Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Srimandir Drone Photo / ପୁଣି ଭାଇରାଲ ଶ୍ରୀମନ୍ଦିର ଫଟୋ, ନୋ-ଫ୍ଲାଇଂ ଜୋନ୍‌ରେ କିପରି ଉଡ଼ିଲା ଡ୍ରୋନ୍ ?

Santosh Kumar Sahoo
Browse all articles by Santosh Kumar Sahoo
·6 months ago·1 min read
ପୁଣି ଭାଇରାଲ ଶ୍ରୀମନ୍ଦିର ଫଟୋ, ନୋ-ଫ୍ଲାଇଂ ଜୋନ୍‌ରେ କିପରି ଉଡ଼ିଲା ଡ୍ରୋନ୍ ?
Srimandir

Key Points

ଶ୍ରୀମନ୍ଦିର ଉପରୁ ଡ୍ରୋନ୍ ଫଟୋ ଭାଇରାଲ
ଶ୍ରୀମନ୍ଦିର ସୁରକ୍ଷା ନେଇ ବଡ଼ ପ୍ରଶ୍ନ
ଚିନ୍ତାରେ ପ୍ରଶାସନ
ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଫଟୋ । ଡ୍ରୋନ୍ ଦ୍ବାରା ନିଆଯାଇଥିବା ଶ୍ରୀମନ୍ଦିରର ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ଏକ୍ସପ୍ଲୋର ଇଣ୍ଡିଆ ନାମକ ଏକ ସଂସ୍ଥା ଏହି ଡ୍ରୋନ୍‌ ଫଟୋ ପୋଷ୍ଟ କରିଛି ।

ଫେସବୁକରେ ଅପଲୋଡ ହୋଇଥିବା ଏହି ଫଟୋକୁ ଅନେକ ଲୋକ ସେୟାର ଏବଂ ରିପୋଷ୍ଟ ମଧ୍ୟ କରିଛନ୍ତି ।‌ ତେବେ ଶ୍ରୀମନ୍ଦିର ଉପରୁ ଡ୍ରୋନ୍ ମାଧ୍ୟମରେ ଏହି ଫଟୋ କିଭଳି ନିଆଗଲା ସେନେଇ ପ୍ରଶ୍ନ ଉଠିଛି । ଫଟୋରେ କୁରମ ବେଢା ଭିତରେ ଥିବା ବଡ଼ଦେଉଳ ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବା ଦେବୀଙ୍କ ମନ୍ଦିର ଦେଖାଯାଉଛି । ମେଘନାଦ ପାଚେରୀ ଭିତରେ ଥିବା ଅନ୍ୟାନ୍ୟ ଐତିହ୍ୟ ଓ ମନ୍ଦିର ମଧ୍ୟ ଫଟୋରେ ଦେଖାଯାଉଛି ।

ଶ୍ରୀମନ୍ଦିର ଉପରେ ନୋ ଫ୍ଲାଇଙ୍ଗ ଜୋନ୍‌ ଘୋଷଣା କରାଯାଇଥିବା ବେଳେ ଡ୍ରୋନ୍ ମାଧ୍ୟମରେ ଶ୍ରୀମନ୍ଦିର ଉପରୁ ଫଟୋ ଓ ଭିଡିଓ କିଭଳି ଉତ୍ତୋଳନ କରାଗଲା ତାକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Drone Photo of Puri Srimandir Goes Viral, Raises Questions Over No-Fly Zone Rules | Argus News