Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Republic Day / ଦିଲ୍ଲୀରୁ ପଲ୍ଲୀ ଫର୍ ଫର୍ ହୋଇ ଉଡୁଛି ତ୍ରିରଙ୍ଗା; କର୍ତ୍ତବ୍ୟ ପଥରେ ଚମକିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼

Sushanta Sahoo
Browse all articles by Sushanta Sahoo
·5 months ago·2 min read
ଦିଲ୍ଲୀରୁ ପଲ୍ଲୀ ଫର୍ ଫର୍ ହୋଇ ଉଡୁଛି ତ୍ରିରଙ୍ଗା; କର୍ତ୍ତବ୍ୟ ପଥରେ ଚମକିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼
Odisha tableau at Kartavya Path Republic Day parade

Key Points

ଦିଲ୍ଲୀରୁ ପଲ୍ଲୀ ସବୁଠି ଉତ୍ସାହ । ଫର୍ ଫର୍ ହୋଇ ଉଡୁଛି ତ୍ରିରଙ୍ଗା । ନୂଆଦିଲ୍ଲୀର କର୍ତ୍ତବ୍ୟପଥରେ ଭବ୍ୟ ପ୍ରସ୍ତୁତି । ଲାଲ କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ନୂଆଦିଲ୍ଲୀ: ଦେଶ ପାଳୁଛି ୭୭ ତମ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀରୁ ପଲ୍ଲୀ ସବୁଠି ଉତ୍ସାହ । ଫର୍ ଫର୍ ହୋଇ ଉଡୁଛି ତ୍ରିରଙ୍ଗା । ନୂଆଦିଲ୍ଲୀର କର୍ତ୍ତବ୍ୟପଥରେ ଭବ୍ୟ ପ୍ରସ୍ତୁତି । ଲାଲ କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ନୂଆଦିଲ୍ଲୀର କର୍ତ୍ତବ୍ୟପଥରେ ଅନୁଷ୍ଠିତ ହେବ ଜାତୀୟ ସ୍ତରୀୟ ପରେଡ୍ । ପରେଡରେ ଦେଖିବାକୁ ମିଳିବ ଭାରତର ସାଂସ୍କୃତିକ ବିବିଧତା, ସାମରିକ ଶକ୍ତି ଓ ଗଣତାନ୍ତ୍ରିକ ମୂଲ୍ୟବୋଧର ଚମତ୍କାର ପ୍ରଦର୍ଶନ । କର୍ତ୍ତବ୍ୟପଥ ପରେଡରେ ଭାଗ ନେବେ ୩୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଜ୍ଞାପନ ମେଢ଼ ।

ଏଥିସହ ପଢ଼ନ୍ତୁ: ଗଣତନ୍ତ୍ର ଦିବସ ପରେଡ୍ ବେଳେ ଧସିଥିଲା ଏକାଧିକ ବହୁତଳ କୋଠା

ସମୃଦ୍ଧ ଭାରତ, ବିକାଶ ଓ ନୂଆ ବିଚାରଧାରାର ପ୍ରଦର୍ଶନ ଦେଖିବାକୁ ମିଳିବ । ବ୍ୟାଟେଲ୍ ଏରେ ଫର୍ମେସନ୍ କରି ନିଜ ଅତ୍ୟାଧୁନିକ ଯୁଦ୍ଧ କ୍ଷମତା ଓ ଅନୁଶାସନର ପ୍ରଦର୍ଶନ କରିବେ ଭାରତୀୟ ସେନା । କର୍ତ୍ତବ୍ୟପଥରେ ଦେଖିବାକୁ ମିଳିବ ଅପରେସନ ସିନ୍ଦୂରର ଝଲକ ।

