Landslide / ଭୂସ୍ଖଳନ ରୋକିବାକୁ ସରକାର କରିବେ ମାଷ୍ଟର ପ୍ଲାନ୍, ବର୍ଷାଜନିତ କ୍ଷୟକ୍ଷତି ରିପୋର୍ଟ ଆସିଲେ ଦିଆଯିବ କ୍ଷତିପୂରଣ

Key Points
ଭୂସ୍ଖଳନ ରୋକିବା ପାଇଁ ସରକାର ତିଆରି କରିବେ ମାଷ୍ଟର ପ୍ଲାନ୍ । ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
ଭୁବନେଶ୍ଵର: ଗଜପତି ଭୂସ୍ଖଳନ ପରେ ସରକାରଙ୍କ ବଡ଼ ପଦକ୍ଷେପ । ଭୂସ୍ଖଳନ ରୋକିବା ପାଇଁ ସରକାର ତିଆରି କରିବେ ମାଷ୍ଟର ପ୍ଲାନ୍ । ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ରାଜସ୍ଵ ମନ୍ତ୍ରୀ କହିଛନ୍ତି, "ଗଜପତି ଭଳି ରାଜ୍ୟର ପାହାଡ଼ ପର୍ବତ ଅଞ୍ଚଳରେ ଭୂସ୍ଖଳନ ପ୍ରବଣ ଅଞ୍ଚଳ ଗୁଡ଼ିକୁ ଚିହ୍ନଟ କରାଯିବ ।"
ଭୂସ୍ଖଳନ ରୋକିବା ପାଇଁ ସରକାର ପଦକ୍ଷେପ ନେବେ । ପଥର ଖସି ଯେମିତି ଲୋକଙ୍କର ମୃତ୍ୟୁ ହେବ ନାହିଁ ସେ ନେଇ ଦୃଷ୍ଟି ଦିଆଯିବ । ଓଡ଼ିଶାରେ ଭୂସ୍ଖଳନ ଏକ ନୂଆ ସମସ୍ୟା ଭାବେ ଉଭା ହୋଇଥିବା ରାଜସ୍ଵ ମନ୍ତ୍ରୀ କହିଛନ୍ତି । ଏଥିସହ ବର୍ଷା ଯୋଗୁଁ ବୁଡ଼ି ଯାଉଥିବା ତଳିଆ ରାସ୍ତା ଗୁଡ଼ିକୁ ଠାବ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମାଲକାନଗିରି ଅଞ୍ଚଳରେ ଅଧିକ ତଳିଆ ରାସ୍ତା ଥିବାରୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତଳିଆ ରାସ୍ତା ଗୁଡ଼ିକୁ ଉଚ୍ଚ କରାଯିବ ।
ଏଥିସହ ପଢ଼ନ୍ତୁ: ଭୂସ୍ଖଳନ ପରେ ମାଟି ତଳେ ବାପପୁଅ ଚାପି ହୋଇ ରହିଥିବା ସନ୍ଦେହ
କ୍ଷତିପୂରଣ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । କ୍ଷୟକ୍ଷତି ଆକଳନ କରି ତୁରନ୍ତ ରିପୋର୍ଟ ଦେବା ପାଇଁ ଜିଲ୍ଲାପାଳ ମାନଙ୍କୁ କୁହାଯାଇଛି । ଆସନ୍ତାକାଲି ଭିତରେ କ୍ଷୟକ୍ଷତି ରିପୋର୍ଟ ଆସିବା ପରେ କ୍ଷତିପୂରଣ ଯୋଗାଇ ଦେବାକୁ ସରକାର ପ୍ରସ୍ତୁତ ଥିବା କହିଛନ୍ତି ରାଜସ୍ଵ ମନ୍ତ୍ରୀ ।
ଲଘୁଚାପ ବର୍ଷା ଯୋଗୁଁ ଗଜପତି, ରାୟଗଡ଼ା ଏବଂ କଳାହାଣ୍ଡି ଜିଲ୍ଲା ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ରାୟଗଡ଼ାର କିଛି ଗାଁରେ ବର୍ଷା ପାଣି ପଶିବା ଯୋଗୁଁ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା । କଳାହାଣ୍ଡି ଜିଲ୍ଲାର ୯ଟି ଗାଁ ପାଣି ଘେରରେ ଥିଲା । ଲୋକଙ୍କ ସରକାର ଆବଶ୍ୟକୀୟ ସହାୟତା ଯୋଗାଇ ଦିଆ ଯାଇଥିବା ମନ୍ତ୍ରୀ କହିଛନ୍ତି ।
📱 Get Argus News App
✨ତେବେ ବର୍ଷା ଯୋଗୁଁ ଗଜପତି ଜିଲ୍ଲା ସବୁଠୁ ଅଧିକ ଗଜପତି ପ୍ରଭାବିତ ହୋଇଥିଲା । ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଭୂସ୍ଖଳନ ପରେ ଦବି ରହିଥିବା ସନ୍ଦେହ କରାଯାଇଥିଲା, ରାତି ସାରା ସର୍ଚ୍ଚ ଅପରେସନ୍ ଚାଲିଥିଲା । ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ମଧ୍ୟ ଦୁଇ ଦିନ ରହି ଉଦ୍ଧାର କାର୍ଯ୍ୟ ଅନୁଧ୍ୟାନ କରିଥିଲେ । ଏବେ ପରିସ୍ଥିତି ନିୟନ୍ତ୍ରଣରେ ଥିବା ରାଜସ୍ଵ ମନ୍ତ୍ରୀ ସୂଚନା ଦେଇଛନ୍ତି ।
