Puri Beach Crime / ବେଳାଭୂମିରେ ଗାଧୋଇବା ବେଳେ ସାବଧାନ ! ବେକରୁ ଛିଡ଼ାଇ ନେଉଛନ୍ତି ଚେନ୍
·8 hours ago·2 min read

Key Points
ବେଳାଭୂମିରେ ବୁଲୁଛନ୍ତି ଲୁଟେରା । ସମୁଦ୍ର ସ୍ନାନ ବେଳେ ଶ୍ରଦ୍ଧାଳୁଙ୍କୁ କରୁଛନ୍ତି ଟାର୍ଗେଟ୍ । ଗାଧୋଇବା ବେଳେ ବେକରୁ ଝାମ୍ପି ନେଉଛନ୍ତି ସୁନା ଚେନ୍ ।
ପୁରୀ: ମହୋଦଧିରେ ସ୍ନାନ ବେଳେ ସତର୍କ ରୁହନ୍ତୁ, ସାବଧାନ ରୁହନ୍ତୁ । ନହେଲେ ବେକରେ ରହିବନି ଚେନ୍ । ବେଳାଭୂମିରେ ବୁଲୁଛନ୍ତି ଲୁଟେରା । ସମୁଦ୍ର ସ୍ନାନ ବେଳେ ଶ୍ରଦ୍ଧାଳୁଙ୍କୁ କରୁଛନ୍ତି ଟାର୍ଗେଟ୍ । ଗାଧୋଇବା ବେଳେ ବେକରୁ ଝାମ୍ପି ନେଉଛନ୍ତି ସୁନା ଚେନ୍ ।
ସୂଚନା ଅନୁସାରେ, ଢେଙ୍କାନାଳରୁ ପୁରୀ ବୁଲି ଆସିଥିବା କିଛି ଶ୍ରଦ୍ଧାଳୁ ସମୁଦ୍ର ସ୍ନାନ କରୁଥିଲେ । ସ୍ନାନ ସମୟରେ ଜଣେ ପର୍ଯ୍ୟଟକଙ୍କ ବେକରୁ ଚୋର ଝାମ୍ପି ନେଇଥିଲା ସୁନା ଚେନ୍ । ଚେନ୍ ନେଇ ଚୋର ବେଳାଭୂମିରେ ଦୌଡ଼ି ଦୌଡ଼ି ପଳାଇଥିଲା ।
ଏଥିସହ ପଢ଼ନ୍ତୁ: ନୀଳାଦ୍ରିବିହାରରେ ବଡ଼ ଧରଣର ଉଚ୍ଛେଦ ଅଭିଯାନ, ବିରୋଧରେ ସ୍ଥାନୀୟ ବାସିନ୍ଦା
ପର୍ଯ୍ୟଟକ ଏନେଇ ପୋଲିସକୁ ଜଣାଇଥିଲେ । ସଙ୍ଗେ ସଙ୍ଗେ ଚୋର ଯାଇଥିବା ଦିଗରେ ପିଛା କରିଥିଲ ପିସିଆର୍-୫ । ପୋଲିସ ପିଛା କରୁଥିବା ଦେଖି ଚୋର ଚୋର ଜଣଙ୍କ ପୁରୀ ହୋଟେଲ୍ ଲେନ୍ରେ ପଶିଥିଲା । ସେଠାରେ ଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମର ନିକଟକୁ ଚେନ୍ ଫିଙ୍ଗି ଦେଇ ପୁଣି ଦୌଡ଼ିଥିଲା ।
ତଥାପି ପୋଲିସ ଚୋର ପଛେ ପଛେ ପିଛା କରିଥିଲା । ଶେଷରେ କିଛି ମିନିଟ୍ର ଛକାପଞ୍ଝା ପରେ ପିସିଆର୍-୫ର ପୋଲିସ କର୍ମଚାରୀ ଚୋରକୁ ଧରିବାରେ ସଫଳ ହୋଇଛନ୍ତି । ଚୋରି ହୋଇଥିବା ସୁନା ଚେନ୍ ମଧ୍ୟ ଉଦ୍ଧାର କରି ପର୍ଯ୍ୟଟକଙ୍କୁ ପୋଲିସ ଫେରାଇଛି । ବେଳାଭୂମିରେ ସ୍ନାନ କରିବା ବେଳେ ସତର୍କ ରହିବାକୁ ପୋଲିସ, ପର୍ଯ୍ୟଟକଙ୍କୁ ଅନୁରୋଧ କରିଛି ।
୩ ମନ୍ଦିରରୁ ସିରିଜ୍ ଚୋରି
ସେପଟେ ପୁରୀ ଜିଲ୍ଲା ଚାରିଛକ ଥାନା ଅନ୍ତର୍ଗତ ଦୁର୍ଗେଶ୍ୱର ବାହାରଣା ଗାଁରେ ଥିବା ତିନୋଟି ମନ୍ଦିରରୁ ସିରିଜ୍ ଚୋରି ହୋଇଛି । ସୋମବାର ବିଳମ୍ବିତ ରାତିରେ ମନ୍ଦିର ଲୁଟ୍ କରିଛନ୍ତି ଦୁର୍ବୃତ୍ତ । ଅଭିଯୋଗ ପରେ ଚାରିଛକ ପୋଲିସ ଛାନଭି୍ ଆରମ୍ଭ କରିଛି ।
ମଙ୍ଗଳାର ସକାଳେ ମନ୍ଦିର ପୂଜକ ମନ୍ଦିରକୁ ପୂଜା କରିବାକୁ ଆସିବା ବେଳେ ସମସ୍ତ ମନ୍ଦିର ତାଲା ଭଙ୍ଗା ଯାଇଥିବା ଦେଖି ଗ୍ରାମବାସୀଙ୍କୁ ଜଣାଇଥିଲେ । ମା ବୁଢ଼ିଆଣୀ ଠାକୁରାଣୀଙ୍କ ରୁପା ମକୁଟ ସହ ଅନ୍ୟ ରୁପା ଅଳଙ୍କାର ଚୋରି ଯାଇଛି ।
ଏଥିସହ ପଢ଼ନ୍ତୁ: ଏଣିକି ବୈଧ ବୀମା ନ ଥିଲେ ଗାଡ଼ି ଜବତ; ସଙ୍ଗେ ସଙ୍ଗେ କଟିବ ଚାଲାଣ
ଦାରୁବ୍ରହ୍ମ ଐଶାନେଶ୍ୱର ମନ୍ଦିର ଓ ରାଧାକୃଷ୍ଣ ମନ୍ଦିରରୁ ପିତ୍ତଳ ସାମଗ୍ରୀ ସବୁ ଲୁଟ୍ ହୋଇଛି । ଚୋରି ହୋଇଥିବା ରୁପା ଅଳଙ୍କାର ଓ କଂସା ପିତ୍ତଳ ସାମଗ୍ରୀର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories