Pitabas Panda Case / ଏଯାଏଁ ଧରାପଡ଼ି ନାହାନ୍ତି ଦୁଇ କିଲର୍ ! ସେମାନଙ୍କୁ କିଏ ଦେଇଛି ଆଶ୍ରୟ ?

Key Points
ବିକ୍ରମ ପଣ୍ଡା ଗିରଫ ପରେ ଗଞ୍ଜାମ ରାଜନୀତିରେ କମ୍ପନ ।
ପୀତବାସ ପଣ୍ଡା ମର୍ଡର ମିଷ୍ଟ୍ରିକୁ ଆହୁରି ଘାଣ୍ଟୁଛି ବ୍ରହ୍ମପୁର ପୋଲିସ। କ୍ରାଇମବ୍ରାଞ୍ଚ ତଦନ୍ତରେ ଖୋଲୁଛି ଆଇନଜୀବୀ ପୀତବାସ ପଣ୍ଡାଙ୍କ ମୃତ୍ୟୁ ରହସ୍ୟ । ଷଡ଼ଯନ୍ତ୍ରକାରୀ ମାଷ୍ଟରମାଇଣ୍ଡ ବନ୍ଧା ହୋଇ ଜେଲରେ, କିନ୍ତୁ ଏବେ ବି ପୋଲିସ ପଞ୍ଝାରେ ପଡ଼ିନାହାନ୍ତି ଦୁଇ ମୁଖ୍ୟ ଅଭିଯୁକ୍ତ । କାହା ଛତ୍ରଛାୟାରେ ଅଛନ୍ତି କୁରୁପତି ଭୂୟାଁ ଓ ଉମା ବିଷୋୟୀ ? ସୁଦର୍ଶନ ଜେନାଙ୍କୁ ପୋଲିସ ପଚରାଉଚରା କରି ଛାଡ଼ିଦେଇଥିବା ସୂଚନା ମିଳିଛି। ଗତକାଲି ସୁଦର୍ଶନ ନିଜେ ଥାନାରେ ଆତ୍ମ ସମର୍ପଣ କରିଥିଲେ। ମାମଲାରେ ଏଯାଏଁ ୧୩ ଜଣ ଗିରଫ ହୋଇଛନ୍ତି ।
ବ୍ରହ୍ମପୁର ଜେଲ୍ରେ ଥିବା ପୂର୍ବତନ ମେୟର ଶିବଶଙ୍କର ଦାସ ଓରଫ ପିଣ୍ଟୁର ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରି ଅନ୍ୟତ୍ର ସ୍ଥାନାନ୍ତର ପାଇଁ ସ୍ଥାନୀୟ ଏସ୍ଡିଜେଏମ କୋର୍ଟରେ ଆବେଦନ କରିଛନ୍ତି ବ୍ରହ୍ମପୁର ମଣ୍ଡଳ କାରାଗାରର ଜେଲର । ସେପଟେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ପାଇଁ କୋର୍ଟରେ ଲଢ଼ିବେ ୪୪ ଜଣ ଓକିଲ । ବିକ୍ରମଙ୍କ ସହ ମଳୟ ବିଷୋୟୀ ଓ ମଦନ ଦଳାଇଙ୍କ ପାଇଁ ବି ଏମାନେ ମାମଲା ଲଢ଼ିବେ । ଗତକାଲି ୪୪ ଜଣ ଓକିଲ କୋର୍ଟରେ ୱକାଲାତନାମା ଦାଖଲ କରିଛନ୍ତି । ତାପରେ ଶୁକ୍ରବାର କୋର୍ଟରେ ଜାମିନ ପାଇଁ ଆବେଦନ କରାଯାଇଥିବା ସୂଚନା ମିଳିଛି ।
ଏଥିସହ ପଢ଼ନ୍ତୁ: କେମିତି ଥିଲା ଉଭୟଙ୍କ ବନ୍ଧୁତା, ଆଉ କାହିଁକି ସାଜିଲେ ସବୁଠୁ ବଡ଼ ଶତ୍ରୁ ? ଜାଣିବା ପାଇଁ ପଢ଼ନ୍ତୁ...
