Nuapada By Election / ୧୬ ରାଉଣ୍ଡ: ଆଗରେ ବିଜେପି ପ୍ରାର୍ଥୀ, ଚିନ୍ତାରେ ବିଜେଡି
·10 months ago·2 min read

Key Points
ଆଗରେ ବିଜେପି ପ୍ରାର୍ଥୀ
୧୬ ରାଉଣ୍ଡ ଗଣତି ସୁଦ୍ଧା ଜୟ ଢୋଲକିଆ ୫୩,୮୭୨ଟି ଭୋଟରେ ଆଗୁଆ

ବାପାଙ୍କୁ ପଛରେ ପକାଇଲେ ପୁଅ । ରାଜେନ୍ଦ୍ର ଢୋଲକିଆଙ୍କୁ ଟପିଲେ ପୁଅ ଜୟ ଢୋଲକିଆ । ଗତ ସାଧାରଣ ନିର୍ବାଚନରେ ଜୟ ଢୋଲକିଆଙ୍କ ବାପା ରାଜେନ୍ଦ୍ର ଢୋଲକିଆ ୬୧ ହଜାର ୮୨୨ ଭୋଟ୍ ପାଇଥିଲେ । ହେଲେ ଉପ ନିର୍ବାଚନରେ ତାଙ୍କ ପୁଅ ଜୟ ଢୋଲକିଆ ବାପାଙ୍କୁ ଟପି ମାତ୍ର ୧୬ ରାଉଣ୍ଡ ସୁଦ୍ଧା ୬୮ ହଜାରରୁ ଅଧିକ ଭୋଟ୍ ପାଇସାରିଲେଣି । ୧୬ ରାଉଣ୍ଡ ଗଣତି ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୫୩,୮୭୨ଟି ଭୋଟରେ ଆଗୁଆ ଅଛନ୍ତି । ୭୮,୫୦୭ ଭୋଟ୍ ପାଇ ଜୟ ଢ଼ୋଲକିଆ ଲିଡ କରୁଥିବାବେଳେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ମିଳିଛି ୨୪,୬୩୫ ଖଣ୍ଡ ଭୋଟ୍ ସେପଟେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୨୪,୨୫୧ ଭୋଟ୍ ବର୍ତ୍ତମାନ ପର୍ଯ୍ୟନ୍ତ ମିିଳିଥିବା ସୂଚନା ରହିଛି।
ଏଥିସହ ପଢ଼ନ୍ତୁ: ୧୫ ରାଉଣ୍ଡ ସୁଦ୍ଧା ନୂଆପଡ଼ାରେ ବିଜେପି ଆଗୁଆ
ଖୁବ୍ ଶୀଘ୍ର ନୂଆପଡ଼ା ବିଧାନସଭା ନିର୍ବାଚନୀ ମଣ୍ଡଳୀ ଦେଖିବ ନୂତନ ବିଧାୟକ । ଆଉ ମାତ୍ର କେଇ ଘଣ୍ଟା ପରେ ଜନାଦେଶ ସ୍ପଷ୍ଟ ହୋଇଯିବ । ତଥାପି ଭାରତୀୟ ଜନତା ପାର୍ଟିର ବିଧାୟକ ତାଲିକାରେ ଆଉ ଜଣଙ୍କ ନାଁ ଯୋଡ଼ି ହେବାକୁ ଯାଉଥିବା ସନ୍ଦେହ ଧିରେ ଧିରେ ଦୃଢ଼ୀଭୂତ ହେବାରେ ଲାଗିଛି । କାରଣ ୧୬ ତମ ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ଆଗରେ ରହିଛନ୍ତି । କିନ୍ତୁ ମୁଖ୍ୟ ବିରୋଧୀ ଦଳ ଆସନରେ ବସୁଥିବା ବିଜେଡ଼ିକୁ ନିରାଶ ହେବାକୁ ପଡ଼ିଛି । ବିଜେଡ଼ି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଦ୍ୱିତୀୟ ନୁହେଁ ବରଂ ତୃତୀୟ ସ୍ଥାନରେ ରହିଛନ୍ତି ।
ନୂଆପଡ଼ା ଫଳାଫଳ ସରକାର ଉପରେ ସିଧାସଳଖ କୌଣସି ପ୍ରଭାବ ପକାଉନଥିଲେ ମଧ୍ୟ ପ୍ରମୁଖ ୩ ରାଜନୈତିକ ଦଳ ଭିତରୁ କିଏ ଏକ-ଦୁଇ ଓ ତିନି ନମ୍ବରରେ ରହିବେ ତା’ ଉପରେ ରହିଛି ନଜର । ଆଉ କିଛି ସମୟର ଅପେକ୍ଷା ଆଉ କିଛି ରାଉଣ୍ଡର ଅପେକ୍ଷା । ନୂଆପଡାବାସୀ କାହାକୁ ପିନ୍ଧାଇବେ ବିଜୟ ମୁକୁଟ ଦେଖିବାକୁ ବାକି ରହିଲା। ବର୍ତ୍ତମାନ ଗୋଟିଏ ପରେ ଗୋଟିଏ ରାଉଣ୍ଡ ଶେଷ ହେବା ପରେ ଚିତ୍ର ସ୍ପଷ୍ଟ ହୋଇଆସୁଛି । ଦିନ ସାଢ଼େ ୨ଟା ସୁଦ୍ଧା ସବୁ ଫଳାଫଳ ସାମ୍ନାକୁ ଆସିଯିବ ବୋଲି ଆଶା କରାଯାଉଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ବି ପଢ଼ନ୍ତୁ: କମିଲା ନବୀନଙ୍କ କ୍ରେଜ: ଆଗରେ ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ, ବହୁ ପଛରେ ବିଜେଡି
ସୂଚନାଯୋଗ୍ୟ, ମୋଟ ୩୫୮ ବୁଥ ପାଇଁ ୧୪ଟି ଟେବୁଲରେ ୨୬ ରାଉଣ୍ଡ ଗଣତି ହେବ। ପ୍ରତ୍ୟେକ ଟେବୁଲରେ ୩ ଜଣ ଅଧିକାରୀ ରହିଛନ୍ତି। ବିଜୟ ଦୌଡ଼ରେ ଆଗରେ ରହିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ । ରାଜନୀତିର ଜବରଦସ୍ତ ରଙ୍ଗରେ ରଙ୍ଗାୟିତ ନୂଆପଡ଼ା ଉପନିର୍ବାଚନ । ବିଜେପିର ଜୟ ଢୋଲକିଆ, ବିଜେଡିର ସ୍ନେହାଙ୍ଗିନୀ ଛୁରିଆ ଓ କଂଗ୍ରେସର ଘାସୀରାମ ମାଝିଙ୍କ ତ୍ରିକୋଣୀୟ ଲଢ଼େଇ ଦେଖିବାକୁ ମିଳିଛି। ବର୍ତ୍ତମାନ ଗୋଟିଏ ପରେ ଗୋଟିଏ ରାଉଣ୍ଡ ଶେଷ ହେବା ପରେ ଚିତ୍ର ସ୍ପଷ୍ଟ ହୋଇଆସୁଛି । ଯେ ବିଜେପି ପ୍ରାର୍ଥୀ ଆଗରେ ଟ୍ରେଣ୍ଡ କରୁଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Related Topics
Explore more stories