Odisha Politics / ସୁଜାତାଙ୍କ BJD ଏଣ୍ଟ୍ରି ନେଇ ପ୍ରମିଳା ଦେଲେ ନୂଆ ସଂକେତ

Key Points
- ନୂଆବର୍ଷ ଶୁଭେଚ୍ଛା ନାଁରେ ଭୈରବ ପାଣ୍ଡିଆନ ଓ ବିଜେଡିକୁ ତେରଛା ବାଣ ମାରିଛନ୍ତି ଅରୁଣ ।
ସୁଜାତା ପାଣ୍ଡିଆନଙ୍କ ବିଜେଡି ଏଣ୍ଟ୍ରି ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିବା ବେଳେ ପ୍ରମିଳା ମଲ୍ଲିକ ଦେଲେ ବିସ୍ଫୋରକ ବୟାନ । ଗୋଟିଏ ପଟେ ସୁଜାତାଙ୍କ ଏଣ୍ଟ୍ରିକୁ ନେଇ କିଛି ନେତା ବିରୋଧ କରୁଥିବା ବେଳେ ଅନ୍ୟପଟେ କିଛି ନେତା ଏହାକୁ ସପୋର୍ଟ କରୁଛନ୍ତି । ତେବେ ଏହାରି ଭିତରେ ପ୍ରମିଳା ଯେଉଁ ସଙ୍କେତ ଦେଇଛନ୍ତି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ପ୍ରମିଳା କହିଛନ୍ତି, 'ଯଦି ସୁଜାତା ମିଶନ୍ତି ତାହେଲେ ଦଳରେ କର୍ମୀ ହୋଇ କାମ କରିବେ । ଅନେକ ସମୟରେ ଅନେକ ଆଇଏଏସ ଅଧିକାରୀ ରାଜନୀତିକୁ ଆସିଛନ୍ତି । ଯଦି ଲୋକ ସେବା କରିବାକୁ ସୁଜାତା ଚାହିଁବେ, ନବୀନଙ୍କ ନେତୃତ୍ୱରେ କାମ କରିବେ । ବିଜେଡିରେ ସୁଜାତାଙ୍କ ଯୋଗଦାନ ଚର୍ଚ୍ଚା ଭିତରେ ଏମିତି ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକ । ସେ ଆହୁରି କହିଛନ୍ତି, ସୁଜାତା ମାଡାମଙ୍କୁ ନେଇ ଏତେ ଆଲୋଚନା କରୁଛନ୍ତି । ଅପରାଜିତା ଏବଂ ବିଜୟ ପଟନାୟକଙ୍କ କଥା କାହିଁ କହୁନାହାନ୍ତି । ସେମାନେ ବି ଆଇଏଏସ ଥିଲେ' ।
ସମ୍ପୂର୍ଣ ଖବରଟିକୁ ପଢନ୍ତୁ: ଅରୁଣ ସାହୁ ମାରିଲେ ‘ତେର୍ଚ୍ଛା ବାଣ: ନୀରବତାରେ ଥିଲା ବଡ଼ ସନ୍ଦେଶ..
'ଯଦି କାହାର ଇଚ୍ଛା ହେଲା ସମାଜ ସେବା କରିବା ପାଇଁ, ଯଦି ସୁଜାତା ମାଡାମଙ୍କ ମନ ହେବ ସେ ଦଳରେ ଆସି କାମ କରିବେ । ନବୀନଙ୍କ ନେତୃତ୍ୱରେ କାମ କରିବେ । ଲୋକଙ୍କ ସେବା କରିବେ ଯଦି ସେ ଆସିବେ । ତାକୁ ନେଇ ଏତେ ଚର୍ଚ୍ଚା କାହିଁକି ? ବିଜେଡିରେ ଆମେ ଯେମିତି କର୍ମୀ ସେ ବି ସେମିତି କର୍ମୀ ହୋଇ ରହିବେ । ଯିଏ ଦଳକୁ ଆସିବ ନବୀନ ବାବୁଙ୍କୁ ଭଲ ପାଇକି । ଓଡିଶାବାସୀଙ୍କ ସେବା କରିବା ପାଇଁ ବିଭିନ୍ନ ସମୟରେ ବିଭିନ୍ନ ଆଇଏଏସ ଅଫିସର ଆସୁଛନ୍ତି । ସେ ଆସିବେ କାମ କରିବେ । କିଛି ଅସୁବିଧା ନାହିଁ । ବିଜେଡି ତାଙ୍କୁ ଚାହୁଁଛି କି ନାହିଁ ସେ କଥା ସୁପ୍ରିମୋ କହିବେ' ।
ଅନ୍ୟପଟେ ନୂଆବର୍ଷ ଶୁଭେଚ୍ଛା ନାଁରେ ଭୈରବ ପାଣ୍ଡିଆନ ଓ ବିଜେଡିକୁ ତେରଛା ବାଣ ମାରିଛନ୍ତି ଅରୁଣ । ରାଜ୍ୟରେ ବିଜେଡି ସରକାର ବଦଳିବାର କାରଣ ଲୋକଙ୍କ ଅର୍ଥନୈତିକ ଦୁର୍ଗତି ଯୋଗୁଁ ଅନାସକ୍ତ ବୋଲି ପରୋକ୍ଷରେ ଲେଖିଲେ ବିଧାୟକ ଅରୁଣ ସାହୁ । ଗାଁ ଓ ସହରୀ ଲୋକଙ୍କ ଅର୍ଥନୈତିକ ଦୁର୍ଗତି କଥା ଉଠାଇ ଅରୁଣ ଲେଖିଛନ୍ତି ଏଥିପାଇଁ ଦାୟୀ କିଏ ? ଯେଉଁମାନେ ଦାୟୀ ତାଙ୍କୁ ଏଇମାନେ ଅର୍ଥାତ ଲୋକମାନେ ହିଁ ଦାୟିତ୍ବ ଦିଅନ୍ତି ଏବଂ ଦାୟିତ୍ବ ଦେଇ ସାରି ଆଶ୍ୱସ୍ତ ହୁଅନ୍ତି । କେବେ ଯଦି ଅନାସକ୍ତ ହୁଅନ୍ତି ତେବେ ବଦଳେଇ ଦିଅନ୍ତି । ମାତ୍ର ଅଦଳ ବଦଳରେ ଦାୟୀମାନେ ଖସି ଯାଆନ୍ତି ବୋଲି ଲେଖି ପରୋକ୍ଷରେ ପାଣ୍ଡିଆନଙ୍କୁ ନିଶାନା କରିଛନ୍ତି ।
ସେହିପରି ସୁଜାତା କାର୍ତ୍ତିକେୟାନଙ୍କ ବିଜେଡି ଏଣ୍ଟ୍ରି ନେଇ ଆଣ୍ଟି-ପାଣ୍ଡିଆନ ଓ ପ୍ରୋ- ପାଣ୍ଡିଆନଙ୍କ ଭିତରେ ମୁହାଁ ମୁହିଁ ସ୍ଥିତି ଲାଗି ରହିଥିବା ବେଳେ ନବୀନ କିନ୍ତୁ ରହିଛନ୍ତି ନିରବ । ପରୋକ୍ଷରେ ଏହି ପ୍ରସଙ୍ଗ ଉଠାଇ ଅରୁଣ ଆହୁରି ଲେଖିଛନ୍ତି ଆଶା ଆଶଙ୍କାରେ ଭବିଷ୍ୟତର ଯାତ୍ରା ପାଇଁ ଆଜି କାହିଁକି ସିଏ Confused ? ଦ୍ଵନ୍ଦାତ୍ମକ ପରିସ୍ଥିତି ଜୀବନର ପ୍ରତିଟି ମୋଡ଼ରେ ଆସେ । ଯେଉଁମାନେ ସରଳ ସମାଧାନ ସୂତ୍ର ଖୋଜି ବାହାର କରିବାରେ ସମର୍ଥ ହୁଅନ୍ତି ସେଇମାନେ ହିଁ ସଫଳ ହୁଅନ୍ତି ।
📱 Get Argus News App
✨Related Topics
Explore more stories