Videos
|
Odisha

Diwali / ଦୀପାବଳି ଓ ପୟାଶ୍ରାଦ୍ଧ ଦ୍ଵନ୍ଦ୍ଵକୁ ଦୂର କଲେ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ମହାସଭା

Rashmita Mishra
Browse all articles by Rashmita Mishra
·9 months ago·1 min read
ଦୀପାବଳି ଓ ପୟାଶ୍ରାଦ୍ଧ ଦ୍ଵନ୍ଦ୍ଵକୁ ଦୂର କଲେ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ମହାସଭା

Key Points

ଦୀପାବଳି ଓ ପୟାଶ୍ରାଦ୍ଧକୁ ନେଇ ଦୂର ହେଲା ଦ୍ଵନ୍ଦ୍ଵ
ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ଦିଆଗଲା ସ୍ପଷ୍ଟୀକରଣ
୨୦ ତାରିଖ ଦୀପାବଳିରେ ହେବ ପୟାଶ୍ରାଦ୍ଧ

ପୟାଶ୍ରାଦ୍ଧକୁ ନେଇ ଦୂର ହେଲା ଦ୍ଵନ୍ଦ୍ଵ। ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ଦିଆଗଲା ସ୍ପଷ୍ଟୀକରଣ। ୨୦ ନା ୨୧ ତାରିଖ ନେଇ ଦ୍ଵନ୍ଦ୍ଵ ଥିଲା । ତେବେ ୨୦ ତାରିଖ ଦୀପାବଳିରେ ହେବ ପୟାଶ୍ରାଦ୍ଧ ଦୀପାବଳି ଅମାବାସ୍ୟାର ଦ୍ୱନ୍ଦ୍ୱ ଦୂରୀକରଣ କରିବା ପାଇଁ ମୁକ୍ତିମଣ୍ଡପ ପଣ୍ଡିତ ସଭା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ସ୍ପଷ୍ଟୀକରଣ କରିଛନ୍ତି ।


ପଣ୍ଡିତ ସଭାର କାର୍ଯ୍ୟକାରୀ ସଭାପତି ଆଦିତ୍ୟ ହୃଦୟ ମିଶ୍ର ଓ ସମ୍ପାଦକ ପ୍ରଫୁଲ ମିଶ୍ର ଓ ଅନେକ ଜ୍ୟୋତିର୍ବିଦ ସୂଚନା ଦେଇଛନ୍ତି ଯେ ୨୦ ତାରିଖରେ ହିଁ ଦିଆଯିବ ପୟାଶ୍ରାଦ୍ଧ। ସେହିଦିନ ସରକାରୀ ଛୁଟି ଘୋଷଣା ପାଇଁ ମୁକ୍ତିମଣ୍ଡପ ଦାବି କରିଛି । ଗୋଟିଏ ପର୍ବର ଦୁଇଟି ତାରିଖ ନେଇ ଦ୍ଵନ୍ଦ୍ଵ ଦେଖାଯାଇଥିଲା। ୨୧ ତାରିଖରେ ପୟାଶ୍ରାଦ୍ଧ ଓ ଦୀପଦାନ ବୋଲି ଅନେକ ପଞ୍ଜିକାରେ ଉଲ୍ଲେଖ ରହିଛି। ୨୧ ତାରିଖ ଦୀପାବଳି ପାଇଁ ସରକାରୀ ଛୁଟି ରହିଛି । ୨୦ ନା ୨୧ ତାରିଖ, କେଉଁ ଦିନ ପାଳନ କରାଯିବ ଦୀପାବଳି ସେ ନେଇ ଦ୍ଵନ୍ଦ୍ଵ ରହିଥିଲା ଯାହା ଏବେ ସ୍ପଷ୍ଟ କରାଷାଇଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏଥିସହ ପଢ଼ନ୍ତୁ: ଚିର ନିଦ୍ରାରେ ମହାଭାରତର ’କର୍ଣ୍ଣ’ ପଙ୍କଜ ଧୀର


ତେବେ ୨୦ ତାରିଖ ଦିନ ୩ ଟା ୪୫ ପର ଠାରୁ ପର ଦିନ ଅର୍ଥାତ୍ ଅକ୍ଟୋବର ୨୧ ତାରିଖ ୫ ଟା ୫୪ ପର୍ଯ୍ୟନ୍ତ ଅମାବାସ୍ୟା ରହିଛି। ତେବେ ଯେଉଁମାନେ ମହାଳୟା ଅମାବାସ୍ୟାରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦେଇ ପାରନ୍ତି ନାହିଁ, ସେମାନେ ଦୀପାବଳି ଦିନ ପୟାଶ୍ରାଦ୍ଧ ଦେବେ ।


Diwali | Shrimandir Muktimandap Mahasabha Resolves Diwali and Paya Shraddha Date Conflict | Argus News | Argus News