|
logo
Live
Argus News App
GET APP

Argus News - ମାଲକାନଗିରି ଅଘଟଣ: ଆଜି ବସିବ ଶାନ୍ତି କମିଟି, ଉପସ୍ଥିତ ରହିବେ ୨ ଗାଁର ମୁରବି

Odisha

Malkangiri incident / ମାଲକାନଗିରି ଅଘଟଣ: ଆଜି ବସିବ ଶାନ୍ତି କମିଟି, ଉପସ୍ଥିତ ରହିବେ ୨ ଗାଁର ମୁରବି

Banajyotshna Ray
Browse all articles by Banajyotshna Ray
·3 months ago·2 min read
ମାଲକାନଗିରି ଅଘଟଣ: ଆଜି ବସିବ ଶାନ୍ତି କମିଟି, ଉପସ୍ଥିତ ରହିବେ ୨ ଗାଁର ମୁରବି
Village

Key Points

ମାଲକାନଗିରି ଅଘଟଣ: ବସିବ ଶାନ୍ତି କମିଟି
ମାଲକାନଗିରି MV-୨୬ ଓ ରାଖେଲଗୁଡ଼ା ଗାଁରେ ଗଣ୍ଡଗୋଳ ଘଟଣା
ଆଜି ବସିବ ଶାନ୍ତି କମିଟି, ଉପସ୍ଥିତ ରହିବେ ୨ ଗାଁର ମୁରବି
ଗାଁ ଛାଡୁଛନ୍ତି ଲୋକେ । ପୋଡ଼ାଜଳା ପରେ ଜଣ ଜଣ ହୋଇ ଏମ୍‌ଭି-୨୬ ଗାଁ ଛାଡୁଛନ୍ତି ଲୋକେ। ଆଜି ବସିବ ଶାନ୍ତି କମିଟି ବୋଲି ସୂଚନା ରହିଛି। ଉପସ୍ଥିତ ରହିବେ ୨ ଗାଁର ମୁରବି। ପୋଲିସ ଡିଜି, ADGP, ଦକ୍ଷିଣାଞ୍ଚଳ RDC ଏବଂ DIG ରହିବେ ଉପସ୍ଥିତ । ମହିଳାଙ୍କ ମୃତଦେହ ନେବାକୁ ଗାଁର କିଛି ଲୋକ ହେଉଛନ୍ତି ଅମଙ୍ଗ ।ପରିବାରକୁ ମୃତଦେହ ହସ୍ତାନ୍ତର ପାଇଁ ବୁଝାସୁଝା କରୁଛି ଜିଲ୍ଲା ପ୍ରଶାସନ। ଗାଁ ମୁଖିଆଙ୍କ ସହ ଆଲୋଚନା କରି ମୃତଦେହ ହସ୍ତାନ୍ତର କରିବାକୁ ପ୍ରୟାସ ଜାରି ରହିଛି। ଅଞ୍ଚଳରେ ଉତ୍ତେଜନା ଥିବାରୁ BSF, IRB ସହ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି। ବିଶୃଙ୍ଖଳା ଏଡ଼ାଇବାକୁ BNS ଧାରା ୧୬୩ ରହିଛି ବଳବତ୍ତର।

କାଲି ମାଲକାନଗିରି SP ଅଫିସ୍‌ରେ ବଡ଼ ବୈଠକ କରିଥିଲେ ପୋଲିସ ଡିଜି । MV-୨୬ ଗାଁକୁ ଯାଇ ସ୍ଥିତି ସମୀକ୍ଷା ସହ ଶାନ୍ତି ଅପିଲ୍ କରିଥିଲେ । କାଲି ସନ୍ଧ୍ୟା ୬ଟାରୁ ୨୪ ଘଣ୍ଟା ଯାଏଁ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି।ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି -୨୬ ଗ୍ରାମ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ରାଖେଲଗୁଡ଼ା ଗ୍ରାମବାସୀଙ୍କ ସମେତ ଆଦିବାସୀ ସମ୍ପ୍ରଦାୟର ଲୋକେ ଏମ୍‌ଭି-୨୬ ଗାଁରେ ପଶି ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଘର ଭାଙ୍ଗିବା ସହ ୫୦ରୁ ଊର୍ଦ୍ଧ୍ୱ ଘରେ ନିଆଁ ଲଗାଇ ଜାଳି ଦେଇଛନ୍ତି। ପୋଡ଼ାଜଳା ପରେ ମଙ୍ଗଳବାର ଏମ୍‌ଭି-୨୬ଗାଁରେ ରହୁଥିବା ଲୋକେ ଗାଁ ଛାଡି ବାହାରକୁ ଚାଳିଯାଉଥିବା ଜଣାପଡିଛି।

ଏଥିସହ ପଢ଼ନ୍ତୁ: ମାଲକାନଗିରି ଜିଲ୍ଲାରେ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍‌ ସେବା ବନ୍ଦ

ସୂଚନାନୁଯାୟୀ ମାଲକାନଗିରି ଜିଲ୍ଲା mv 26 ଗାଁରେ ରବିବାର ଭଙ୍ଗାରୁଜା ହୋଇଥିବାବେଳେ ସମଗ୍ର ଗାଁ ଜଳିଛି । ହଜାର ହଜାର ଆଦିବାସୀ ଲୋକେ ହାତରେ ଖଣ୍ଡା କାତି ନେଇ ପୋଲିସର ବ୍ୟାରିକେଟ ଭାଙ୍ଗି ଧସେଇ ପସିଥିଲେ mv26 ଗାଁ ଭିତରେ । ପ୍ରଥମେ ଆରମ୍ଭ ହୋଇଥିଲା ଘରଭଙ୍ଗା ଅଭିଯାନ । ହେଲେ ପୋଲିସ ଏହାକୁ ଅଟକାଇବାକୁ ବିଫଳ ହେବା ପରେ ଉତ୍ୟକ୍ତ ଆଦିବାସୀ ଲୋକେ ଶତାଧିକ ବଙ୍ଗାଳି ଘରକୁ ନିଆଁ ଲଗେଇ ପୋଡି ଦେଇଛନ୍ତି । ଏକ ଜମି ବିବାଦରୁ ଆରମ୍ଭ ହୋଇଥିବା ଏହି କଳହ ହତ୍ୟା ପର୍ଯ୍ୟନ୍ତ ପହଞ୍ଚି ଥିଲା ।

MV26 ଗାଁର ସୁକ ରଞ୍ଜନ ମଣ୍ଡଳ ନାମକ ଜଣେ ବ୍ୟକ୍ତି ରାଖାଲଗୁଡା ଗାଁର ଜଣେ ଆଦିବାସୀ ମହିଳାକୁ ଅତି ନିର୍ମମ ଭାବେ ହତ୍ୟା କରି ମୁଣ୍ଡ ଆଉ ଗଣ୍ଡିକୁ ଅଲଗା କରି ପୋଟେରୁ ନଦୀରେ ଫିଙ୍ଗୀ ଦେଇଥିବା ଅଭିଯୋଗ କରିଥିଲେ । ହେଲେ ଘଟଣାର ଚାରି ଦିନ ପରେ କରୁକୋଣ୍ଡା ପୋଲିସ ମୁଣ୍ଡ ବିହୀନ ଶବ ଉଦ୍ଧାର କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଦମକଳ ବାହିନୀ ଓ ଅଡ୍ରାଫ ଟିମ ପକ୍ଷରୁ ପୋଟରୁ ନଦୀରେ ମୁଣ୍ଡ ଖୋଜା ଚାଲିଛି ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Malkangiri incident: ମାଲକାନଗିରି ଅଘଟଣ: ଆଜି ବସିବ ଶାନ୍ତି କମିଟି, ଉପସ୍ଥିତ ରହିବେ ୨ ଗାଁର ମୁରବି | Argus News