ନୂଆଦିଲ୍ଲୀ ସାଧାରଣତନ୍ତ୍ର ଦିବସ ସମାରୋହରେ ଯୋଗ ଦେବେ ୧୦ ହଜାର ବିଶେଷ ନିମନ୍ତ୍ରିତ ଅତିଥି । ଏମାନଙ୍କ ମଧ୍ୟରେ ଅଛନ୍ତି ବୈଜ୍ଞାନିକ, ଖେଳାଳି, କୃଷକ, ମହିଳା ଉଦ୍ୟୋଗୀ, ଷ୍ଟାର୍ଟଅପ୍ ସଂସ୍ଥାପକ, କାଗିରର, SHG ମହିଳା, ଦିବ୍ୟାଙ୍ଗ, ଜନଜାତି ପ୍ରତିନିଧି ଓ ବିଭିନ୍ନ ସରକାରୀ ପ୍ରକଳ୍ପର ହିତାଧିକାରୀ ।

କର୍ତ୍ତବ୍ୟ ପଥରେ ଚମକିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼। ସ୍ଵଦେଶୀ ସାମଗ୍ରୀ ଉତ୍ପାଦନ ମାଧ୍ୟମରେ ସାମ୍ପ୍ରତିକ ଭାରତକୁ ଆତ୍ମନିର୍ଭର ଭାରତରେ ପରିଣତ କରିବା ଦୃଷ୍ଟିକୋଣ ଆଧାରରେ ପ୍ରସ୍ତୁତ ହୋଇଛି ଏହି ପ୍ରଜ୍ଞାପନ ମେଢ଼ ।

ପ୍ରଜ୍ଞାପନ ମେଢ଼ ସହିତ NCC, NSS ପରେଡ ଗ୍ରୁପରେ ସାମିଲ ହୋଇଛନ୍ତି ଓଡ଼ିଶାର ଛାତ୍ରଛାତ୍ରୀ । ଦେଶର ଜାତୀୟ ଗୀତ ବନ୍ଦେ ମାତରମର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଭାରତର ବିଭିନ୍ନ ରାଜ୍ୟର ୨୫୦୦ କଳାକାର ଲୋକନୃତ୍ୟ , ଆଦିବାସୀ ଏବଂ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି ।

ଏଥିସହ ପଢ଼ନ୍ତୁ: ସାହିତ୍ୟ ଓ ଶିକ୍ଷାରେ ଚରଣ ହେମ୍ବ୍ରମ, ମହେନ୍ଦ୍ର କୁମାର ମିଶ୍ର, କଳାରେ ଶରତ କୁମାର ପାତ୍ର ଓ ସୀମାଞ୍ଚଳ ପାତ୍ରୋଙ୍କୁ ପଦ୍ମଶ୍ରୀ

ଏହାର ନିର୍ଦ୍ଦେଶନା ସନ୍ତୋଷ ନାୟାର ଦେଇଥିବା ବେଳେ ଓଡ଼ିଶୀ ନୃତ୍ୟ ପାଇଁ ଓଡ଼ିଶୀ ନୃତ୍ୟ ଗୁରୁ କବିତା ଦ୍ଵିବେଦୀ ଦେଇଛନ୍ତି ନିର୍ଦ୍ଦେଶନା । ଏହି ନୃତ୍ୟ ଗ୍ରୁପରେ ଓଡ଼ିଶାର ୨୬ ଜଣ କଳାକାର ସାମିଲ ହୋଇଛନ୍ତି ।

ଓଡ଼ିଶାର ୮ ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ NSS ପରେଡରେ ସାମିଲ ହୋଇଛନ୍ତି । ସର୍ବ ଭାରତୀୟ ସ୍ତରରୁ ଆସିଥିବା ୨୦୦ ଜଣିଆ ଟିମ୍‌ରେ ଅଛନ୍ତି ୮ ଜଣ ଓଡ଼ିଆ ଛାତ୍ରଛାତ୍ରୀ । ୮ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ୪ ଜଣ ପୁଅ ଏବଂ ୪ ଜଣ ଝିଅ ରହିଛନ୍ତି। ସେହିପରି NCC ପରେଡ ଗ୍ରୁପରେ ଓଡ଼ିଶାର ୨୧ ଜଣ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୨ ଜଣ ପୁଅ ୯ ଜଣ ଝିଅ ରହିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Republic Day 2026: Odisha Tableau to Shine at Kartavya Path | Argus News | Argus News