Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଭୂସ୍ଖଳନ ପରେ ମାଟି ତଳେ ବାପପୁଅ ଚାପି ହୋଇ ରହିଥିବା ସନ୍ଦେହ

Weather & Calamities

Landslide / ଭୂସ୍ଖଳନ ପରେ ମାଟି ତଳେ ବାପପୁଅ ଚାପି ହୋଇ ରହିଥିବା ସନ୍ଦେହ

Sushanta Sahoo
Browse all articles by Sushanta Sahoo
·7 months ago·2 min read
ଭୂସ୍ଖଳନ ପରେ ମାଟି ତଳେ ବାପପୁଅ ଚାପି ହୋଇ ରହିଥିବା ସନ୍ଦେହ

Key Points

ବର୍ଷା ଲାଗି ରହିଥିବା ବେଳେ ରାୟଗଡ଼ ବ୍ଲକ ପେକଟ ନିକଟରେ ଭୂସ୍ଖଳନ ହୋଇଛି । ଭୂସ୍ଖଳନ ପରେ ମାଟି ତଳେ ବାପପୁଅ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି ।

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଲାଗି ରହିଛି । ରାତିରୁ ବର୍ଷା ଲାଗି ରହିଥିବା ବେଳେ ରାୟଗଡ଼ ବ୍ଲକ ପେକଟ ନିକଟରେ ଭୂସ୍ଖଳନ ହୋଇଛି । ଭୂସ୍ଖଳନ ପରେ ମାଟି ତଳେ ବାପପୁଅ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି ।


ସୂଚନା ଅନୁସାରେ, ପେକଟ ଗାଁର ୭୦ ବର୍ଷୀୟ କାର୍ତ୍ତିକ ଶବର ଓ ପୁଅ ରାଜିକ ଶବର ଚାଷଜମିକୁ ଯାଇଥିଲେ । ଆଉ ଜମିରୁ ଘରକୁ ଫେରିବା ସମୟରେ ବର୍ଷା ହେଉଥିବା ବେଳେ ଗଛ ତଳେ ସାହାରା ନେଇଥିଲେ । ସେହି ସମୟରେ ଭୂସ୍ଖଳନ ହୋଇଥିଲା । ସେଇଠି ବାପପୁଅ ମାଟି କାଦୁଅରେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି ।


ଏଥିସହ ପଢ଼ନ୍ତୁ: ଗଜପତିରେ 'ଜଳ ପ୍ରଳୟ'; ଗାଁ ଭିତରୁ ଗାଡ଼ି ଭସାଇ ନେଲା ବଢ଼ି ପାଣି, ରାସ୍ତା ବି ଧୋଇ ନେଲା


ଭୂସ୍ଖଳନ ପରେ ବାପପୁଅ ଚାପି ହୋଇ ରହିଥିବା ଖବର ପ୍ରଚାରିତ ହେବା ପରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର ପାଇଁ ପ୍ରୟାସ କରୁଛି । ସନ୍ଧ୍ୟା ହୋଇ ଯାଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଛି । ଭୂସ୍ଖଳନ ଯୋଗୁଁ ରାୟଗଡ଼ ଠାରୁ ନୂଆଗଡ଼ ଓ ରା.ଊଦୟଗିରି ବ୍ଲକ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଛି ।


ନୂଆଗଡ଼ ବ୍ଲକ ସମ୍ବଲପୁର ପଞ୍ଚାୟତ ଗୁରୁଡ଼ା ଗାଁ ନିକଟ ବ୍ରିଜ୍‌କୁ ଭସାଇ ନେଇଛି ବନ୍ୟା ପାଣି । ରାୟଗଡ଼ ବ୍ଲକ ମାର୍ଲବା ପଞ୍ଚାୟତ ଡୁମ୍ବା ଗାଁର ଭୀମସେନ ଭୂୟାଁଙ୍କ ବାଇକ୍ ନଦୀରେ ଭାସି ଯାଇଛି । ରା.ଉଦୟଗିରି ଏକ ବୋଲେରୋ ଗାଡ଼ି ବଢ଼ି ପାଣି ଭସାଇ ନେଇଛି । ମହେନ୍ଦ୍ର ଗଡ଼ ନଦୀ ବ୍ରିଜ୍ ଉପରେ ୫ ଫୁଟ ଉଚ୍ଚର ପାଣି ଚାଲୁଛି । ଫଳରେ ବ୍ରହ୍ମପୁର-ପାରଳାଖେମୁଣ୍ଡି ଜାତୀୟ ରାଜପଥରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇ ପଡ଼ିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏଥିସହ ପଢ଼ନ୍ତୁ: ଭୀଷଣ ବର୍ଷାରେ ବେହାଲ୍ ଦକ୍ଷିଣ ଓଡ଼ିଶା; ପାହାଡ଼ରୁ ପଥର ଧସିଲା, NHରେ ୫ ଫୁଟ୍‌ର ପାଣି


ନୂଆଗଡ଼ ଚର୍ଚ୍ଚ ନିକଟରେ ରାସ୍ତା ଧୋଇଯିବାରୁ ନୂଆଗଡ଼-ସେରଙ୍ଗ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଗୁମ୍ମା ବ୍ଲକର ଅଢ଼େଇ ନିକଟରେ ପାହାଡ଼ ଧସିବା ଫଳରେ ଅଢ଼େଇ ଓ କୁଜାସିଂ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଆଶ୍ରୟଗଡ଼-ବୁରୁଡିଙ୍ଗି ରାସ୍ତାର ସେତୁ ଭାସିଯିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ।



ମୋହନା ବ୍ଲକ କଟାମା ପଞ୍ଚାୟତ ଅନ୍ତର୍ଗତ ପାପାଇଜୁ ଗାଁ ନିକଟ ଘାଟିରେ ଭୂସ୍ଖଳନ ହୋଇଛି । ଭୂସ୍ଖଳନ ପରେ ପାହାଡ଼ରୁ ମାଟି ଅତଡ଼ା ଧସିଛି । ଫଳରେ ୨୦ରୁ ଅଧିକ ଗାଁକୁ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇ ପଡ଼ିଛି । ରା.ଉଦୟଗିରି ବ୍ଳକ ଛେଲାଗଡ଼ ଓ ଡାବରାଗୁଡ଼ା ପଞ୍ଚାୟତକୁ ସଂଯୋଗ କରୁଥିବା ପୋଲ ଲଗାଣ ବର୍ଷାରେ ଧୋଇ ଯାଇଛି ।

Related Topics

Explore more stories

Sponsored
Landslide | Gajapati Landslide Traps Father-Son; Floods Snap Key Links in Odisha | Argus News | Argus News