Videos
|
Odisha

100 Loans On Fake Gold / ୨.୧୨ କୋଟିର ସୁନା ଋଣ ଜାଲିଆତି, ବନ୍ଧା ହେଲେ ବ୍ୟାଙ୍କ ମ୍ୟାନେଜର

Sushanta Sahoo
Browse all articles by Sushanta Sahoo
·8 hours ago·3 min read
୨.୧୨ କୋଟିର ସୁନା ଋଣ ଜାଲିଆତି, ବନ୍ଧା ହେଲେ ବ୍ୟାଙ୍କ ମ୍ୟାନେଜର
Odisha Bank Manager Arrested in ₹2.12 Crore Fraud Case

Key Points

ନକଲି ସୁନାରେ ୧୦୦ଟି ଗୋଲ୍ଡ ଲୋନ୍ ଦେଇ ନେଇ ଯାଇଥିଲେ ୨ କୋଟି ୧୨ ଲକ୍ଷ ୨୯ ହଜାର ୯୦୦ ଟଙ୍କା । ଏଭଳି ଏକ ମାମଲାରେ EOW ଅଭିଯୁକ୍ତ ସତ୍ୟବ୍ରତ ଭୋଇଙ୍କୁ ଗିରଫ କରିଛି ।
ଭୁବନେଶ୍ଵର: ବାଡ଼ ଖାଉଥିଲା ଫସଲ । ସୁରକ୍ଷା ଦାୟିତ୍ଵରେ ରହି କରୁଥିଲେ ଲୁଟ୍ । ନକଲି ସୁନାରେ ୧୦୦ଟି ଗୋଲ୍ଡ ଲୋନ୍ ଦେଇ ନେଇ ଯାଇଥିଲେ ୨ କୋଟି ୧୨ ଲକ୍ଷ ୨୯ ହଜାର ୯୦୦ ଟଙ୍କା । ଏଭଳି ଏକ ମାମଲାରେ ଓଡ଼ିଶା ଆର୍ଥିକ ଅପରାଧ ଶାଖା (EOW) ଅଭିଯୁକ୍ତ ସତ୍ୟବ୍ରତ ଭୋଇଙ୍କୁ ଗିରଫ କରିଛି ।

ଗିରଫ ଅଭିଯୁକ୍ତ ସତ୍ୟବ୍ରତ ଭୋଇଙ୍କୁ ଆଜି ବାଲେଶ୍ୱରସ୍ଥିତ OPID ଆଇନ ଅନ୍ତର୍ଗତ ନିର୍ଦ୍ଦିଷ୍ଟ ଅଦାଲତରେ ହାଜର କରାଯାଇଛି । ଅଭିଯୋଗ ଅନୁଯାୟୀ, ଜୁନ୍ ୨୦୨୩ରୁ ଜୁନ୍ ୨୦୨୪ ମଧ୍ୟରେ ସତ୍ୟବ୍ରତ ଭୋଇ ଯୋଡ଼ାସ୍ଥିତ ୟୁନିୟନ୍ ବ୍ୟାଙ୍କ ଶାଖାର ଶାଖା ପରିଚାଳକ ଥିଲେ ।

ଏଥିସହ ପଢ଼ନ୍ତୁ: ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ଘଟଣା, ବିକ୍ରମ ପଣ୍ଡାଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ 

ସେହି ସମୟରେ ଅନ୍ୟ ବ୍ୟାଙ୍କ କର୍ମଚାରୀଙ୍କ ସହ ମିଶି ଜାଲି ଓ ନକଲି ସୁନା ଅଳଙ୍କାର ରଖି ଏବଂ ଆବଶ୍ୟକ ଦସ୍ତାବିଜ ବିନା ୧୦୦ଟି ସୁନା ଋଣ ଜାଲିଆତିପୂର୍ବକ ମଞ୍ଜୁର ଓ ବିତରଣ କରିଥିଲେ । ଏହି ଋଣଗୁଡ଼ିକର ମୋଟ ମୂଲ୍ୟ ୨ କୋଟି ୧୨ ଲକ୍ଷ ୨୯ ହଜାର ୯୦୦ ଟଙ୍କା ଥିଲା । ପରେ ଏହି ଋଣ ଅର୍ଥ ହଡ଼ପ କରାଯାଇ ବ୍ୟାଙ୍କକୁ ସତ୍ୟବ୍ରତ ବିପୁଳ ଆର୍ଥିକ କ୍ଷତି ପହଞ୍ଚାଯାଇଥ ଅଭିଯୋଗ ହୋଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଯାହାକୁ ନେଇ ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ବାଲେଶ୍ୱର ରିଜିଓନାଲ୍ ଅଫିସର ରିଜିଓନାଲ୍ ହେଡ୍ ଆଶୁତୋଷ ସୁଶୀଲ କୁମାର ପଟ୍ଟନାୟକଙ୍କ ଲିଖିତ ଅଭିଯୋଗ କରିଥିଲେ । ସତ୍ୟବ୍ରତ ଭୋଇ ୧୨.୦୯.୨୦୨୨ରୁ ଯୋଡ଼ା ଶାଖାର ଶାଖା ପରିଚାଳକ ଭାବେ କାର୍ଯ୍ୟରତ ଥିଲେ ।

ଶାଖାର ସମସ୍ତ ବ୍ୟାଙ୍କିଂ କାର୍ଯ୍ୟ ପରିଚାଳନା ସହ ପଣବନ୍ଧକ ରଖାଯାଇଥିବା ସୁନା ଅଳଙ୍କାରର ମୂଲ୍ୟାଙ୍କନ ଓ ଯାଞ୍ଚ, ଋଣଗ୍ରହୀତାଙ୍କ ଯୋଗ୍ୟତା ଓ KYC ଯାଞ୍ଚ, ଆବଶ୍ୟକ ଦସ୍ତାବିଜ ଯାଞ୍ଚ, ସୁନା ଋଣ ମଞ୍ଜୁର ଓ ବିତରଣ, ଋଣ ଦସ୍ତାବିଜର ସୁରକ୍ଷିତ ସଂରକ୍ଷଣ ଏବଂ ପଣବନ୍ଧକ ସୁନାର ଯୁଗ୍ମ ହେପାଜତ ଭଳି ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ଥିଲା ।

ତଦନ୍ତ ବେଳେ ଜଣାପଡ଼ିଛି ଯେ, ଅଭିଯୁକ୍ତ ଶାଖା ପରିଚାଳକ ଅନ୍ୟ ବ୍ୟାଙ୍କ କର୍ମଚାରୀଙ୍କ ସହ ମିଶି ନିର୍ଦ୍ଧାରିତ ନିୟମ ଓ ପ୍ରକ୍ରିୟାକୁ ଉଲ୍ଲଂଘନ କରି ନକଲି ସୁନା ଅଳଙ୍କାର ରଖି ୧୦୦ଟି ସୁନା ଋଣ ମଞ୍ଜୁର କରିଥିଲେ ।

ଋଣ ଫାଇଲ୍‌ଗୁଡ଼ିକରେ ଆବଶ୍ୟକ ଦସ୍ତାବିଜ, KYC ଏବଂ ପ୍ରକୃତ ଋଣଗ୍ରହୀତାଙ୍କ ଦସ୍ତଖତ ନଥିବା ତଦନ୍ତରୁ ଜଣାପଡ଼ିଛି । ଏଥିସହ Gold Pouch In-Out Register ମଧ୍ୟ ରକ୍ଷଣାବେକ୍ଷଣ କରାଯାଇନଥିଲା । ଯାହା ଜାଲିଆତିପୂର୍ବକ ଋଣ ବିତରଣକୁ ଜାଣିଶୁଣି ସହଯୋଗ କରାଯାଇଥିବାର ସୂଚନା ଦେଉଛି ।

ମୋଟ ୧୦୦ଟି ସୁନା ଋଣ ଖାତା ମଧ୍ୟରୁ ୨୩ଟି ଖାତା ବନ୍ଦ ହୋଇଥିବା ବେଳେ ୭୬ଟି ଖାତାର ଋଣ ଏବେବି ବକେୟା ରହିଛି । ୨୦୨୬ ଅଗଷ୍ଟ ୧୮ ସୁଦ୍ଧା ଏହି ୭୬ଟି ସକ୍ରିୟ ଖାତାର ମୋଟ ବକେୟା ରାଶି ୧୯୭,୫୦,୬୩୬.୭୧ ଟଙ୍କା ରହିଛି ।

ତଦନ୍ତରୁ ଆହୁରି ଜଣାପଡ଼ିଛି ଯେ, ଅଭିଯୁକ୍ତ ଶାଖା ପରିଚାଳକ ଜାଣିଶୁଣି ମଞ୍ଜୁର ହୋଇଥିବା ଋଣ ରାଶିକୁ ସମ୍ପୃକ୍ତ ଋଣଗ୍ରହୀତାଙ୍କ ଖାତାରେ ଜମା କରାଇଥିଲେ । ପରବର୍ତ୍ତୀ ସମୟରେ ଋଣଗ୍ରହୀତାଙ୍କ ଅଜାଣତରେ ଓ ବିନା ସମ୍ମତିରେ ସେହି ଅର୍ଥକୁ ଅନ୍ୟ ଖାତାକୁ ସ୍ଥାନାନ୍ତର କରାଯାଇଥିଲା । ଶେଷରେ ଏହି ଅର୍ଥ ଅଭିଯୁକ୍ତ ଓ ତାଙ୍କ ସହଯୋଗୀମାନଙ୍କ ସହ ସମ୍ପର୍କିତ ଖାତାଗୁଡ଼ିକୁ ପଠାଯାଇଥିବା ତଦନ୍ତରୁ ଜଣାପଡ଼ିଛି ।

ଏଥିସହ ପଢ଼ନ୍ତୁ: ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ; ୨୦ ହଜାର ଲାଞ୍ଚରୁ ମିଳିଲା ନଗଦ ₹୭ ଲକ୍ଷ ଟଙ୍କା 

ଏଭଳି ଭାବେ ସମଗ୍ର ଋଣ ରାଶିକୁ ହଡ଼ପ କରିବା ସହ ପ୍ରକୃତ ଅର୍ଥ କାରବାରର ଟ୍ରେଲ୍‌କୁ ଲୁଚାଇବା ପାଇଁ ଯୋଜନାବଦ୍ଧ ଭାବେ ଅର୍ଥ ସ୍ଥାନାନ୍ତର କରାଯାଇଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି । ଋଣ ମଞ୍ଜୁର, ବିତରଣ ଏବଂ ପରବର୍ତ୍ତୀ ସମୟରେ ଅର୍ଥ ସ୍ଥାନାନ୍ତର ପ୍ରକ୍ରିୟାରୁ ଅଭିଯୁକ୍ତ ଶାଖା ପରିଚାଳକ ଓ ଅନ୍ୟ ଷଡ଼ଯନ୍ତ୍ରକାରୀଙ୍କ ସମନ୍ୱିତ ଭୂମିକା ଥିବା ଜଣାପଡ଼ିଛି ।

ଏନେଇ EOW PS Case No.12, BNS ଧାରା ୩୧୬(୫)/୩୧୮(୪)/୩୩୬(୩)/୩୩୮/୩୪୦(୨)/୩୪୪/୬୧(୨) ସହିତ IT Actର ଧାରା ୬୬(C) ଓ ୬୬(D) ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା । ରବିବାର ସତ୍ୟବ୍ରତଙ୍କୁ ଭୁବନେଶ୍ଵର ଗିରଫ କରିବା ପରେ ଆଜି କୋର୍ଟରେ ହାଜର କରାଯାଇଛି ।