Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Pitabas Panda Murder Case / ପୀତବାସ ହତ୍ୟା ମାମଲାରେ ନୂଆ ଟ୍ବିଷ୍ଟ, ହତ୍ୟାକାଣ୍ଡ ପଛରେ ଅଶ୍ଳୀଳ ଫଟୋ

Santosh Kumar Sahoo
Browse all articles by Santosh Kumar Sahoo
·5 months ago·2 min read
ପୀତବାସ ହତ୍ୟା ମାମଲାରେ ନୂଆ ଟ୍ବିଷ୍ଟ, ହତ୍ୟାକାଣ୍ଡ ପଛରେ ଅଶ୍ଳୀଳ ଫଟୋ
Pitabash Panda Murder Case

Key Points

ପୀତବାସ ହତ୍ୟା ମାମଲାରେ ନୂଆ ଟ୍ବିଷ୍ଟ
ଆଲମିରାର ସିକ୍ରେଟ ଚାମ୍ବରରୁ ମହିଳାଙ୍କ ସହ ବିକ୍ରମ ପଣ୍ଡାଙ୍କ ମିଳିଥିଲା ଆପତ୍ତିଜନକ ଫଟୋ
ପୋଲିସକୁ ପୀତବାସଙ୍କ ପତ୍ନୀ ଦେଇଥିବା ବୟାନକୁ ନେଇ ହଇଚଇ
ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ନୂଆ ଟ୍ବିଷ୍ଟ । ଆଲମିରାର ସିକ୍ରେଟ୍‌ ଚାମ୍ବରରୁ ମହିଳାଙ୍କ ସହ ବିକ୍ରମ ପଣ୍ଡାଙ୍କ ମିଳିଥିଲା ଆପତ୍ତିଜନକ ଫଟୋ । ପୋଲିସକୁ ପୀତବାସଙ୍କ ପତ୍ନୀ ଦେଇଥିବା ବୟାନକୁ ନେଇ ହଇଚଇ ସୃଷ୍ଟି ହୋଇଛି । ପରିବାର ଲୋକଙ୍କ ଅଭିଯୋଗ, ଫଟୋ ଓ ପେନଡ୍ରାଇଭ ପାଇଁ ହୋଇଛି ମର୍ଡର ।
ପୀତବାସ ପଣ୍ଡା ହତ୍ୟା ଘଟଣାର ଆଉ ଏକ ଚାଞ୍ଚଲ୍ୟକର ଖୁଲାସା । ପୀତବାସଙ୍କ ଘରେ ଥିବା ଆଲମିରାରୁ ମିଳିଲା ବନ୍ଦ ଲଫାଫା । ଆଉ ଲଫାଫା ଭିତରେ ୪ଟି ଫଟୋ । ଏହି ଫଟୋରେ ଅଂସଜତ ଅବସ୍ଥାରେ ମହିଳାଙ୍କ ସହିତ ବିକ୍ରମ ପଣ୍ଡା । ଏହି ଫଟୋ ପୀତବାସ ହତ୍ୟାକାଣ୍ଡର କାରଣ ନୁହେଁ ତ ?

ପୋଲିସ ଦେଇଥିବା ଚାର୍ଜସିଟରେ ପୀତବାସଙ୍କ ପତ୍ନୀ ସୁସ୍ମିତା ପଣ୍ଡା ଯେଉଁ ବୟାନ ରଖିଛନ୍ତି ତାହା ଅତ୍ୟନ୍ତ ସାଂଘାତିକ । ପୀତବାସଙ୍କ ପତ୍ନୀ କହିଛନ୍ତି , ସ୍ବାମୀଙ୍କ ପଇତାରେ ଲାଗିଥିବା ଚାବି ଆଣି ଦେଇଥିଲା ପୋଲିସ । ଚାବିଟି ମୋର ସ୍ଵାମୀଙ୍କର ଆଲମୀରାରେ ଥିବା ସିକ୍ରେଟ ଚାମ୍ବରର ଥିଲା । ସମ୍ପର୍କୀୟଙ୍କ ଉପସ୍ଥିତିରେ ଆଲମିରା ଖୋଲିଥିଲା । ଖୋଲିଥିଲା ସିକ୍ରେଟ ଚାମ୍ବର । ବଡ଼ ଲଫାଫାରେ ୪ଟି ଅପତ୍ତି ଜନକ ଫଟୋ । ଫଟୋରେ ବିକ୍ରମ ପଣ୍ଡା ମହିଳାଙ୍କ ସହ । ସେହିପରି ପେନଡ୍ରାଇଭରେ ମଧ୍ୟ ୪ଟି ରଙ୍ଗିନ ଫଟୋ ରହିଥିଲା ।

ଦୀର୍ଘ ବର୍ଷ ଧରି ପୀତବାସ ଏବଂ ବିକ୍ରମ ଦୁଇ ବନ୍ଧୁ ଥିଲେ । ୨୦୧୯ରୁ ଦୁହେଁ ରାଜନୈତିକ ଦଳ ଭିନ୍ନ କରିବା ସହ ଦୁହିଁଙ୍କ ଭିତରେ ଥିଲା ତୀବ୍ର ହେଲା ଶତ୍ରୁତା ମଧ୍ୟ । ଆରୋପ ଏବଂ ପ୍ରତ୍ୟାରୋପ । ଆଉ ଏହି ଫଟୋ ଦୁହିଁଙ୍କ ଶତ୍ରୁତାକୁ ଅଧିକ ତିକ୍ତ କରିନଥିଲା ତ । ଅନ୍ୟପଟେ କୋର୍ଟଙ୍କ ନିକଟରେ ସେହି ଫୋଟକୁ ଦାଖଲ କରିବାକୁ ବିକ୍ରମଙ୍କ ଓକିଲ ଏକ ପିଟିସନ ଦାଖଲ କରିଛନ୍ତି ।

ବଡ଼ ପ୍ରଶ୍ନ, କିଏ ଏହି ମହିଳା ? ବିକ୍ରମଙ୍କ ସହ ମହିଳାଙ୍କର ସମ୍ପର୍କ କ'ଣ ? ଏହି ଆପତ୍ତିଜନକ ଫୋଟ କେତେବେଳେ ଆଉ କିଏ ଉଠେଇଲା ? ପୀତବାସଙ୍କୁ କିଏ ଦେଇଥିଲା ଫଟୋ ?
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
New Twist in Pitabas Panda Murder Case Over Objectionable Photos | Argus News