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣା ବଢ଼ୁଛି ଗିରଫଦାରୀ ସଂଖ୍ୟା । ପୋଲିସ ଅଭିଯୁକ୍ତ ସୁନୀଲ ହୋତାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ଯାହାଫଳରେ ଗିରଫ ସଂଖ୍ୟା ୧୩ରେ ପହଞ୍ଚିଛି । ସୁନୀଲ ହୋତା ଜୟପୁର ଫାର୍ମ ହାଉସରେ ହତ୍ୟାକାରୀଙ୍କୁ ଆଶ୍ରୟ ଦେଇଥିବା କଥା ଗୁରୁବାର ବ୍ରହ୍ମପୁର ଏସପି ସୂଚନା ଦେଇଥିଲେ । ତଥ୍ୟ ସଂଗ୍ରହ ପାଇଁ ଫାର୍ମ ହାଉସକୁ ଯାଇଥିବା ବେଳେ ଜଣେ ଜଗୁଆଳି ଗଣମାଧ୍ୟମ ପ୍ରତିନିଧିଙ୍କ ଉପରକୁ କୁକୁର ଛାଡିଦେବା ସହ ମାଲିକ କିଛି କହିବାକୁ ମନା କରିଛନ୍ତି ବୋଲି କହିଥିଲେ। ଏନେଇ ଅର୍ଗସରେ ଖବର ପ୍ରସାରଣ ହୋଇଥିଲା ।
ଅନ୍ୟପଟେ ହତ୍ୟା ଅଭିଯୁକ୍ତଙ୍କ ସପକ୍ଷରେ ବିଜେଡି ଓକିଲାତି କରିଛି । ବୁଧବାର ଏସପି ଅଫିସ ଘେରାଉ କରିଥିଲା । ଆଉ ଗୁରୁବାର ସହରରେ ଶୋଭାଯାତ୍ରା କରିଥିଲା ବିଜେଡି । ଗଂଜାମ ଜିଲ୍ଲା ସଭାପତି ବିକ୍ରମ ପଣ୍ଡାଙ୍କୁ ପୀତବାସ ହତ୍ୟାକାଣ୍ଡର ଷଡଯନ୍ତ୍ରକାରୀ କହୁଛି ପୋଲିସ । ବଳିଷ୍ଠ ପ୍ରମାଣ ମିଳିବା ପରେ ଗିରଫ କରି କୋର୍ଟ ଚାଲାଣ କରିଛି । ହେଲେ ବିଜେଡି ନେତା କିନ୍ତୁ ବିକ୍ରମଙ୍କୁ ନିର୍ଦ୍ଦୋଷ କହୁଛନ୍ତି । ପୋଲିସ ତାଙ୍କୁ ମୋହରା ବନାଇ ଫସାଇ ଦେଇଛି ବୋଲି ଅଭିଯୋଗ କରି ଗୁରୁବାର ବି ପ୍ରତିବାଦ କରିଛି ବିଜେଡି । ବ୍ରହ୍ମପୁର ହିଲ୍ ପାଟଣା ସଂସ୍କୃତି ଭବନରୁ ଗାନ୍ଧୀ ନଗର ଛକ ପର୍ଯ୍ୟନ୍ତ କଳାପଟି ବାନ୍ଧି ଶୋଭାଯାତ୍ରାରେ ବାହାରିଥିଲେ ବିଜେଡି ନେତା ଓ କର୍ମୀ ।
ରାଜନୈତିକ, ବ୍ୟକ୍ତିଗତ ଓ ଆର୍ଥିକ ଉଦ୍ଦେଶ୍ୟ ରଖି ପୀତବାସଙ୍କୁ ହତ୍ୟା ହୋଇଥିବା କଥା ସାମ୍ନାକୁ ଆସିଛି। ତେବେ ଫେରାର ଥିବା କୁରୁପତି ଓ ଉମା ବନ୍ଧା ହେଲେ ଆଉ କିଛି ନୂଆ ତଥ୍ୟ ସାମ୍ନାକୁ ଆସିବ ବୋଲି ଅନେକ ଆଶଙ୍କା କରାଯାଉଛି ?
📱 Get Argus News App
✨Related Topics
Explore more stories