Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Satyabrata Murder Case / ସତ୍ୟବ୍ରତ ହତ୍ୟା ଘଟଣା: ଆତ୍ମସମର୍ପଣ କଲା ମୁଖ୍ୟ ଅଭିଯୁକ୍ତ ଦିନେଶ

Santosh Kumar Sahoo
Browse all articles by Santosh Kumar Sahoo
·5 months ago·2 min read
ସତ୍ୟବ୍ରତ ହତ୍ୟା ଘଟଣା: ଆତ୍ମସମର୍ପଣ କଲା ମୁଖ୍ୟ ଅଭିଯୁକ୍ତ ଦିନେଶ
Satyabrata Murder Case

Key Points

ସତ୍ୟବ୍ରତ ପ୍ରଧାନ ହତ୍ୟା ମାମଲା
ମୁଖ୍ୟ ଅଭିଯୁକ୍ତ ଦିନେଶ ନାୟକର ଆତ୍ମସମର୍ପଣ
ପୋଲିସ ନିକଟରେ ଆତ୍ମସମର୍ପଣ କଲା ଦିନେଶ

ଚନ୍ଦ୍ରଶେଖରପୁର ଥାନା ନିଳାଦ୍ରୀ ବିହାରରେ ସତ୍ୟବ୍ରତ ପ୍ରଧାନ ହତ୍ୟା ମାମଲା । ଆତ୍ମ ସର୍ମପଣ କଲା ମୁଖ୍ୟ ଅଭିଯୁକ୍ତ ଦିନେଶ ନାୟକ । ପୋଲିସ ନିକଟରେ ଆତ୍ମସମର୍ପଣ କଲା ଦିନେଶ । ଥାନାରେ ଆତ୍ମ ସମର୍ପଣ ପରେ ଅଭିଯୁକ୍ତକୁ ଚାଲିଛି ଝାଳବୁହା ଜେରା । କାଲି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ । ହତ୍ୟାକାଣ୍ଡ ପରେ ଆଜି ସକାଳୁ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ସିସିଟିଭି ଫୁଟେଜ୍ । ସିସିଟିଭିରେ ଥିଲା ହତ୍ୟା ବେଳର ଛାତିଥରା ଭିଡିଓ । ପୂର୍ବରୁ ପ୍ରେମିକା ଲିଜାକୁ ମଧ୍ୟ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ସେପଟେ ରାଜଧାନୀରେ ବହୁଚର୍ଚ୍ଚିତ ଡ୍ରାଇଭର ସତ୍ୟବ୍ରତ ପ୍ରଧାନଙ୍କୁ ହତ୍ୟା ଘଟଣାରେ ସାମ୍ନାକୁ ଆସିଲା ସାଙ୍ଘାତିକ ସିସିଟିଭି ଫୁଟେଜ । ତାରିଖ ୦୯.୦୨.୨୦୨୬ । ସମୟ ରାତି ୧.୩୧ ମିନିଟ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରାଣ ବିକଳରେ ଦୌଡୁଛନ୍ତି ସତ୍ୟବ୍ରତ । ଅନ୍ଧାର ରାତିରେ ଜୀବନ ବଞ୍ଚାଇବା ପାଇଁ ଏଥିଲା ଶେଷ ପ୍ରୟାସ । ଆଉ ଏକ ସିସିଟିଭି ଭିଜୁଆଲରେ ରାତି ୧.୪୨ ମିନିଟରେ ପ୍ରେମିକା ଲିଜା ଓ ପ୍ରଥମ ପ୍ରେମିକ ଦିନେଶ ଏଣେ ତେଣେ ଘୁରି ବୁଲୁଛନ୍ତି । ସତ୍ୟବ୍ରତ ଗଲେ କୁଆଡେ ଗଳି କନ୍ଦିରେ ଖୋଜୁଛନ୍ତି ହତ୍ୟାକାରୀ ପ୍ରେମୀ ଯୁଗଳ । ଜବତ ସିସିଟିଭିକୁ ପୋଲିସ ଏବେ ଯାଞ୍ଚ କରୁଛି । ସେପଟେ ପ୍ରେମିକା ଲିଜାକୁ ପଚରାଉଚରା ପରେ ବି ଏପର୍ଯ୍ୟନ୍ତ ହତ୍ୟାକାଣ୍ଡ ଉପରୁ ପରଦା ଉଠାଇ ପାରୁନି ପୋଲିସ ।

ସେପଟେ ଦୁର୍ଘଟଣା ହୋଇଥିବା ସତ୍ୟବ୍ରତଙ୍କ କାରକୁ ନେଇ ମଧ୍ୟ ଛାନଭିନ୍‌ ଚଳାଇଛି ପୋଲିସ । ସତ୍ୟବ୍ରତଙ୍କୁ ହତ୍ୟା କରାଯାଇଥିବା ନେଇ କିଏ ଖବର ଦେଲା ? ସତ୍ୟବ୍ରତଙ୍କ ପାଖରେ ଥିବା କାର ଚାବି କେମିତି ପାଇଲେ ଡ୍ରାଇଭର ? ଏନେଇ ଗାଡି ମାଲିକାଣୀଙ୍କୁ ଜେରା କରୁଛି କମିଶନରେଟ ପୋଲିସ । ଖାଲି ସେତିକି ନୁହେଁ ଲିଜାଙ୍କର ପଡୋଶୀ ମାନଙ୍କୁ ମଧ୍ୟ ଥାନାକୁ ଡାକି ଜେରା କରୁଛି ପୋଲିସ ।

ସେପଟେ ପୋଲିସ କହିଛି ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ହେଉଛି ଦୀନେଶ । ତା ନାଁରେ ଏକାଧିକ ମାମଲା ଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Satyabrata Murder Case: Main Accused Dinesh Surrenders to Police | Argus News