|
logo
Live
Argus News App
GET APP

Argus News - ବାଲିଯାତ୍ରାର ତଳ ପଡିଆରେ ଧ୍ୟାନ ଆକର୍ଷଣ କରିବ ORMASର ଷ୍ଟଲ୍

Odisha

Historic Baliyatra Cuttack / ବାଲିଯାତ୍ରାର ତଳ ପଡିଆରେ ଧ୍ୟାନ ଆକର୍ଷଣ କରିବ ORMASର ଷ୍ଟଲ୍

Ritu Das
Browse all articles by Ritu Das
·4 months ago·2 min read
ବାଲିଯାତ୍ରାର ତଳ ପଡିଆରେ ଧ୍ୟାନ ଆକର୍ଷଣ କରିବ ORMASର ଷ୍ଟଲ୍

Key Points

କଟକ ବାଲିଯାତ୍ରା-୨୦୨୫, ଆଣି ଦେଇଛି ଅନେକ ଆନନ୍ଦ ଓ ଉଲ୍ଲାସ। ବାଲିଯାତ୍ରାର ତଳ ପଡିଆରେ ଧ୍ୟାନ ଆକର୍ଷଣକାରୀ ସ୍ଥାନ ହେଉଛି ORMASର ଷ୍ଟଲ୍ ଗୁଡ଼ିକ ।
କଟକ ବାଲିଯାତ୍ରା-୨୦୨୫, ଆଣି ଦେଇଛି ଅନେକ ଆନନ୍ଦ ଓ ଉଲ୍ଲାସ। ବାଲିଯାତ୍ରାର ତଳ ପଡିଆରେ ଧ୍ୟାନ ଆକର୍ଷଣକାରୀ ସ୍ଥାନ ହେଉଛି ORMASର ଷ୍ଟଲ୍ ଗୁଡ଼ିକ । ଏହାର ମୁଖ୍ୟ ଅଭ୍ୟର୍ଥନା ପ୍ରକୋଷ୍ଠ ପ୍ରସ୍ତୁତ ହୋଇଛି ଅବିକଳ ଲିଙ୍ଗରାଜ ମନ୍ଦିରର ମୁଖଶାଳା ପରି । ବେଶ କାରୁକାର୍ଯ୍ୟ ପୂର୍ଣ୍ଣ । ଏଥର ଓରମାସରେ କାର୍ଯ୍ୟାଳୟ,ସମନ୍ୱୟ ତଥା ସମ୍ପର୍କ ରକ୍ଷା ପାଇଁ, ବିଭିନ୍ନ ସୂଚନା ପ୍ରଦାନ କରିବା ପାଇଁ, ଓ ବିଭିନ୍ନ ସଭା ସମିତି ତଥା ତାଲିମ ପାଇଁ ବି ବ୍ୟବସ୍ଥା କରାଯାଇଛି।

ଏହାସହ ପଢ଼ନ୍ତୁ: ଏଥର ବାଲିଯାତ୍ରାକୁ ଆସିବେ ଇଣ୍ଡୋନେସିଆ ରାଷ୍ଟ୍ରଦୂତ !

ଏପରି କଣ୍ଟ୍ରୋଲ ରୁମ୍ ରାଜ୍ୟର ମୂଲ୍ୟବାନ ଐତିହ୍ୟକୁ ପ୍ରଦର୍ଶିତ କରୁଛି। ପୂର୍ବରୁ ଧଉଳି ଶାନ୍ତି ସ୍ତୁପ ଓ କୋଣାର୍କ ମନ୍ଦିର ଢାଞ୍ଚାରେ ପ୍ରସ୍ତୁତ କରାଯାଇଥିଲା ଓରମାସର ମୁଖ୍ୟ ଅଭ୍ୟର୍ଥନା ପ୍ରକୋଷ୍ଠ । ଏ ବିଷୟରେ କହିଥିଲେ ORMAS କଟକର Joint CEO ବିପିନ ରାଉତ। ଏ ବର୍ଷର ବାଲିଯାତ୍ରା ଷ୍ଟଲ ରେ ରହିଛି ବିଭିନ୍ନ ପ୍ରକାରର ସାମଗ୍ରୀ ଯେପରି, terracotta items, ଖଣ୍ଡୁଆ ଶାଢ଼ୀ, ମାଣ୍ଡିଆ ରେ ପ୍ରସ୍ତୁତ ହୋଇଥିବା ଅନେକ ପ୍ରକାରର food items. ଗ୍ରାମୀଣ ସ୍ତରୀୟ ଉଦ୍ୟମିତା କେନ୍ଦ୍ର ଗୁଡିକ ମହିଳା ମାନଙ୍କ ଦ୍ଵାରା ପରିଚାଳିତ।

