Ration Card / ଆସନ୍ତା ମାସରୁ ଆଉ ମିଳିବନି ଚାଉଳ, eKYC କରିନଥିବା ହିତାଧିକାରୀଙ୍କୁ ଝଟ୍କା

Key Points
ଯୋଗାଣ ମନ୍ତ୍ରୀ କହିଛନ୍ତି, "ଯେଉଁମାନେ ଇକେୱାଇସି କରିନାହାନ୍ତି ସେମାନଙ୍କ ଚାଉଳ ଆସନ୍ତା ମାସରୁ ବନ୍ଦ ହୋଇଯିବ । ଏବେ ଇକେୱାଇସି ପ୍ରକ୍ରିୟାକୁ କେନ୍ଦ୍ର ସରକାର ବନ୍ଦ କରି ଦେଇଛନ୍ତି । ଆଉ ସମୟ ନାହିଁ ।"
ଭୁବନେଶ୍ଵର: ରାସନ୍ କାର୍ଡର ଇକେୱାଇସି ଆପଣ କରିନାହାନ୍ତି କି ? ଯଦି ହଁ, ତେବେ ଆସନ୍ତା ମାସରୁ ଆଉ ମିଳିବନି ମାଗଣା ଚାଉଳ । ରାସନ୍ କାର୍ଡ ଇକେୱାଇସି ନେଇ ବଡ଼ ଅପଡେଟ୍ ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ଯୋଗାଣ ମନ୍ତ୍ରୀ କହିଛନ୍ତି, "ଯେଉଁମାନେ ଇକେୱାଇସି କରିନାହାନ୍ତି ସେମାନଙ୍କ ଚାଉଳ ଆସନ୍ତା ମାସରୁ ବନ୍ଦ ହୋଇଯିବ । ଏବେ ଇକେୱାଇସି ପ୍ରକ୍ରିୟାକୁ କେନ୍ଦ୍ର ସରକାର ବନ୍ଦ କରି ଦେଇଛନ୍ତି । ଫଳରେ ଆଉ ସମୟ ନାହିଁ । ଏବେ ବି ସରକାର କେୱାଇସି କରିନଥିବା ଲୋକଙ୍କୁ ଚାଉଳ ପଠାଉଛନ୍ତି ।"
ଏଥିସହ ପଢ଼ନ୍ତୁ: ରାସନକାର୍ଡ ହିତାଧିକାରୀଙ୍କୁ ନେଇ ଯୋଗାଣମନ୍ତ୍ରୀ ଦେଲେ ବଡ଼ ବୟାନ...
📱 Get Argus News App
✨
ମନ୍ତ୍ରୀ ଆହୁରି କହିଛନ୍ତି, "ଯେଉମାନେ ଇକେୱାଇସି କରିବେ ନାହିଁ, ସେମାନଙ୍କ ପାଇଁ ଆଉ ଚାଉଳ ଯିବ ନାହିଁ । କେନ୍ଦ୍ର ସରକାର ସମୟ ବଢ଼ାଇଲେ, ରାଜ୍ୟ ସରକାର ମଧ୍ୟ ବଢ଼େଇବେ । ଯଦି କିଏ ବାଦ୍ ପଡ଼ିଥିବେ ଲିଖିତ ଭାବେ ଆବନଦନ କଲେ ବିଚାର କରାଯିବ ।"
ଏବେ ବି ରାଜ୍ୟର ୧୫ ଲକ୍ଷ ୬୭ ହଜାର ହିତାଧିକାରୀ ଇକେୱାଇସି କରିନଥିବା ଯୋଗାଣ ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହା ପୂର୍ବରୁ ଗତ ବିଧାନସଭା ମୌସୁମୀ ଅଧିବେଶନରେ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ, ୩୦ ହଜାର ଅଯୋଗ୍ୟ ରାସନ କାର୍ଡ ହିତାଧିକାରୀଙ୍କୁ ତାଲିକାରୁ ହଟାଇ ଦିଆଯାଇଛି । ଏହାଦ୍ୱାରା ୧ ଲକ୍ଷ ୯ ହଜାର ୮୫୩ ଜଣ ପ୍ରଭାବିତ ହୋଇଛନ୍ତି ।
ଆହୁରି ପଢ଼ନ୍ତୁ: ମହିଳାଙ୍କୁ ମିଳିବ ରୋଜଗାର, ବିନା ସୁଧରେ କାର କିଣିବା ଲାଗି ମିଳିବ ଋଣ
ଯାଞ୍ଚ ଚାଲୁଥିବା ବେଳେ ୩୦ ହଜାର ୧୨୫ ଅଯୋଗ୍ୟ ରାସନ କାର୍ଡ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଥିଲା । ସେମାନଙ୍କ ନାଁ ତାଲିକାରୁ ବାଦ୍ ଦିଆଯାଇଛି । ଏଥିସହ ୬ ଲକ୍ଷ ୩୮ ହଜାର ୯୯୬ ମୃତ ବ୍ୟକ୍ତିଙ୍କ ନାମ ମଧ୍ୟ ଡାଟାବେସ୍ରୁ ହଟାଇ ଦିଆଯାଇଛି । ଏହି ନାମ ଗୁଡ଼ିକୁ ବାଦ ଦେବା ଦ୍ୱାରା ନୂତନ ଯୋଗ୍ୟ ଆବେଦନକାରୀଙ୍କୁ ଏହି ପ୍ରକ୍ରିୟାରେ ଅନ୍ତର୍ଭୁକ୍ତ କରିବା ପାଇଁ ସ୍ଥାନ ସୃଷ୍ଟି ହୋଇଛି ।
ମନ୍ତ୍ରୀଙ୍କ କହିବା କଥା, ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବା ପରେ, ଏବେ ସୁଦ୍ଧା ୨ ଲକ୍ଷ ୫ ହଜାର ୩୮୪ ନୂଆ ପରିବାର ଅର୍ଥାତ୍ ୩ ଲକ୍ଷ ୮୭ ହଜାର ୮୧୯ ନଆ ହିତାଧିକାରୀଙ୍କୁ ଏହି ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇଛି । ବର୍ତ୍ତମାନ ସାରା ରାଜ୍ୟରେ ୫ ଲକ୍ଷ ୯ ହଜାର ୬୦୬ ନୂତନ ଆବେଦନ ପତ୍ରର ଯାଞ୍ଚ କରାଯାଉଛି
Related Topics
Explore more stories