Sejal John / ଅମରଙ୍କ ପ୍ରେମ-ପ୍ରତାରଣାର ଷଡ଼ଯନ୍ତ୍ରରେ ଫସିଗଲେ ସେଜଲ୍ !
·7 months ago·2 min read

Key Points
ଦିନ ଗଡ଼ୁଛି... ପୂଜା-ଅମରଙ୍କ କାହାଣୀର ମୋଡ଼ ମଧ୍ୟ ବଦଳୁଛି । ଆମେରିକାରେ ନିର୍ଯାତନାର ମିଛ, ଓଡ଼ିଶା ପହଞ୍ଚିବା ପରେ ଅମରଙ୍କୁ ପ୍ରେମ କାହାଣୀ... ସେଜଲଙ୍କୁ ଦୋ ଛକିରେ ଛିଡ଼ା କରିଛି ।
ବାଲେଶ୍ଵର: ଅଢ଼େଇ ଅକ୍ଷର ପ୍ରେମ... ଆମେରିକାରୁ ଓଡ଼ିଶା ଡାକି ଆଣିଲା । ହେଲେ ଅଢ଼େଇ ଦିନ ବି ଗଲାନି । ଅମରଙ୍କ ପ୍ରେମ ଏବେ ସେଜଲଙ୍କ ପାଇଁ ପ୍ରତାରଣା ପାଲଟିଛି ! ଅମରଙ୍କ ଆମେରିକା ଷଡ଼ଯନ୍ତ୍ରରେ ଫସିଥିବା ସେଜଲ୍ ଏବେ ଦ୍ଵନ୍ଦ୍ଵରେ । ଜିଲ୍ଲା ପ୍ରଶାସନ କାଉନସେଲିଂ ଜାରି ରଖିଥିବା ବେଳେ ସେଜଲ୍ ଆଗକୁ କ'ଣ କରିବ ?
ଓଡ଼ିଶାରେ ରହିବ ନା ନିର୍ଯାତନାର ମିଛ କଳଙ୍କ ବୋଳି ଆମେରିକାରୁ ଚାଲି ଆସିଥିବା ପିତାମାତାଙ୍କ ପାଖକୁ ଫେରିବ ? ଏଭଳି ଅନେକ ପ୍ରଶ୍ନ ଏବେ ସେଜଲ୍ ଜୋନ୍ ଓରଫ ପୂଜାକୁ ବିବ୍ରତ କରୁଛି । ସେପଟେ ସେଜଲ୍ଙ୍କ ପୁରୁଷ ବନ୍ଧୁ ଅମରଙ୍କୁ ଶୁକ୍ରବାର ପୋଲିସ ଉଠାଇ ନେଇଥିବା ବେଳେ ଅଣ୍ଡରଟେକିଂ ରଖି ଛାଡ଼଼ି ଦେଇଛି ।
ଦିନ ଗଡ଼ୁଛି... ପୂଜା-ଅମରଙ୍କ କାହାଣୀର ମୋଡ଼ ମଧ୍ୟ ବଦଳୁଛି । ଆମେରିକାରେ ନିର୍ଯାତନାର ମିଛ, ଓଡ଼ିଶା ପହଞ୍ଚିବା ପରେ ଅମରଙ୍କୁ ପ୍ରେମ କାହାଣୀ... ସେଜଲଙ୍କୁ ଦୋ ଛକିରେ ଛିଡ଼ା କରିଛି । ଘର ଗଢ଼ିବାକୁ ଘର ଛାଡ଼ିଥିବା ସେଜଲ୍ ପ୍ରତାରଣାର ଶିକାର ହୋଇଥିବା ବେଳେ କାଉନସେଲିଂ ଜାରି ରଖିଛି ପ୍ରଶାସନ ।
ଏଥିସହ ପଢ଼ନ୍ତୁ: ଆମେରିକାରୁ ଫେରିଥିବା ସେଜଲ୍ଙ୍କ ମାମଲାରେ ନୂଆ ଟ୍ଵିଷ୍ଟ; ପୁରୁଷ ବନ୍ଧୁ ମାଗିଥିଲା କୋଟିଏ ଟଙ୍କା !
ବାଲେଶ୍ଵର ପୋଲିସ ଓ ଜିଲ୍ଲା ପ୍ରଶାସନ ସେଜଲ୍-ଅମରଙ୍କ ମାମଲାକୁ ଗମ୍ଭୀରତାର ସହିତ ନେଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଡିଏସଡବ୍ଲୁଓ ତତ୍ତ୍ଵାବଧାନରେ ବାଲେଶ୍ଵର ନାରୀ ସଦନରେ ଚାଲିଛି କାଉନସେଲିଂ ।
ଘଟଣାରେ ପ୍ରତିକ୍ରିୟା ରଖି ବାଲେଶ୍ଵର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ କହିଛନ୍ତି, "ସେଜ୍ଲର କାଉନସେଲିଂ ଚାଲିଛି । ଜନ୍ମ ତାରିଖ, ବୟସ ଓ ପରିଚୟ ପତ୍ରର ଯାଞ୍ଚ ହେଉଛି । ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ବିଭାଗ ସହିତ ଆଲୋଚନା କରୁଛୁ । କାଉନସେଲିଂ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।
ଆମେରିକାରୁ ଫେରିବା ପରେ ବାଲେଶ୍ଵର ନାରୀ ଶକ୍ତି ଗୃହରେ ଅଛି ସେଜଲ୍ । ଶୁକ୍ରବାର ସେଜଲ୍କୁ କାଉନସେଲିଂ ବେଳେ ଭେଟିବାକୁ ଆସିଥିଲା ପ୍ରେମିକ ଅମର । ସେଠାରୁ ଅମରକୁ ସହଦେବଖୁଣ୍ଟା ଥାନା ପୋଲିସ ଉଠାଇ ନେବାବେଳେ କୋଟିଏ ଟଙ୍କା ଦାବିର କଥା ଆସିଥିଲା । ପୋଲିସ ଅମରର ମୋବାଇଲ୍ ଜବତ କରିବା ସହ ସେକ୍ସନ ୪୧ ଆଧାରରେ ଅଣ୍ଡରଟେକିଂ ନେଇ ଅମରକୁ ଛାଡ଼ି ଦେଇଛି । ତଦନ୍ତର ଆବଶ୍ୟକତା ଅନୁସାରେ ଥାନାକୁ ଆସିବାକୁ ନୋଟିସ୍ ଦିଆଯାଇଛି ।
ଏଥିସହ ପଢ଼ନ୍ତୁ: ଆମେରିକାରୁ ଫେରି ବଦଳାଇଥିଲେ ବୟାନ; ଏବେ ପ୍ରଶାସନ ଖୋଜିବ କେମିତି ୧୨ ବର୍ଷରେ ହୋଇଥିଲେ ପୋଷ୍ୟ ସନ୍ତାନ
ନାରୀ ସଦନରେ ସେଜଲ୍ର କାଉନସେଲିଂ ଚାଲିଥିବା ବେଳେ ସେ ଏବେ ଠିକ୍ ଥିବା କହିଛନ୍ତି ନାରୀ ସଂଘ ସଭାପତି ଗୋପାମୁଦ୍ରା ମହାପାତ୍ର । ସେ କହିଛନ୍ତି, "ଭାରତ ଆସିବା ପାଇଁ ଗୋଟିଏ ଠିକଣାର ଆବଶ୍ୟକତା ଥିଲା । ସେଥିପାଇଁ ସେଜଲ୍ ଅମରର ସାହାଯ୍ୟ ନେଇଥିଲା । ଏବେ ସେଜଲ୍ ଯେମିତି ନିଜ ଗୋଡ଼ରେ ନିଜେ ଛିଡ଼ା ହେବ, ନିଜର ପରିଚୟ ତିଆରି କରିପାରିବ ସେନେଇ ପ୍ରୟାସ କରାଯାଉଛି । ଯେ ପର୍ଯ୍ୟନ୍ତ ସେ ସ୍ଵାବଲମ୍ବୀ ହୋଇନାହିଁ, ସେ ଯାଏଁ ନାରୀ ଶକ୍ତି ସଦନରେ ସୁରକ୍ଷିତରେ ରହିବ ।"
ସେପଟେ ଥାନାରେ ଅଣ୍ଡରଟେକିଂ ଦେଇ ଘରକୁ ପେରିଛି ଅମର । ପରିବାର ଲୋକେ କହିଛନ୍ତି, "ଅମର ଟଙ୍କା ମାଗିବା କଥା ଆମେ ଜାଣି ନାହୁଁ, ଆମ ପିଲା ନିର୍ଦ୍ଦୋଷ । ଅମରକୁ ଫସେଇବାକୁ ଚେଷ୍ଟା କରାଯାଇଛି ।" ତେବେ ଉଭୟଙ୍କୁ କାଉନସେଲିଂ ପରେ ହିଁ ଜଣାପଡ଼ିବ ପ୍ରକୃତ ସତ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories