Vigilance Raid / ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ; ୨୦ ହଜାର ଲାଞ୍ଚରୁ ମିଳିଲା ନଗଦ ₹୭ ଲକ୍ଷ ଟଙ୍କା
·1 hour ago·2 min read

Key Points
କେନ୍ଦୁଝର ଜିଲ୍ଲା ଶ୍ରମ ଅଧିକାରୀ ଆକାଶ ବିଶୋଇଙ୍କୁ ଗିରଫ କରିଛି ଭିଜିଲାନ୍ସ । ୨୦ ହଜାର ଟଙ୍କା ଲାଞ୍ଚ ନେଇ ଶ୍ରମ ଅଧିକାରୀ ଧରା ପଡ଼ିବା ପରେ ତାଙ୍କର ୨ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଥିଲା ।
କେନ୍ଦୁଝର/ଭୁବନେଶ୍ଵର: ବନ୍ଧାହେଲେ ଜିଲ୍ଲା ଶ୍ରମ ଅଧିକାରୀ । କେନ୍ଦୁଝର ଜିଲ୍ଲା ଶ୍ରମ ଅଧିକାରୀ ଆକାଶ ବିଶୋଇଙ୍କୁ ଗିରଫ କରିଛି ଭିଜିଲାନ୍ସ । ୨୦ ହଜାର ଟଙ୍କା ଲାଞ୍ଚ ନେଇ ଶ୍ରମ ଅଧିକାରୀ ଧରା ପଡ଼ିବା ପରେ ତାଙ୍କର ୨ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଥିଲା ।
ଚଢ଼ାଉ ବେଳେ ଜିଲ୍ଲା ଶ୍ରମ ଅଧିକାରୀ ଆକାଶ ବିଶୋଇଙ୍କ ସରକାରୀ କ୍ଵାର୍ଟରରୁ ନଗଦ ୭ ଲକ୍ଷ ୨୯ ହଜାର ଟଙ୍କା ମିଳିଛି । ଏଥିସହ ୩୦୦ ଗ୍ରାମ୍ର ସୁନା ଅଳଙ୍କାର ଭିଜିଲାନ୍ସ ଜବତ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ନେଇ ଭିଜିଲାନ୍ସ ପକ୍ଷରୁ ଏବେବି ତଦନ୍ତ ଜାରି ରହିଛି ।
ଏଥିସହ ପଢ଼ନ୍ତୁ: ଆଇପିଏସ୍ ସଫିନ ଅହମ୍ମଦଙ୍କ ଦେହାନ୍ତ; କ୍ରାଇମବ୍ରାଞ୍ଚ ଆଇଜି ଥିଲେ
ରବିବାର କେନ୍ଦୁଝର ଜିଲ୍ଲା ଶ୍ରମ ଅଧିକାରୀ ଲାଞ୍ଚ ନେବାବେଳେ ଭିଜିଲାନ୍ସ ଧରିଥିଲା । ଜିଲ୍ଲା ଶ୍ରମ ଅଧିକାରୀ ଆକାଶ ବିଷୋଇ ଜଣେ ବିଦ୍ୟୁତ୍ ଠିକାଦାରଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଧରିଥିଲା ଭିଜିଲାନ୍ସ । ବିଦ୍ୟୁତ୍ ଠିକାଦାରାଙ୍କ ଏଜେନ୍ସି ସପକ୍ଷରେ ଶ୍ରମ ଲାଇସେନ୍ସ ପ୍ରଦାନ ପାଇଁ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ ଜିଲ୍ଲା ଶ୍ରମ ଅଧିକାରୀ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୂଚନା ଅନୁସାରେ, ଉକ୍ତ ଠିକାଦାରଙ୍କୁ TPNODL ବିଦ୍ୟୁତ୍ ସଂସ୍ଥାପନ କାର୍ଯ୍ୟ ପାଇଁ ଦାୟିତ୍ୱ ଦେଇଛି । ଉକ୍ତ କାମରେ ଶ୍ରମିକମାନଙ୍କୁ ନିୟୋଜିତ କରିବା ପାଇଁ ଶ୍ରମ ଲାଇସେନ୍ସ ଆବଶ୍ୟକ ରହିଛି । ତେଣୁ ଠିକାଦାର ତାଙ୍କ ଏଜେନ୍ସି ସପକ୍ଷରେ ଶ୍ରମ ଲାଇସେନ୍ସ ପ୍ରଦାନ ପାଇଁ ୨୦୨୬ ଅଗଷ୍ଟ ୧୪ ତାରିଖରେ ଅନଲାଇନରେ ଆବେଦନ କରିଥିଲେ ।
ଆବେଦନର ଦିନକ ପରେ ଅଗଷ୍ଟ ୧୬ରେ ଠିକାଦାର ଆସି ଶ୍ରମ ଲାଇସେନ୍ସ ପ୍ରଦାନ ନେଇ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ପଚାରିଥିଲେ । ସେତେବେଳେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରମ ଲାଇସେନ୍ସ ପ୍ରଦାନ ପାଇଁ ୨୦ ହଜାର ଟଙ୍କା ଦାବି କରିଥିଲେ । ଏନେଇ ଠିକାଦାର ଜଣଙ୍କ ଭିଜିଲାନ୍ସର ଦ୍ଵାରସ୍ଥ ହୋଇଥିଲେ ।
ଏଥିସହ ପଢ଼ନ୍ତୁ: ଖୋଲୁଛି ବିଜେଡି ଶାସନରେ DMF କେଳେଙ୍କାରୀର ଗୁମର; ସବୁ ଜାଣି ଧ୍ରୁତରାଷ୍ଟ୍ର ସାଜି ଚୁପ୍ ଥିଲେ ନବୀନ ପଟ୍ଟନାୟକ
ପୂର୍ବ ଯୋଜନା ମୁତାବକ, ଠିକାଦାରଙ୍କ ଠାରୁ ଜିଲ୍ଲା ଶ୍ରମ ଅଧିକାରୀ ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ରବିବାର ସନ୍ଧ୍ୟାରେ ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲା । ଜିଲ୍ଲା ଶ୍ରମ ଅଧିକାରୀ ଆକାଶ ବିଶୋଇଙ୍କ ଠାରୁ ଲାଞ୍ଚ ନେଇଥିବା ୨୦ ହଜାର ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଥିଲା । ଏଥିସହ ଆକାଶଙ୍କ ସରକାରୀ ବାସଭବନ ଏବଂ ଅନ୍ୟ ଏକ ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ ।
ଏନେଇ ବାଲେଶ୍ୱର ଭିଜିଲାନ୍ସ ପିଏସ୍ କେସ୍ ନମ୍ବର ୧୮/୨୦୨୬, ୭ପିସି (ସଂଶୋଧନ) ଆଇନ, ୨୦୧୮ରେ ଏକ ମାମଲା ପଞ୍ଜୀକୃତ ହୋଇଛି । ଆକାଶ ବିଷୋୟୀଙ୍କ ଦୁଇଟି ଠିକଣାରେ ଆୟ ବହିର୍ଭୂତ ସମ୍ପତ୍ତି ନେଇ ଖୋଳତାଡ଼ ଜାରି ରଖିଛି ଭିଜିଲାନ୍ସ ।

Related Topics
Explore more stories