Pride of Odisha / ଦିନେ ମିଳୁ ନଥିଲା ଚାକିରି; ଏବେ ବଦଳାଉଛନ୍ତି ହଜାର ହଜାର ଦୃଷ୍ଟି ବାଧିତଙ୍କ ଜୀବନ
·2 months ago·3 min read

Key Points
ପ୍ରାଇଡ୍ ଅଫ୍ ଓଡ଼ିଶା' ସିଜିନ-2ର ଅଷ୍ଟମ ଅଧ୍ୟାୟରେ ଆମେ ଭେଟିବା 'ତ୍ରିଲୋଚନ ବେଉରା'ଙ୍କୁ । ଯିଏକି ନିଜ ହାତରେ ଦୃଷ୍ଟି ବାଧିତଙ୍କୁ ଗଢ଼ି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପରିଚିତି ଦେଇଛନ୍ତି ।
ଭୁବନେଶ୍ଵର: ଅନେକ ଅକୁହା କାହାଣୀ, ଅଚିହ୍ନା ମଣିଷ । ଯେଉଁମାନଙ୍କ ଅବଦାନ ରହିଛି ଆମ ସମାଜ ପାଇଁ, ଲୋକଙ୍କ ଜୀବନକୁ ସରଳ କରି ଭରିଛି ଆନନ୍ଦର ରଙ୍ଗ । ଅର୍ଗସ୍ ନ୍ୟୁଜ୍ର 'ପ୍ରାଇଡ୍ ଅଫ୍ ଓଡ଼ିଶା' ସିଜିନ-2 ନେଇ ଆସିଛି ସେଇଭଳି କିଛି 'ସରଳ ମଣିଷର ବିରଳ କାହାଣୀ' ।
ଯାହାର ଦୁଇ ଆଖି ନଥାଏ ଆମେ ତାଙ୍କୁ ଦୃଷ୍ଟି ହୀନ କହୁ । ଆଉ ସେହି ଆଖି ନଥିବା ବ୍ୟକ୍ତିମାନଙ୍କ ଜୀବନ ସତରେ ବେଶ ଅନ୍ଧକାରମୟ । କୌଣସି ସାହାରା ବିନା ସେମାନେ କିଛି କରିବା କଷ୍ଟକର । ସମୟ ସହ ସେମାନଙ୍କ ପରିଚୟ ଦୃଷ୍ଟି ହୀନରୁ ଦୃଷ୍ଟି ବାଧିତ ହୋଇଛି ।
କିନ୍ତୁ ସେହି ଦୃଷ୍ଟି ବାଧିତଙ୍କ ଭାଗ୍ୟ ବଦଳାଇବାକୁ ସେଭଳି କିଛି ଉଲ୍ଲେଖନୀୟ ଯୋଜନା ନାହିଁ । ବେସରକାରୀ ତଥ୍ୟ ଅନୁସାରେ, ଆମ ଦେଶରେ ୯୦ ଲକ୍ଷରୁ ଦେଢ଼ କୋଟି ଦୃଷ୍ଟି ବାଧିତ ଲୋକ ଅଛନ୍ତି । ସେହିଭଳି ରାଜ୍ୟରେ ପ୍ରାୟ ସାଢ଼େ ୫ ଲକ୍ଷ ଲୋକ ଦୃଷ୍ଟି ବାଧିତ ଅଟନ୍ତି ।
ଏଥିସହ ପଢ଼ନ୍ତୁ: ପୁରୁଷ ହୋଇ ବି ବୁଝୁଛନ୍ତି ମହିଳାଙ୍କ କଷ୍ଟ; ଅଟକାଇ ପାରିନି ଟାହି ଟାପରା
ଏତେ ସଂଖ୍ୟକ ଲୋକଙ୍କ ଆଖିକୁ ଦେଖା ଯାଉନାହିଁ । ଫଳରେ ସେମାନେ ନିଜର ଦୈନନ୍ଦିନ କାର୍ଯ୍ୟ କରିବାରେ ଅସମର୍ଥ । ପାଣି ପିଇବାରୁ ନେଇ ଶୌଚାଳୟ ଯିବା ପାଇଁ ଅସମର୍ଥ ଦୃଷ୍ଟି ଦୃଷ୍ଟି ବାଧିତଙ୍କ ଆଶା ଭରସା ପାଲଟିଛନ୍ତି ତ୍ରିଲୋଚନ ବେଉରା ।
ପ୍ରାଇଡ୍ ଅଫ୍ ଓଡ଼ିଶା' ସିଜିନ-2ର ଅଷ୍ଟମ ଅଧ୍ୟାୟରେ ଆମେ ଭେଟିବା 'ତ୍ରିଲୋଚନ ବେଉରା'ଙ୍କୁ । ଯିଏକି ନିଜ ହାତରେ ଦୃଷ୍ଟି ବାଧିତଙ୍କୁ ଗଢ଼ି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପରିଚିତି ଦେଇଛନ୍ତି । ସେମାନଙ୍କ ସଫଳତାରେ ଆଜି ତ୍ରିଲୋଚନ ବେଶ ଆନନ୍ଦିତ ।
ଖୋର୍ଦ୍ଧା ଜିଲ୍ଲାର ତ୍ରିଲୋଚନ ବେଉରା । ସ୍କୁଲ୍, କଲେଜ ପଢ଼ା ସରିବା ପରେ ତ୍ରିଲୋଚନ ଭଲ ଚାକିରିଟିଏ ଖୋଜୁଥିଲେ । କିନ୍ତୁ ମିଳିନଥିଲା, ସେହି ସମୟରେ ତାଙ୍କର ଜଣେ ବନ୍ଧୁ ତ୍ରିଲୋଚନଙ୍କୁ ଦୃଷ୍ଟି ବାଧିତଙ୍କୁ ଖେଳ ଶିଖାଇବା ପାଇଁ ତାଙ୍କ ସଂସ୍ଥାରେ ଯୋଗ ଦେବାକୁ କହିଥିଲେ । ହେଲେ ମନା କରି ଦେଇଥିଲେ ତ୍ରିଲୋଚନ ।
ଏହା ପରେ କିଛିଦିନ ତ୍ରିଲୋଚନ କୌଣସି କାମ ଧନ୍ଦା ନ କରି ଘରେ ବସି ରହିଲେ । ବଢ଼ିଲା ପୁଅ ଘରେ ବସି ରହିବାରୁ ବାପାମାଆ ବି ଚିନ୍ତିତ ହୋଇ ପଡ଼ିଲେ, ଝଗଡ଼ା ବଢ଼ିଲା । ଆଉ ଶେଷରେ ବାଧ୍ୟ ହୋଇ ତ୍ରିଲୋଚନ ପୂର୍ବରୁ ମନା କରି ଦେଇଥିବା ବନ୍ଧୁଙ୍କ ପାଖକୁ ଘର ଛାଡ଼ି ଚାଲି ଯାଇଥିଲେ ।
ଏହାପରେ ସେ ଦୃଷ୍ଟି ବାଧିତଙ୍କ ସହ ମିଶିବା ପରେ ନ୍ୟାସନାଲ୍ ଆସୋସିଏସନ୍ ଫର୍ ବ୍ଲାଇଣ୍ଡ୍ ସହ ଯୋଡ଼ି ହୋଇଥିଲେ । ସେଠାରୁ କିଛି ଦରମା ମିଳୁ ନଥିଲା, ମିଳୁଥିଲା କେବଳ ପେଟ୍ରୋଲ ଖର୍ଚ୍ଚ ପାଇଁ ୩ ହଜାର ଟଙ୍କା । ତଥାପି ହାର୍ ମାନି ନଥିଲେ ସେ । ଏକ ତେଜରାତି ଦୋକାନ ଖୋଲିଥିଲେ ।
ଏଥିସହ ପଢ଼ନ୍ତୁ: ସମାଜ ସେବାରେ ସମର୍ପିତ ଅଟୋ ଚାଳକ; କର୍କଟ ରୋଗୀଙ୍କ ମୁହଁରେ ଫୁଟାଉଛନ୍ତି ହସ
ସକାଳ ୬ରୁ ଦିନ ୧୦ଟା, ସନ୍ଧ୍ୟା ୫ଟାରୁ ରାତି ଯାଏ ଦୋକାନ ଖୋଲି ବଳକା ସମୟରେ ଦୃଷ୍ଟି ବାଧିତଙ୍କୁ ଖେଳ ଟ୍ରେନିଂ ଦେବା ଆରମ୍ଭ କରିଥିଲେ । ୨୦୧୭ରେ ତ୍ରିଲୋଚନ ବିବାହ କରିବା ପରେ ପତ୍ନୀ ବି ଦେଇଥିଲେ ସାଥ୍ ।
ଆଜି ତ୍ରିଲୋଚନ ହଜାର ହଜାର ଦୃଷ୍ଟି ବାଧିତଙ୍କୁ କ୍ରିକେଟ, ଫୁଟବଲ ସହ ଏକାଧିକ ଖେଳ ଶିଖାଇ ପାରିଛନ୍ତି । ତ୍ରିଲୋଚନଙ୍କ ଠାରୁ ଖେଳ ଶିଖିଥିବା ଦୃଷ୍ଟି ବାଧିତଙ୍କ ମଧ୍ୟରୁ ୪ ଜଣ ଅନ୍ତର୍ଜାତୀୟ ଓ ୨୫ ଜଣ ଜାତୀୟ ସ୍ତରର ଖେଳାଳି ଭାବେ ଖ୍ୟାତି ପାଇଛନ୍ତି । ଖେଳ ସହ ଦୃଷ୍ଟି ବାଧିତଙ୍କୁ ପାରାଗ୍ଲାଇଣ୍ଡିଂ ଓ ପର୍ବତାରୋହଣ ଶିଖାଉଛନ୍ତି ତ୍ରିଲୋଚନ ।
ତ୍ରିଲୋଚନ ବେଉରାଙ୍କ ଭଳି ଓଡ଼ିଶାର ଅନ୍ୟ ବ୍ୟକ୍ତି ବିଶେଷଙ୍କ ସଫଳ କାହାଣୀ 'ପ୍ରାଇଡ୍ ଅଫ୍ ଓଡ଼ିଶା' ସିଜିନ-2 ଦେଖି ପାରିବେ ଅର୍ଗସ୍ ନ୍ୟୁଜ୍ରେ । ପ୍ରତି ଶନିବାର ରାତି ୮ଟା ୩୦ ଓ ରବିବାର ଦିନ ସାଢ଼େ ଗୋଟାଏ (ପୁନଃ ପ୍ରସାରଣ) ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories