ । ଉଭୟ ଅମର ଓ ସେଜଲ୍ ଜନ୍ ବୈବାହିକ ଜୀବନ ଅତିବାହିତ କରିପାରିବେ କି ନାହିଁ ସେନେଇ ଅନୁଧ୍ୟାନ କରାଯିବ । ଅମରଙ୍କ ପରିବାର ସହ ଆଲୋଚନା କରାଯିବ ବୋଲି କହିଛନ୍ତି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ।

ପ୍ରାଥମିକ ପର୍ଯ୍ୟାୟରେ ସେଜଲ୍ ଜୋନଙ୍କ ପରିଚୟ ପତ୍ର ଅନୁଧ୍ୟାନ କରାଯିବ । ୧୨ ବର୍ଷ ବୟସରେ ସେଜଲ୍ ଜୋନଙ୍କୁ କିଭଳି ପୋଷ୍ୟ ସନ୍ତାନ ଭାବେ ଦିଆଗଲା ତାର ବି ଅନୁଧ୍ୟାନ କରାଯିବ । ଏବେ ପୁରୁଷ ବନ୍ଧୁ ଅମରକୁ ୨୧ ବର୍ଷ ହୋଇ ନଥିବା ବେଳେ ବିବାହ ଅସମ୍ଭବ । ଏନେଇ ଅମରଙ୍କ ପରିବାର ଏବଂ ଆମେରିକାର ଦମ୍ପିତଙ୍କ ସହ ପ୍ରଶାସନ ଆଲୋଚନା କରିବ ବୋଲି କହିଛି ।

ଏଥିସହ ପଢ଼ନ୍ତୁ: ଶିବକୁମାର ହେବେ କି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ? ବିବାଦ ଭିତରେ ବଡ଼ କଥା କହିଦେଲେ ଖଡ଼ଗେ...

ସୂଚନା ଅନୁସାରେ, ୨୦୧୮ ମସିହାରେ ଭୁବନେଶ୍ଵରର ଏକ ସ୍ଵେଚ୍ଛାସେବୀ ସଂଗଠନରୁ ସେଜଲ୍‌ଙ୍କୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରି ଆମେରିକା ନେଇ ଯାଇଥିଲେ ଦମ୍ପତି । ମାତ୍ର ୧୨ ବର୍ଷ ବୟସରେ ସେଜଲ୍ ଆମେରିକା ପଳାଇଥିଲେ । ସେଠାରେ ୭ ବର୍ଷ ରହିବା ପରେ ନଭେମ୍ବର ପ୍ରଥମ ସପ୍ତାହରେ ପଠାଇଥିଲେ ଏକ ଭିଡିଓ । ଯେଉଁଥିରେ ସେ କହିଥିଲେ, "ଆମେରିକାରେ ତାଙ୍କୁ ନିର୍ଯାତନା ଦିଆଯାଉଛି । ପୋଷ୍ୟ ଭାବେ ଗ୍ରହଣ କରିଥିବା ଦମ୍ପତି ତାଙ୍କୁ ମାନସିକ ଓ ଶାରିରୀକ ନିର୍ଯାତନା ଦେଉଛନ୍ତି ।"


ସେଜଲଙ୍କ କାନ୍ଦ ଭରା ଭିଡିଓ ଭାଇରାଲ୍ ପରେ ପ୍ରଶାସନ ପଦକ୍ଷେପ ନେଇଥିଲା । ବାଲେଶ୍ଵର ଫେରିଥିଲେ ସେଜଲ୍ । କିନ୍ତୁ ଫେରିବା ପରେ ସେଜଲ୍ ତାଙ୍କ ବୟାନ ବଦଳାଇ ଦେଇଛନ୍ତି । ଆମେରିକାରେ ନିର୍ଯାତନା ଦିଆଯାଉ ନଥିଲା ବରଂ ସେଠାକାର ଚଳଣୀ ତାଙ୍କୁ ଭଲ ଲାଗିଲା ନାହିଁ । ପିଲା ବେଳର ପୁରୁଷ ବନ୍ଧୁଙ୍କୁ ସେ ଜୀବନସାଥୀ ଭାବେ ପାଇବାକୁ ମିଛ କହିଥିବା କହି କ୍ଷମା ମାଗିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Sejal John Changes Statement After Returning to Odisha | Argus News | Argus News