Pride of Odisha / ବୃକ୍ଷରୋପଣ ଦେଇଛି ନୂଆ ପରିଚୟ; ଭତ୍ତା ଟଙ୍କାରେ ପୋତୁଛନ୍ତି ଫଳ ଗଛ
·5 months ago·3 min read

Key Points
ପ୍ରାଇଡ୍ ଅଫ୍ ଓଡ଼ିଶା' ସିଜିନ-2ର ନବମ ଅଧ୍ୟାୟରେ ଆମେ ଭେଟିବା 'କ୍ଷିରୋଦ ଜେନା'ଙ୍କୁ । ସେନାରେ ୨୫ ବର୍ଷର ସେବା ପରେ ଯିଏ ଭତ୍ତା ଟଙ୍କାରେ ଫଳ ଗଛ ପୋତି ନୂଆ ପରିଚୟ ସୃଷ୍ଟି କରିଛନ୍ତି ।
ଭୁବନେଶ୍ଵର: ଅନେକ ଅକୁହା କାହାଣୀ, ଅଚିହ୍ନା ମଣିଷ । ଯେଉଁମାନଙ୍କ ଅବଦାନ ରହିଛି ଆମ ସମାଜ ପାଇଁ, ଲୋକଙ୍କ ଜୀବନକୁ ସରଳ କରି ଭରିଛି ଆନନ୍ଦର ରଙ୍ଗ । ଅର୍ଗସ୍ ନ୍ୟୁଜ୍ର 'ପ୍ରାଇଡ୍ ଅଫ୍ ଓଡ଼ିଶା' ସିଜିନ-2 ନେଇ ଆସିଛି ସେଇଭଳି କିଛି 'ସରଳ ମଣିଷର ବିରଳ କାହାଣୀ' ।
'ଅବସର' ଏମିତି ଏକ ଶବ୍ଦ । ଯାହାକି କେତେକ ଚାକିରିଆଙ୍କୁ କ୍ଷଣିଏ ଆନନ୍ଦ ଦିଏ, ପୁଣି ଅନେକଙ୍କୁ କଷ୍ଟ ଦିଏ । କାରଣ କର୍ମମୟ ବ୍ୟସ୍ତ ଜୀବନରୁ 'ଅବସର' ନେବା ପରେ ସେମାନେ ଭାବି ପାରନ୍ତି ନାହିଁ ଆଗକୁ କ'ଣ କରିବେ ? କେମିତି ଅତିବାହିତ କରିବେ ଅବଶିଷ୍ଟ ଜୀବନ ?
ଏଥିସହ ପଢ଼ନ୍ତୁ: ଦିନେ ମିଳୁ ନଥିଲା ଚାକିରି; ଏବେ ବଦଳାଉଛନ୍ତି ହଜାର ହଜାର ଦୃଷ୍ଟି ବାଧିତଙ୍କ ଜୀବନ
ଚାକିରିରୁ 'ଅବସର' ଅନେକଙ୍କୁ ମାନସିକ ଓ ଶାରିରୀକ ଭାବେ ପ୍ରଭାବିତ କରିଥାଏ । ଆଉ ସମୟ ସହିତ ଏହି ସମସ୍ୟା ବଢ଼ି ବଢ଼ି ଯାଏ । କିଛି ଲୋକ ଏହାକୁ ସ୍ଵାଭାବିକ ଭାବେ ଗ୍ରହଣ କରି ଆଗକୁ ବଢ଼ନ୍ତି, ଅନେକ ଯୋଜନା କରନ୍ତି ଜୀବନରେ ବ୍ୟସ୍ତ ରହିବାକୁ । 'ଅବସର' ପରର ବ୍ୟସ୍ତମୟ ଜୀବନ କେବଳ ତାଙ୍କୁ ଶାନ୍ତି ଦିଏ ନାହିଁ ବରଂ ଅନ୍ୟମାନଙ୍କ ଲାଗି 'ଫଳଦାୟକ' ହୋଇଥାଏ ।
ପ୍ରାଇଡ୍ ଅଫ୍ ଓଡ଼ିଶା' ସିଜିନ-2ର ନବମ ଅଧ୍ୟାୟରେ ଆମେ ଭେଟିବା 'କ୍ଷିରୋଦ ଜେନା'ଙ୍କୁ । ସେନାରେ ୨୫ ବର୍ଷର ସେବା ପରେ ଯିଏ ଭତ୍ତା ଟଙ୍କାରେ ଫଳ ଗଛ ପୋତି ନୂଆ ପରିଚୟ ସୃଷ୍ଟି କରିଛନ୍ତି । କ୍ଷିରୋଦ ଏକାକୀ ଆରମ୍ଭ କରିଥିବା ବୃକ୍ଷରୋପଣ ଅଭଯାନ ଏବେ ଜନ ଆନ୍ଦୋଳନରେ ପରିଣତ ହୋଇଛି ।
ଯାଜପୁର ଜିଲ୍ଲା କଳାଶ୍ରୀ ଗାଁର କ୍ଷିରୋଦ ଜେନା । ଦ୍ଵାଦଶ ପଢ଼ା ସରିବା ପରେ ସେନାରେ ଚାକିରି ହୋଇଯାଏ । ଦେଶ ମାତୃକା ସେବାରେ ୨୫ ବର୍ଷ ବିତାଇବା ପରେ ଗାଁକୁ ଫେରନ୍ତ କ୍ଷିରୋଦ । ହେଲେ ଅଢ଼େଇ ଦଶନ୍ଧି ତଳର କଳାଶ୍ରୀ ଏବଂ ଏବେର ଗାଁ ଭିତରେ ସେ ଫରକ ବାରନ୍ତି । ପଣ ନିଅନ୍ତି, ଗାଁକୁ ସବୁଜ ସୁନ୍ଦର କରି ଗଢ଼ିବାକୁ ।
ଜାମୁ କୋଳି, ଆମ୍ବ ସହ ଅନ୍ୟ ଫଳ ଗଛ ଲଗାଇବା ଆରମ୍ଭ କରନ୍ତି କ୍ଷିରୋଦ । ଯାହାକୁ ଦେଖି ଅନେକ ଥଟ୍ଟା କରନ୍ତି । କିନ୍ତୁ ଏସବୁର କୌଣସି ପ୍ରଭାବ ତାଙ୍କ ଉପରେ ପଡ଼େନି । ୧୬ ବର୍ଷ ଧରି ବୃକ୍ଷରୋପଣ ଜାରି ରଖିଥିବା କ୍ଷିରୋଦ ଏବେ ସୁଦ୍ଧା ୩୦ ହଜାରରୁ ଅଧିକ ଗଛ ଲଗାଇ ସାରିଲେଣି ।
ଆଉ କ୍ଷିରୋଦ ଲଗାଇଥିବା ଗଛରେ ଫଳୁଥିବା ଫଳ ଆଜି ସାରା ଗାଁ ସହ ଆଖପାଖ ଅଞ୍ଚଳ ଲୋକେ ଖାଉଛନ୍ତି । ଅନେକ ଗରିବ ପରିବାର ଉକ୍ତ ଫଳକୁ ସଂଗ୍ରହ କରିବା ସହ ବଜାରରେ ବିକ୍ରି କରି ଗୁଜୁରାଣ ମେଣ୍ଟାଉଛନ୍ତି । କ୍ଷିରୋଦଙ୍କ ପ୍ରୟାସ ସଫଳ ହେବା ପରେ ଏବେ ସମସ୍ତେ ତାଙ୍କ ସହ ବୃକ୍ଷରୋପଣ ପାଇଁ ଆଗଭର ହେଉଛନ୍ତି ।
ଏଥିସହ ପଢ଼ନ୍ତୁ: ପୁରୁଷ ହୋଇ ବି ବୁଝୁଛନ୍ତି ମହିଳାଙ୍କ କଷ୍ଟ; ଅଟକାଇ ପାରିନି ଟାହି ଟାପରା
ଭତ୍ତା ଟଙ୍କାରେ କ୍ଷିରୋଦ ବୃକ୍ଷରୋପଣ କରିବା ସହ ଯତ୍ନ ବି ନେଉଛନ୍ତି । ନିଜ ଗାଁ କଳାଶ୍ରୀ ସହ ସେ ନିକଟସ୍ଥ ଗଜେନ୍ଦ୍ରପୁର, ପାର୍ଥାପୁର, ବରପଡ଼ା, କମ୍ପାଗଡ଼ ଓ ତଳୁଆ ଆଦି ଅଞ୍ଚଳରେ ବୃକ୍ଷରୋପଣ ଜାରି ରଖିଛନ୍ତି । କ୍ଷିରୋଦଙ୍କ ଏହି ନିଃସ୍ଵାର୍ଥପର କାମରେ ଏବେ ସାଥ୍ ଦେଉଛନ୍ତି ସ୍ଥାନୀୟ ଲୋକ ।
କ୍ଷିରୋଦ ଜେନାଙ୍କ ଭଳି ଓଡ଼ିଶାର ଅନ୍ୟ ବ୍ୟକ୍ତି ବିଶେଷଙ୍କ ସଫଳ କାହାଣୀ 'ପ୍ରାଇଡ୍ ଅଫ୍ ଓଡ଼ିଶା' ସିଜିନ-2 ଦେଖି ପାରିବେ ଅର୍ଗସ୍ ନ୍ୟୁଜ୍ରେ । ପ୍ରତି ଶନିବାର ରାତି ୮ଟା ୩୦ ଓ ରବିବାର ଦିନ ସାଢ଼େ ଗୋଟାଏ (ପୁନଃ ପ୍ରସାରଣ) ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories