Republic Day / ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ; ତ୍ରିରଙ୍ଗା ଉଡ଼ାଇଲେ ରାଜ୍ୟପାଳ
·5 months ago·2 min read

Key Points
ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ସାମିଲ ହୋଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପତି ।
ଭୁବନେଶ୍ଵର: ଗାନ୍ଧୀ ମାର୍ଗରେ ପାଳିତ ହେଉଛି ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରହିଛି ଲୋୟର ପିଏମଜି ରାସ୍ତା । ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ସାମିଲ ହୋଇ ଜାତୀୟ ପତାକା ଉଡ଼ାଇଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପତି ।
ଏହି ଅବସରରେ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ ପରେଡ୍ । ଯେଉଁଥିରେ ପ୍ରାୟ ୫୦ରୁ ଅଧିକ କଣ୍ଟିଜେଣ୍ଟ ଭାଗ ନେଇଛନ୍ତି । ରାଜ୍ୟପାଳ ହରିବାବୁ କମ୍ଭମପତି ଗ୍ରହଣ କରିଛନ୍ତି ପରେଡ୍ ଅଭିବାଦନ ।
ଏଥିସହ ପଢ଼ନ୍ତୁ: ଦିଲ୍ଲୀରୁ ପଲ୍ଲୀ ଫର୍ ଫର୍ ହୋଇ ଉଡୁଛି ତ୍ରିରଙ୍ଗା; କର୍ତ୍ତବ୍ୟ ପଥରେ ଚମକିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼
ଡେୟାର ଡେଭିଲ୍ ଗ୍ରୁପ ସହ ସ୍କେଟି ଗ୍ରୁପ ମଧ୍ୟ ସେମାନଙ୍କର କୌଶଳ ପ୍ରଦର୍ଶନ କରିଛନ୍ତି । ରାଜ୍ୟର ୧୨ଟି ବିଭାଗର ପ୍ରଜ୍ଞାପନ ମେଢ଼ ମଧ୍ୟ ଅଂଶ ଗ୍ରହଣ କରିଛନ୍ତି । ପରେଡ୍ରେ ରାଜଧାନୀର ବିଭିନ୍ନ ସରକାରୀ ଓ ବେସରକାରୀ ସ୍କୁଲ୍ କଲେଜ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି ।
ଏଥିସହ ବିଭିନ୍ନ ଜିଲ୍ଲାର ୫ଟି ଲୋକ ନୃତ୍ୟ ଓ ଲୋକକଳା ଗ୍ରୁପ ମଧ୍ୟ ଅଂଶ ଗ୍ରହଣ କରିଛନ୍ତି । କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଏଥିସହ ପଢ଼ନ୍ତୁ: ଗଣତନ୍ତ୍ର ଦିବସ ପରେଡ୍ ବେଳେ ଧସିଥିଲା ଏକାଧିକ ବହୁତଳ କୋଠା
ସେପଟେ କଟକ ବାରବାଟୀ ଷ୍ଟାଡିୟମରେ ପାଳିତ ହେଉଛି ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପରେଡ୍ରେ ଅଭିବାଦନ ଗ୍ରହଣ କରିଛନ୍ତି ।
ଏଥର ପରେଡ୍ରେ ୪୭ଟି କଣ୍ଟିଜେଣ୍ଟ ସାମିଲ୍ ହୋଇଛନ୍ତି । ସେହିପରି ୯ଟି ସରକାରୀ ପ୍ରଜ୍ଞାପନ ମେଢ଼ ମଧ୍ୟ ପରେଡ୍ ପରେ ପ୍ରଦର୍ଶିତ ହୋଇଛି । ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ତଦାରଖ ପାଇଁ ଡିସିପିଙ୍କ ସମେତ ୫ ଜଣ ଅତିରିକ୍ତ ଡିସିପି, ୧୧ ଜଣ ଏସିପି, ୩୨ ଜଣ ଇନ୍ସପେକ୍ଟର ଓ ୧୦୫ ଜଣ ଏସଆଇ ଓ ଏଏସ୍ ଆଇଙ୍କୁ ଦାୟିତ୍ଵ ଦିଆଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories