Sejal / ସେଜଲଙ୍କ ପାଇଁ ଚିଠି: ପାଳିତ ମାଆ କହିଲେ, ମୋ ହୃଦୟ କଷ୍ଟ ଓ ଯନ୍ତ୍ରଣାରେ ଭରିଯାଉଛି
·9 months ago·2 min read

Key Points
ପାଳିତ ମାଆଙ୍କ କୋହଭରା ଚିଠି
ସେଜଲ ଓଡ଼ିଶା ଚାଲି ଆସିବା ପରେ ପାଳିତ ମାଆଙ୍କ କୋହଭରା ଚିଠି
‘ମୋ ହୃଦୟ କଷ୍ଟ ଓ ଯନ୍ତ୍ରଣାରେ ଭରିଯାଉଛି’

ସେଜଲ ଆମେରିକା ଛାଡି ଓଡ଼ିଶା ଚାଲି ଆସିବା ପରେ ପାଳିତ ମାଆଙ୍କ କୋହଭରା ଚିଠି । ସେଜଲଙ୍କ ପାଇଁ ଆମେରିକାରୁ ଆସିଲା ଚିଠି। ପାଳିତ ମାଆ ଶେଷରେ ଚିଠି ମାଧ୍ୟମରେ କହିଦେଲେ ନିଜର ମନର କଥା। ଆଉ ସବୁ ସତ ସାମ୍ନାକୁ ଆସିଛି। ଯେଉଁ ଚିଠି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ସେଜଲଙ୍କ ପାଳିତା ମାଆ ଚିଠିରେ ଲେଖିଛନ୍ତି, ‘ତୁମେ ଯାହା ବି କରିଛ, ମୋ’ ହୃଦୟ କଷ୍ଟରେ ଫାଟି ପଡ଼ୁଛି’। ମୁଁ ସବୁବେଳେ ତୁମ ଭଲ ଚାହେଁ ।’ ସେଜଲ୍ ସିନା ଚାଲି ଆସିଲେ କିନ୍ତୁ ତାଙ୍କ ମାଆଙ୍କ ଏପରି କୋହଭରା ଚିଠି ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।''' ଗତ ନଭେମ୍ବର ୨୧ ତାରିଖରେ ଏହି ଚିଠି ଲେଖିଥିଲେ ତାଙ୍କ ମାଆ।
ସେଜଲଙ୍କ ପାଳିତ ମାଆ ଏହା ମଧ୍ୟ ଲେଖିଥିଲେ କି, ସାଗେ (ସେଜଲର ଶ୍ରଦ୍ଧା ନାମ) ମୋର ପ୍ରିୟତମା, ତୁମେ ଚାଲିଯିବ ବୋଲି ଭାବି ମୋ ହୃଦୟ କଷ୍ଟ ଓ ଯନ୍ତ୍ରଣାରେ ଭରିଯାଉଛି । ମୁଁ ଦୁଃଖିତ ଯେ ତୁମେ, ତୁମ ମାଆଙ୍କ ନାମରେ କଳଙ୍କ ଲାଗାଇଦେଲ। ତୁମେ ଜାଣିଛ ମୁଁ ତୁମ ପାଇଁ କେତେ କରି ପ୍ରେମ କରେ ଏବଂ ତୁମର ଯତ୍ନ ନିଏ। ତୁମେ ତୁମର ଯତ୍ନ ନେବ। ତୁମର ମଙ୍ଗଳ ହେଉ। ତୁମର ସବୁଠାରୁ ଛୋଟ ଆନନ୍ଦ ଏବଂ ସବୁଠାରୁ ବଡ ଦୁଃଖ ସମୟ ରେ ମୁଁ ତୁମ ସାଙ୍ଗରେ ଅଛି। ମୋ ପ୍ରିୟତମା ସାଗେ ତୁମେ ସବୁଦିନ ମୋ ହୃଦୟରେ ଅଛ। ସ୍ନେହ ସହ ମୁଁ ତୁମକୁ ବିଦାୟ ଦେଉଛି। ମା'...ସୂଚନା ଥାଉକି, ନଭେମ୍ବର ୨୧ରେ ସେଜଲ ଆମେରିକା ଛାଡ଼ିବା ସମୟରେ ତାଙ୍କ ପାଳିତ ମା’ ଏହି ଚିଠି ଦେଇଥିଲେ। ଯାହା ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି।''
ଏଥିସହ ପଢ଼ନ୍ତୁ: ଅମରଙ୍କ ପ୍ରେମ-ପ୍ରତାରଣାର ଷଡ଼ଯନ୍ତ୍ରରେ ଫସିଗଲେ ସେଜଲ୍ !
ସେପଟେ ଅଢ଼େଇ ଅକ୍ଷର ପ୍ରେମ... ଆମେରିକାରୁ ଓଡ଼ିଶା ଡାକି ଆଣିଲା । ହେଲେ ଅଢ଼େଇ ଦିନ ବି ଗଲାନି । ଅମରଙ୍କ ପ୍ରେମ ଏବେ ସେଜଲଙ୍କ ପାଇଁ ପ୍ରତାରଣା ପାଲଟିଛି ! ଅମରଙ୍କ ଆମେରିକା ଷଡ଼ଯନ୍ତ୍ରରେ ଫସିଥିବା ସେଜଲ୍ ଏବେ ଦ୍ଵନ୍ଦ୍ଵରେ । ଜିଲ୍ଲା ପ୍ରଶାସନ କାଉନସେଲିଂ ଜାରି ରଖିଥିବା ବେଳେ ସେଜଲ୍ ଆଗକୁ କ'ଣ କରିବ ?ଓଡ଼ିଶାରେ ରହିବ ନା ନିର୍ଯାତନାର ମିଛ କଳଙ୍କ ବୋଳି ଆମେରିକାରୁ ଚାଲି ଆସିଥିବା ପିତାମାତାଙ୍କ ପାଖକୁ ଫେରିବ ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଭଳି ଅନେକ ପ୍ରଶ୍ନ ଏବେ ସେଜଲ୍ ଜୋନ୍ ଓରଫ ପୂଜାକୁ ବିବ୍ରତ କରୁଛି । ସେପଟେ ସେଜଲ୍ଙ୍କ ପୁରୁଷ ବନ୍ଧୁ ଅମରଙ୍କୁ ଶୁକ୍ରବାର ପୋଲିସ ଉଠାଇ ନେଇଥିବା ବେଳେ ଅଣ୍ଡରଟେକିଂ ରଖି ଛାଡ଼଼ି ଦେଇଛି । ଦିନ ଗଡ଼ୁଛି... ପୂଜା-ଅମରଙ୍କ କାହାଣୀର ମୋଡ଼ ମଧ୍ୟ ବଦଳୁଛି । ଆମେରିକାରେ ନିର୍ଯାତନାର ମିଛ, ଓଡ଼ିଶା ପହଞ୍ଚିବା ପରେ ଅମରଙ୍କୁ ପ୍ରେମ କାହାଣୀ... ସେଜଲଙ୍କୁ ଦୋ ଛକିରେ ଛିଡ଼ା କରିଛି । ଘର ଗଢ଼ିବାକୁ ଘର ଛାଡ଼ିଥିବା ସେଜଲ୍ ପ୍ରତାରଣାର ଶିକାର ହୋଇଥିବା ବେଳେ କାଉନସେଲିଂ ଜାରି ରଖିଛି ପ୍ରଶାସନ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: