Panchayat Election / ଆସନ୍ତା ବର୍ଷ ଜାନୁଆରୀ, ଫେବ୍ରୁଆରୀରେ ହେବ ପଞ୍ଚାୟତ ଓ ପୌର ନିର୍ବାଚନ
·5 months ago·1 min read

Key Points
ଆସନ୍ତା ବର୍ଷ ଜାନୁଆରୀ, ଫେବ୍ରୁଆରୀରେ ପଞ୍ଚାୟତ ଓ ପୌର ନିର୍ବାଚନ
ପ୍ରସ୍ତୁତି ବୈଠକ ଅବସରରେ ରାଜ୍ୟ ନିର୍ବାଚନ କମିଶନରଙ୍କ ସୂଚନା
‘କାର୍ଯ୍ୟକାଳ ଶେଷ ହେଉଥିବାରୁ ନୂଆ ନିର୍ବାଚନ ହେବ’

ଆସନ୍ତା ବର୍ଷ ଅଥାର୍ତ ୨୦୨୭ ମସିହା ଜାନୁଆରୀ, ଫେବ୍ରୁଆରୀ ମାସରେ ପଞ୍ଚାୟତ ଓ ପୌର ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ପ୍ରସ୍ତୁତି ବୈଠକ ଅବସରରେ ରାଜ୍ୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି । କାର୍ଯ୍ୟକାଳ ଶେଷ ହେଉଥିବାରୁ ନୂଆ ନିର୍ବାଚନ ହେବ । ସେହି ନିର୍ବାଚନ ପାଇଁ ଶନିବାର ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।
ଆସନ୍ତା ବର୍ଷ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଘରକୁ ଘର ଭୋଟର ସର୍ଭେ ହେବ । ଆସନ୍ତା ମାର୍ଚ୍ଚ ସୁଦ୍ଧା ଭୋଟର ସର୍ଭେ ସରିବ ବୋଲି ରାଜ୍ୟ ନିର୍ବାଚନ କମିଶନର କହିଛନ୍ତି । ଜନଗଣନା ପାଇଁ ମାସେ ବିଳମ୍ବିତ ହୋଇପାରେ ଭୋଟର ସର୍ଭେ । SIR ସହ ଏହି ସର୍ଭେର କୌଣସି ସମ୍ପର୍କ ନାହିଁ । ଆବଶ୍ୟକସ୍ଥଳେ ବୁଥ୍ ପୁନର୍ଗଠନ ହୋଇପାରେ । ଭୋଟରଙ୍କ ନିକଟରେ ହିଁ ବୁଥ୍ ବ୍ୟବସ୍ଥା କରିବା ପ୍ରାଥମିକ ଲକ୍ଷ୍ୟ ବୋଲି ରାଜ୍ୟ ନିର୍ବାଚନ କମିଶନର କହିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories