Piyush Tripathi Court Order / ପୀୟୂଷ ତ୍ରିପାଠୀଙ୍କୁ ଅଦାଲତୀ ଝଟକା, ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ମଞ୍ଚ ଚଢ଼ିବା ମନା
·2 months ago·2 min read

Key Points
ପୀୟୂଷ ତ୍ରିପାଠୀଙ୍କୁ କୋର୍ଟ ଝଟ୍କା
କୋର୍ଟଙ୍କ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ମଞ୍ଚ ଚଢ଼ିବା ବାରଣ
ଯାତ୍ରା ପାର୍ଟି ସହ ଚୁକ୍ତି ଖିଲାପ ମାମଲାରେ ଲାଗିଲା ରୋକ୍

ଚର୍ଚ୍ଚିତ ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ ଅଦାଲତୀ ଝଟକା । ଅଦାଲତରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଯାତ୍ରା ମଞ୍ଚ ଚଢ଼ି ପାରିବେନି ପୀୟୂଷ । ଯାତ୍ରା ପାର୍ଟି ସହ ଚୁକ୍ତି ଖିଲାପ ମାମଲାରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସ୍ବପ୍ନ ମହଲ ଓ ସୂର୍ଯ୍ୟ ମନ୍ଦିର ଯାତ୍ରା ପାର୍ଟି ପ୍ରଯୋଜକ ପ୍ରମୋଦ ସ୍ୱାଇଁଙ୍କ ଅଭିଯୋଗ କ୍ରମେ ପୀୟୂଷଙ୍କ ଉପରେ ରୋକ୍ ଲାଗିଛି । ପ୍ରମୋଦ ସ୍ୱାଇଁଙ୍କ ଯାତ୍ରା ପାର୍ଟି ସହ ପୀୟୂଷ ତ୍ରିପାଠୀଙ୍କର ସହ ହୋଇଥିଲା ୨ ବର୍ଷ ଚୁକ୍ତି । ଚୁକ୍ତି ଖିଲାପ କରି ପୀୟୂଷ ତ୍ରିପାଠୀ ଯାତ୍ରା ସିଂହବାହିନୀକୁ ଯାଇଥିଲେ । ଗତ ୫ ତାରିଖରେ ଯାତ୍ରା ସିଂହ ବାହିନୀ ପାର୍ଟିରେ `ତୁ ମୋ ବଜରଙ୍ଗୀ' ନାଟକରେ ଦୀର୍ଘ ଏକ ବର୍ଷ ପରେ ଯାତ୍ରା ମଞ୍ଚକୁ ଚଢ଼ିଥିଲେ ପୀୟୂଷ ।
ସୂଚନା ଅନୁସାରେ, ବିଗତ ଦିନେ ପୀୟୂଷ ତ୍ରିପାଠୀଙ୍କୁ ନେଇ ଯାତ୍ରା ସିଂହ ବାହିନୀ ଓ ସୂର୍ଯ୍ୟ ମନ୍ଦିର ଯାତ୍ରା ପାର୍ଟି ମାଲିକଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । କାହା ପାର୍ଟିରେ ଯାତ୍ରା କରିବେ ପୀୟୂଷ ସେନେଇ ବେଶ୍ କିଛି ଦିନ ବିବାଦ ହୋଇଥିଲା । ଏମିତିକି ତାଙ୍କୁ ବ୍ୟାନ୍ କରିବା ପର୍ଯ୍ୟନ୍ତ କଥା ଯାଇଥିଲା । ପୀୟୂଷଙ୍କ ଚୁକ୍ତି ସୂର୍ଯ୍ୟ ମନ୍ଦିର ସହ ୨୦୨୬ ଜୁନ ପର୍ଯ୍ୟନ୍ତ ଥିଲା । ମାତ୍ର ଚୁକ୍ତି ସରି ନ ଥିଲା ବେଳେ ପୀୟୂଷ ସିଂହବାହିନୀ ଆସିବାକୁ ଚାହୁଁଥିଲେ । ବିବାଦ ହେବାରୁ ଯାତ୍ରା ମାଲିକ ସଂଘ ପୀୟୂଷଙ୍କୁ ବର୍ଷେ ବିଶ୍ରାମ ଦେଇଥିଲେ । ବିଶ୍ରାମ ନ ନେଇ ପୁଣି ମଞ୍ଚ ଚଢ଼ିବାରୁ କୋର୍ଟ ଯାଇଥିଲେ ସୂର୍ଯ୍ୟମନ୍ଦିର ମାଲିକ । ଆଉ ଏବେ କୋର୍ଟ ପରବର୍ତ୍ତୀ ଶୁଣାଣି ନ ହେବା ପର୍ଯ୍ୟନ୍ତ ଯାତ୍ରା ମଞ୍ଚ ଚଢ଼ିପାରିବେନି ବୋଲି କହିଛନ୍ତି ।
ଆଉ ଶେଷରେ ଗତ ଜାନୁଆରୀ ୫ ତାରିଖରେ ସେ ଯାତ୍ରା ସିଂହବାହିନୀ ପାର୍ଟିରେ ତୁ ମୋ ବଜରଙ୍ଗୀ ନାଟକରେ ମଞ୍ଚକୁ ଚଢ଼ିଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories