|
logo
Live
Argus News App
GET APP

Argus News - ଲାଲ୍ ଗଡ଼ରେ ପୋଲିସ ବନ୍ଧୁକର ଗର୍ଜନ, ଟଳୁଛି ମାଓ ଗଡ଼

Odisha

Maoist Encounter / ଲାଲ୍ ଗଡ଼ରେ ପୋଲିସ ବନ୍ଧୁକର ଗର୍ଜନ, ଟଳୁଛି ମାଓ ଗଡ଼

Rashmita Mishra
Browse all articles by Rashmita Mishra
·5 months ago·2 min read
ଲାଲ୍ ଗଡ଼ରେ ପୋଲିସ ବନ୍ଧୁକର ଗର୍ଜନ, ଟଳୁଛି ମାଓ ଗଡ଼

Key Points

ବିଜାପୁରରେ କୋବ୍ରା ଓ CRPF ଯବାନଙ୍କ ମିଳିତ ଅପରେସନ ।
କୁମ୍ବିଂ ବେଳେ ଜବତ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ।
ମାଓ ଲୁଚାଇ ରଖା ଥିବା ୫୧ଟି ବିଜିଏଲ୍ ଓ ୫ଟି IED ଉଦ୍ଧାର ।
ମାଓ ଗଡ଼ ଧ୍ୱଂସ ମିଶନରେ ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା ।

ଲାଲ୍ ଗଡ଼ରେ ପୋଲିସ ବନ୍ଧୁକର ଗର୍ଜନ । ଟଳୁଛି ମାଓ ଗଡ଼ । କୁମ୍ବିଂ ବେଳେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ବିଜାପୁରରେ କୋବ୍ରା ଓ CRPF ଯବାନଙ୍କ ମିଳିତ ଅପରେସନ ମାଓବାଦୀ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ବିସ୍ଫୋରକ ଜବତ ।


ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । କୁମ୍ବିଂ ବେଳେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ । ମାଓବାଦୀଙ୍କ ଲୁଚାଇ ରଖାଯାଇଥିବା ବିସ୍ଫୋରକ ଜବତ କରିଛନ୍ତି ସୁରକ୍ଷାକର୍ମୀ । ଛତିଶଗଡ଼ ବିଜାପୁରରେ କୋବ୍ରା ଓ CRPF ଯବାନଙ୍କ ମିଳିତ ଅପରେସନରେ ଏ ସଫଳତା ମିଳିଛି । ତାଡପାଲା ବେସ୍ କ୍ୟାମ୍ପରୁ ନକ୍ସଲମାନଙ୍କ ଦ୍ବାରା ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି ।


୫୧ଟି ଜୀବନ୍ତ ବିଜିଏଲ୍, ୧୦୦ଟି HT ଆଲୁମିନିୟମ୍ ତାର ବଣ୍ଡଲ୍, ୫୦ଟି ଷ୍ଟିଲ୍ ପାଇପ୍ , ବିପୁଳ ପରିମାଣର ବୈଦ୍ୟୁତ ତାର, ୨୦ଟି ଲୁହା ଚାପ ଏବଂ ୪୦ଟି ଲୁହା ପ୍ଲେଟ୍ ଉଦ୍ଧାର କରାଯାଇଛି । ସର୍ଚ୍ଚ ଅପରେସନ୍ ସମୟରେ, ନକ୍ସଲମାନଙ୍କ ଦ୍ୱାରା ଲଗାଯାଇଥିବା ପାଞ୍ଚଟି IED ମଧ୍ୟ ଉଦ୍ଧାର କରାଯାଇଛି । ଯାହାକୁ ସୁରକ୍ଷା ବାହିନୀଙ୍କ ଦ୍ବାରା ନିଷ୍କ୍ରିୟ କରାଯାଇଛି ।


ସେପଟେ ଛତିଶଗଡ଼ ବିଜାପୁରରେ IED ବ୍ଲାଷ୍ଟ । ବିସ୍ଫୋରଣରେ ଜଣେ STF ଯବାନ ଗୁରୁତର ଆହତ ହୋଇଛନ୍ତି । ବିଜାପୁର ଭୋପାଲପାଟନମ ଥାନା କାଣ୍ଡଲାପର୍ତ୍ତି ଜଙ୍ଗଲରେ drg ଓ stf ଯବାନଙ୍କ ମିଳିତ କୁମ୍ବିଙ୍ଗ ଅପରେସନ ସମୟରେ ପ୍ରେସର ied ବିସ୍ଫୋରଣ ହୋଇଥିଲା । ଆହତ ଯବାନଙ୍କୁ ଏୟାର ଲିଫ୍ଟ କରି ରାୟପୁର ସ୍ଥାନାନ୍ତର କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଆହୁରି ପଢ଼ନ୍ତୁ: ପାର୍ଟ ପ୍ଲଟ ପଞ୍ଜୀକରଣ ପାଇଁ ଆସିଲା SOP


ପୂର୍ବରୁ ମଧ୍ୟ ଅସ୍ତ୍ର ବିରତି ପାଇଁ ମାଓ ସଂଗଠନ ପକ୍ଷରୁ ବାରମ୍ବାର ଜାରି ହୋଇଛି ପତ୍ର । ମାତ୍ର କିଛି ଦିନ ପରେ ପୁନର୍ବାର ସଂଗଠନ ନିଜ ହିଂସା ମନୋଭାବ ରେ କୌଣସି ପରିବର୍ତ୍ତନ ଆଣିନଥିଲା । ୨୦୧୬ ମାର୍ଚ୍ଚ ୩୧ ସୁଦ୍ଧା ସମଗ୍ର ଦେଶରୁ ମାଓବାଦୀଙ୍କୁ ମୂଳପୋଛ କରାଯିବା ନେଇ ଘୋଷଣା କରିଥିଲେ ଅମିତ ଶାହ । ଆଉ ତା ପରେ ଛତିଶଗଡ଼, ଆନ୍ଦ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଓଡିଶା ରେ ଉଭୟ କେନ୍ଦ୍ରୀୟ ସୁରକ୍ଷା ବାହିନୀ ଓ ରାଜ୍ୟ ସୁରକ୍ଷା ବାହିନୀର ମିଳିତ ଅପରେସନ ରେ ମାଓ ଗଡ଼ ଧ୍ବଂସ ହେଉଛି ।

କେବଳ ଏହି ୨୦ ମାସ ମଧ୍ୟରେ ୪୦୦ରୁ ଉର୍ଦ୍ଧ ମାଓବାଦୀ ନିପାତ ହୋଇଛନ୍ତି । ୧୭୦୦ ଜଣ ଆତ୍ମସମର୍ପଣ କରିଛନ୍ତି ଓ ୧୫୦୦ ଜଣଙ୍କୁ ଗିରଫ କରାଯାଇଛି । ଏମାନଙ୍କ ମଧ୍ୟରେ ୬ ଜଣ କେନ୍ଦ୍ରୀୟ କମଟି ସଦସ୍ୟ ,୧୮ ଜଣ ରାଜ୍ୟ କମିଟି ସଦସ୍ୟ ଓ ଜଣେ ପଲିଟ ବ୍ୟୁରୋ ସଦସ୍ୟ। ପ୍ରାୟ ୨୫ କୋଟି ରୁ ଉର୍ଦ୍ଧ ଇନାମ ରାଶି ଘୋଷଣା କରାଯାଇଥିଲା । ଜାନୁଆରୀ ରେ ଛେଲାପତି, ମେ ରେ ବାସବରାଜୁ , ସେପ୍ଟେମ୍ବର ରେ ବାଲାକ୍ରିଷ୍ଣାଙ୍କ ମୃତ୍ୟୁ । କିଛି ଦିନ ପୂର୍ବରୁ ମାଓ ନେତ୍ରୀ ସୁଜାତା ଆତ୍ମସମର୍ପଣ ପରେ ସଂଗଠନ ସମ୍ପୂର୍ଣ୍ଣ ଭୁଶୁଡିବାରେ ଲାଗିଛି । ତେଣୁ ମାଓ ସଂଗଠନ ପାଖରେ ଏବେ ଆଉ ଚାରା ନାହିଁ । ବାଧ୍ୟ ହୋଇ ଅସ୍ତ୍ର ବିରତି ପାଇଁ ନିବେଦନ କରୁଛି ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...

Sponsored
Maoist Encounter: ଲାଲ୍ ଗଡ଼ରେ ପୋଲିସ ବନ୍ଧୁକର ଗର୍ଜନ, ଟଳୁଛି ମାଓ ଗଡ଼ | Argus News