ଚଳିତ ବର୍ଷ ୨୬ଟି ରାଜ୍ୟ ଓ ୩୦ଟି ଜିଲ୍ଲାର ଏଠି ୫୦୦ରୁ ଉର୍ଦ୍ଧ ଷ୍ଟଲ ପଡ଼ିଛି। ଉତ୍ପାଦକ ଗୋଷ୍ଠୀର ମହିଳାମାନେ ବିଭିନ୍ନ ଷ୍ଟଲ ମାଧ୍ୟମରେ ତାଙ୍କର ଉଦ୍ୟମିତା କେନ୍ଦ୍ର ଗୁଡିକର ସାମଗ୍ରୀ ଗୁଡ଼ିକର ପ୍ରସ୍ତୁତି ଓ ବିକ୍ରୟର କରିବେ। ମୋଟ୍ ଉପରେ କହିବାକୁ ଗଲେ ORMAS କେବଳ ଗ୍ରାମୀଣ ଓଡ଼ିଶାକୁ ପ୍ରତିନିଧିତ୍ଵ କରୁ ନାହିଁ ବରଂ ଏଠାରେ ଭରି ରହିଛି ଗ୍ରାମୀଣ ଓଡ଼ିଶାର ଆତ୍ମା, ଓଡ଼ିଆର ଅସ୍ମିତା।

ଏହାସହ ପଢ଼ନ୍ତୁ : ଏଥର ଘରେ ବସି ନିଅନ୍ତୁ ଐତିହାସିକ ବାଲିଯାତ୍ରାର ମଜା

ଏଥର ବାଲିଯାତ୍ରା ଖୁବ୍ ନିଆରା । ଆପଣଙ୍କ ଟିପ ଅଗରେ ରହିବ ବାଲିଯାତ୍ରାର ପ୍ରତ୍ୟେକ ଷ୍ଟଲ, ପ୍ରତ୍ୟେକ ଦୋକାନ । ଘରେ ବସି ନେଇପାରିବେ ବାଲିଯାତ୍ରାର ଦୁଇ ମଞ୍ଚରେ ଚାଲିଥିବା ନାଚ ଗୀତର ମଜା । ରାଜ୍ୟ ବାହାରୁ ଆସିଥିବା ଦୋକାନ ଦେଖିବା ସହ ଲେଜର ଲାଇଟ୍‌ ସୋ', ଓ୍ୱାଟର ସ୍ପୋର୍ଟସର ମଜା ବି ନେଇପାରିବେ । ଆଉ ଏହି ସମ୍ଭବ କେବଳ ଅର୍ଗସ ଆପ୍‌ରେ । ଆପଣଙ୍କୁ କେବଳ ଆମ QR କୋଡ୍‌କୁ ସ୍କାନ କରିବାକୁ ହେବ । ଆଉ ତାପରେ ଆପଣଙ୍କ ହାତ ପାପୁଲିରେ ପହଞ୍ଚିଯିବ ବାଲିଯାତ୍ରାର ଟିକିନିଖି ଖବର । ଏହି ଲିଙ୍କ୍‌ରେ କ୍ଲିକ୍‌ କଲେ ବି ଘରେ ବସି ଦେଖିପାରିବେ ବାଲିଯାତ୍ରା ।

କାର୍ତ୍ତିକ ପୂର୍ଣ୍ଣିମାରୁ ପ୍ରତିବର୍ଷ ଆରମ୍ଭ ହୁଏ ଐତିହାସିକ କଟକ ବାଲିଯାତ୍ରା । କଟକ ବାଲିଯାତ୍ରା ହେଉଛି ଓଡ଼ିଶାର ସର୍ବବୃହତ ତଥା ଦକ୍ଷିଣପୂର୍ବ ଏସିଆର ବୃହତ ବାଣିଜ୍ୟ ମେଳା । କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଐତିହାସିକ ବାଲିଯାତ୍ରା କଟକ-୨୦୨୫ରେ ଅର୍ଗସ ନ୍ୟୁଜ୍ ହୋଇଛି ଏକ୍ସକ୍ଲୁସିଭ୍ ମିଡିଆ ପାର୍ଟନର ।

ଓଡ଼ିଶାର ପ୍ରଥମ ନ୍ୟୁଜ୍ ଚ୍ୟାନେଲ୍ ଭାବେ ଐତିହାସିକ ବାଲିଯାତ୍ରା କଟକ-୨୦୨୫ର ଅଫିସିଆଲ୍ ମିଡିଆ ପାର୍ଟନର ହେଉଛି ଅର୍ଗସ ନ୍ୟୁଜ । ଏନେଇ କଟକ ଜିଲ୍ଲା ପ୍ରଶାସନ ସହିତ ଅର୍ଗସ ନ୍ୟୁଜ୍‌ର ଚୁକ୍ତି ସ୍ଵାକ୍ଷର ହୋଇଛି । ଏକ୍ସକ୍ଲୁସିଭ୍ ମିଡିଆ ପାର୍ଟନର ଭାବେ ଅର୍ଗସ ନ୍ୟୁଜ୍‌ରେ ଆପଣ ଐତିହାସିକ କଟକ ବାଲିଯାତ୍ରାର ପ୍ରତିଟି ମୁହୂର୍ତ୍ତକୁ ଉପଭୋଗ କରି ପାରିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Historic Baliyatra Cuttack: ବାଲିଯାତ୍ରାର ତଳ ପଡିଆରେ ଧ୍ୟାନ ଆକର୍ଷଣ କରିବ ORMASର ଷ୍ଟଲ୍ | Argus News