Vehicle Checking / ନିୟମ ମାନୁ ନଥିଲେ ଗଣିବେ ତଣ୍ଡ, ଛକ ଛକରେ ଜଗିବେ RTO
·8 months ago·2 min read

Key Points
ମାଲ ପରିବହନ ଗାଡ଼ିରେ ଯାତ୍ରୀ ପରିବହନ, ମଦ୍ୟପାନ କରି ଗାଡ଼ି ଚାଳନା ଏବଂ ଫିଟନେସ୍ ସାର୍ଟିଫିକେଟ୍ ଓ ପରମିଟ୍ ନଥାଇ ଗଡ଼ୁଥିବା ଗାଡ଼ି ଗୁଡ଼ିକର ଯାଞ୍ଚ କରାଯିବ । ୩ ଦିନ ବ୍ୟାପି ସ୍ପେଶାଲ୍ ଡ୍ରାଇଭ୍ରେ ଗାଡ଼ି ଚେକିଂ ଜୋରଦାର କରିବକୁ ନିର୍ଦ୍ଦେଶ ଦିଆଯାଇଛି ।
କଟକ: ଘରୁ ଗାଡ଼ି ନେଇ ଗୋଡ଼ କାଢ଼ିବା ଆଗରୁ ଚେକ୍ କରି ନିଅନ୍ତୁ । ଦେଖି ନିଅନ୍ତୁ ଆପଣଙ୍କ ପାଖରେ ସବୁ କାଗଜପତ୍ର ଅଛି ତ ? ଯଦି ନାହିଁ ତାହେଲେ ଆପଣଙ୍କୁ ମୋଟା ଅଙ୍କର ଜରିମାନା ଭରିବାକୁ ପଡ଼ିବ । ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଅଞ୍ଚଳରେ ଜୋରଦାର ହେବ ଗାଡ଼ି ଯାଞ୍ଚ ।
ଏନେଇ ପରିବହନ କମିଶନରଙ୍କ ପକ୍ଷରୁ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଓ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଚିଠି କରାଯାଇଛି । ଅକ୍ଟୋବର ୨୫ରୁ ୨୭ ପର୍ଯ୍ୟନ୍ତ ତିନିଦିନ ବ୍ୟାପି ସ୍ପେଶାଲ୍ ଡ୍ରାଇଭ୍ରେ ଜୋରଦାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ କମିଶନର ।
ମାଲ ପରିବହନ ଗାଡ଼ିରେ ଯାତ୍ରୀ ପରିବହନ, ମଦ୍ୟପାନ କରି ଗାଡ଼ି ଚାଳନା ଏବଂ ଫିଟନେସ୍ ସାର୍ଟିଫିକେଟ୍ ଓ ପରମିଟ୍ ନଥାଇ ଗଡ଼ୁଥିବା ଗାଡ଼ି ଗୁଡ଼ିକର ଯାଞ୍ଚ କରାଯିବ । ୩ ଦିନ ବ୍ୟାପି ସ୍ପେଶାଲ୍ ଡ୍ରାଇଭ୍ରେ ଗାଡ଼ି ଚେକିଂ ଜୋରଦାର କରିବକୁ ନିର୍ଦ୍ଦେଶ ଦିଆଯାଇଛି ।
ଏଥିସହ ପଢ଼ନ୍ତୁ: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’: କିଏ ଦେଇଛି ନାଁ, ଏହାର ଅର୍ଥ କ’ଣ ?
ନିକଟରେ ରାଜ୍ୟ ସରକାର ଗାଡ଼ି ଗୁଡ଼ିକ ଉପରେ ଜାରି ହୋଇଥିବା ଚାଲାଣକୁ କୋହଳ କରିଛନ୍ତି । ଜୁଲାଇ ୩୧ କିମ୍ବା ତା ପୂର୍ବରୁ ଇ-ଚାଲାଣ କଟିଥିଲେ ଫାଇନ୍ କୋହଳ ହୋଇଛି । ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଫାଇନ୍ ୫୦ ପ୍ରତିଶତ କୋହଳ କରିଛନ୍ତି ସରକାର ।
୫୦ ହଜାର ବଦଳରେ ଦେବାକୁ ହେବ ୨୫ ହଜାର ଟଙ୍କା । ୧୦ ହଜାର ବଦଳରେ ୫ ହଜାର, ୫ ହଜାର ବଦଳରେ ୨୫୦୦ ଫାଇନ୍ ଦେବାକୁ ପଡ଼ିବ । ବୈଧ ଲାଇସେନ୍ସ ବିନା ଗାଡ଼ି ଚଲାଇ ୫,୦୦୦ ଟଙ୍କାର ଚାଲାଣ କଟିଥିଲେ ୨,୫୦୦ ଟଙ୍କା ଦେବାକୁ ପଡ଼ିବ ।
କୌଣସି ପରିସ୍ଥିତିରେ ଚାଲାଣ କଟିଥିବା ଲୋକଙ୍କୁ ଜରିମାନାର ୫୦ ପ୍ରତିଶତ ପୈଠ କରିବାକୁ ହେବ । ଚଳିତ ବର୍ଷ ଜୁଲାଇ ୩୧ ତାରିଖ ପୂର୍ବରୁ ଯଦି କୌଣସି ବ୍ୟକ୍ତିଙ୍କର ଚାଲାଣ କଟିଛି, ଏଥିପାଇଁ ମୋଟ ପରିମାଣର ୫୦ ପ୍ରତିଶତ ଜରିମାନା ଦେବାକୁ ପଡ଼ିବ ।
ଏଥିସହ ପଢ଼ନ୍ତୁ: ଏଯାଏଁ ଧରାପଡ଼ି ନାହାନ୍ତି ଦୁଇ କିଲର୍ ! ସେମାନଙ୍କୁ କିଏ ଦେଇଛି ଆଶ୍ରୟ ?
ଡ୍ରାଇଭର ଅଥବା ପାସେଞ୍ଜର ବିନା ସିଟ୍ ବେଲ୍ଟରେ ଯାତ୍ରା ସମୟରେ ଚାଲାଣ କଟିଥିଲେ ୧,୦୦୦ ଟଙ୍କା ବଦଳରେ ୫୦୦ ଟଙ୍କା, ବାଇକ୍ରେ ଆବଶ୍ୟକତା ଠାରୁ ଅଧିକ ଯାଉଥିବା ଅଭିଯୋଗରେ କଟିଥିବା ଚାଲାଣର ୧,୦୦୦ ଟଙ୍କା ବଦଳରେ ୫୦୦ ଟଙ୍କା ଦେବେ ।
ସେହିପରି ବିନା ହେଲମେଟ୍ରେ ଗାଡ଼ି ଚଳାଉଥିବା ନେଇ ୧,୦୦୦ ଟଙ୍କା ଚାଲାଣ କଟିଥିଲେ ୫୦୦ ଟଙ୍କା ଦେବାକୁ ପଡ଼ିବ । ପରିବହନ ବିଭାଗର ବିଜ୍ଞପ୍ତିରେ କୁହାଯାଇଛି ଯେ, ଜରୁରୀକାଳୀନ କାମରେ ଥିବା ଗାଡ଼ିକୁ ଯିବାକୁ ଦିଆ ନଯିବା କାରଣରୁ ୧୦,୦୦୦ ଟଙ୍କା ଜରିମାନା ହୋଇଥିଲେ ୫୦୦୦ ଟଙ୍କା ପୈଠ ଭରିବାକୁ ପଡ଼ିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories