Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Koraput Coffee / ‘କୋରାପୁଟ କଫି’ ଉପରେ ପ୍ରଧାନମନ୍ତ୍ରୀଙ୍କ ଚର୍ଚ୍ଚା ଓଡ଼ିଶାକୁ ନୂଆ ପରିଚୟ ଦେଇଛି: ଧର୍ମେନ୍ଦ୍ର ପ୍ରଧାନ

Ritu Das
Browse all articles by Ritu Das
·8 months ago·3 min read
‘କୋରାପୁଟ କଫି’ ଉପରେ ପ୍ରଧାନମନ୍ତ୍ରୀଙ୍କ ଚର୍ଚ୍ଚା ଓଡ଼ିଶାକୁ ନୂଆ ପରିଚୟ ଦେଇଛି: ଧର୍ମେନ୍ଦ୍ର ପ୍ରଧାନ

Key Points

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିଜର ୧୨୭ତମ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ କୋରାପୁଟ କଫିର ଲୋକପ୍ରିୟତା ଉପରେ ଚର୍ଚ୍ଚା କରିଥିବାରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ୍ସ ପୋଷ୍ଟ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିଜର ୧୨୭ତମ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ କୋରାପୁଟ କଫିର ଲୋକପ୍ରିୟତା ଉପରେ ଚର୍ଚ୍ଚା କରିଥିବାରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ୍ସ ପୋଷ୍ଟ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।



ଏକ୍ସରେ ଏ ସମ୍ପର୍କରେ ଉଲ୍ଲେଖ କରିବା ସହ କହିଛନ୍ତି ଯେ “କୋରାପୁଟ କଫି ଅତ୍ୟନ୍ତ ସୁସ୍ୱାଦୁ, ଏହା ଓଡ଼ିଶାର ଗୌରବ” ବୋଲି ପ୍ରଧାନମନ୍ତ୍ରୀ ମୋଦୀ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ କହିଛନ୍ତି । କୋରାପୁଟ କଫି ଚାଷ, ଆମର ଚାଷୀ ଭାଇ ଭଉଣୀଙ୍କ ଜୀବନରେ ପରିବର୍ତ୍ତନ ଆଣିବା ସହ ଓଡ଼ିଶାକୁ ନୂଆ ପରିଚୟ ଦେଇଛି । ଏହା ଆମର ଜନଜାତି କୃଷକଙ୍କ ପରିଶ୍ରମ ଏବଂ ଓଡ଼ିଶାର ସମୃଦ୍ଧ କୃଷିକୁ ସଠିକ୍ ସମ୍ମାନ । ଏହା ଆମ ଚାଷୀମାନଙ୍କ ପାଇଁ ଏହି ସ୍ୱୀକୃତି ଅତ୍ୟନ୍ତ ପ୍ରେରଣାଦାୟୀ । ସ୍ଥାନୀୟ ଉତ୍ପାଦ ପ୍ରତି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରୋତ୍ସାହନ ଭୋକାଲ୍ ଫର୍ ଲୋକାଲ୍ ଏବଂ ଆତ୍ମନିର୍ଭର ଓଡ଼ିଶା ଓ ଆତ୍ମନିର୍ଭର ଭାରତର ଦିଗରେ ସଶକ୍ତ ପଦକ୍ଷେପ ।

ଶ୍ରୀ ପ୍ରଧାନ ଏହି ଅବସରରେ ଗତ ଜୁଲାଇ ମାସରେ କୋରାପୁଟ ଗସ୍ତ ସମୟରେ ସେଠାକାର କଫି ଗାର୍ଡେନ ପରିଦର୍ଶନ ସହ ଚାଷରେ ନିୟୋଜିତ ଅଧିକାରୀ ଏବଂ ଚାଷୀମାନଙ୍କ ସହ ଆଲୋଚନା କରିବା ଉପରେ ମଧ୍ୟ ଉଲ୍ଲେଖ କରିଛନ୍ତି । ସେ ଆହୁରି କହିଛନ୍ତି, ବିଶ୍ୱ ବଜାରରେ କୋରାପୁଟ କଫିର ଚାହିଦା ବଢୁଛି ଏବଂ ବର୍ତ୍ତମାନ ଏହା ଏକ ଲାଭଦାୟକ ଚାଷରେ ପରିଣତ ହୋଇଛି । ବିଶ୍ୱରେ 'ବ୍ରାଣ୍ଡ୍ କୋରାପୁଟ୍'ର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ଆମେ ସମସ୍ତେ ମିଶି ଏହି ଉତ୍କୃଷ୍ଟ କଫିର ଉତ୍ପାଦନ ବୃଦ୍ଧି ଦିଗରେ ସାମୂହିକ ପ୍ରୟାସ କରିବା ଉଚିତ୍।

ଏହାବ୍ୟତୀତ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଏହି କାର୍ଯ୍ୟକ୍ରମରେ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଅକ୍ଟୋବର ୩୧ରେ ଆୟୋଜିତ ରନ୍ ଫର୍ ୟୁନିଟିରେ ସାମିଲ ହେବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି । ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିବା ବନ୍ଦେ ମାତାରମର ରଚନା ଉପରେ ମଧ୍ୟ ସେ ଏକ୍ସରେ ଉଲ୍ଲେଖ କରିଛନ୍ତି।

ଅଧିକ ପଢ଼ନ୍ତୁ : ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ କୋରାପୁଟ କଫିକୁ ପ୍ରଶଂସା କଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ କୋରାପୁଟ କଫିକୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଓଡ଼ିଶାର କୋରାପୁଟ କଫି ଅତ୍ୟନ୍ତ ସ୍ବାଦିଷ୍ଟ। କୋରାପୁଟ କଫି ହେଉଛି ଓଡ଼ିଶାର ଗୌରବ। ଚାକିରି ଛାଡ଼ି କଫି ଚାଷରେ ଅନେକ ଲୋକ ମନ ବଳାଉଛନ୍ତି। କଫି ଚାଷରେ ମହିଳାଙ୍କ ସହଭାଗିତାକୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଆଜିର ସମୟରେ କୋରାପୁଟ କଫିରୁ ବହୁ ଲାଭ ମିଳୁଛି। ସେହିପରି ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ଛଟ୍‌ ପର୍ବର ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଛଟ୍‌ ପର୍ବ ହିଁ ଏକତାର ପ୍ରତୀକ ଅଟେ। ସମାଜର ପ୍ରତ୍ୟେକ ବର୍ଗ ଛଟ ଘାଟରେ ଏକାଠି ଠିଆ ହୋଇଛନ୍ତି, ଯାହା ଭାରତର ସାମାଜିକ ଏକତାର ସବୁଠାରୁ ସୁନ୍ଦର ଉଦାହରଣ। ସେ ସମସ୍ତ ଦେଶବାସୀଙ୍କୁ ବାର୍ତ୍ତା ଦେଇଥିଲେ ଯେ, ସେମାନେ ଦେଶ କିମ୍ବା ବିଶ୍ୱର ଯେଉଁଠାରେ ଥାଆନ୍ତୁ ନା କାହିଁକି, ସେମାନେ ଏହି ମହାନ ଛଟ ପର୍ବରେ ଅଂଶଗ୍ରହଣ କରିବା ଏବଂ ଏହାକୁ ଅନୁଭବ କରିବା ଉଚିତ। ସେ ବିଶେଷକରି ବିହାର, ଝାଡ଼ଖଣ୍ଡ ଏବଂ ପୂର୍ବାଞ୍ଚଳର ଲୋକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ଅପରେଶନ ସିନ୍ଦୂର କଥା କହିବା ସହ ସ୍ବଦେଶୀ ଉତ୍ପାଦ କିଣିବାକୁ ଜନସାଧାରଣଙ୍କୁ ଆହ୍ବାନ ବି ଦେଇଛନ୍ତି। GSTକୁ ନେଇ ଦେଶବାସୀଙ୍କ ମଧ୍ୟରେ ଉତ୍ସାହ ରହିଛି। ବଜାରରେ ସ୍ବଦେଶୀ ଜିନିଷ ପ୍ରତି ଆଗ୍ରହ ବଢିବାରେ ଲାଗିଛି କହିଛନ୍ତି ପ୍ରଧାନମନ୍ତ୍ରୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
PM’s Mention of Koraput Coffee Gives Odisha a New Identity: Dharmendra Pradhan | Argus News